ହୋମ୍ » ଓଡ଼ିଶା ନ୍ୟୁଜ୍ » ଏଣ୍ଟରଟେନମେଣ୍ଟ»Drugs Case: ଶାହରୁଖ ଖାନଙ୍କ ପୁଅ ଆର୍ୟନ୍ ଖାନଙ୍କୁ ଜେଲରେ ବିତେଇବାକୁ ହେବ ଆହୁରି ୬ ଦିନ

Drugs Case: ଶାହରୁଖ ଖାନଙ୍କ ପୁଅ ଆର୍ୟନ୍ ଖାନଙ୍କୁ ଜେଲରେ ବିତେଇବାକୁ ହେବ ଆହୁରି ୬ ଦିନ

Aryan Khan Drugs Case | ଗୋଆ ଯାଉଥିବା ଏକ କ୍ରୁଜ୍ ଜାହାଜରେ ଅକ୍ଟୋବର ୩ ତାରିଖରେ ହୋଇଥିବା ଚଢ଼ାଉ ସମୟରେ ଆର୍ୟନ ଖାନଙ୍କୁ ଗିରଫ କରାଯାଇଥିଲା । ଏବେ ସେ ନ୍ୟାୟିକ ହେପାଜତରେ ଅଛନ୍ତି । ତାଙ୍କୁ ମୁମ୍ବାଇର ଆର୍ଥର ରୋଡ ଜେଲରେ ରଖାଯାଇଛି ।

Drugs Case: ଶାହରୁଖ ଖାନଙ୍କ ପୁଅ ଆର୍ୟନ୍ ଖାନଙ୍କୁ ଜେଲରେ ବିତେଇବାକୁ ହେବ ଆହୁରି ୬ ଦିନ
ଆର୍ୟନ ଖାନ; (ଡାହାଣ) ଶାହାରୁଖ ଖାନଙ୍କ ସହ ଆର୍ୟନ (ଫାଇଲ୍ ଫଟୋ)
  • News18 Odia
  • Last Updated: October 15, 2021, 3:47 AM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ମୁମ୍ବାଇ: ଡ୍ରଗ୍ସ ମାମଲାରେ ବଲିଉଡ ଅଭିନେତା ଶାହାରୁଖ ଖାନଙ୍କ (shahrukh Khan) ପୁଅ ଆର୍ୟନ ଖାନଙ୍କ (Aryan Khan) ସମସ୍ୟା କମ୍‌ ହେବାର ନାଁ ନେଉନି । ମୁମ୍ବାଇର ଏକ ସ୍ୱତନ୍ତ୍ର କୋର୍ଟ ପୁଣି ଥରେ ଆର୍ୟନ୍ ଖାନଙ୍କ ଜାମିନ ଆବେଦନ ଉପରେ ନିଷ୍ପତ୍ତିକୁ ସ୍ଥଗିତ ରଖିଛନ୍ତି । ଏବେ ଏହି ମାମଲାର ଶୁଣାଣି ଅକ୍ଟୋବର ୨୦ରେ ହେବ । କୋର୍ଟଙ୍କ ନିଷ୍ପତ୍ତି ନ ହେବା ପର୍ଯ୍ୟନ୍ତ ଆର୍ୟନ୍ ଖାନଙ୍କୁ ଆଉ ଛଅ ଦିନ ଜେଲରେ ରହିବାକୁ ପଡି଼ବ।

ଗୁରୁବାର ଦିନ ଶୁଣାଣି ସମୟରେ ଆର୍ୟନ ଖାନଙ୍କ ଓକିଲ ଅମିତ ଦେଶାଇ କହିଥିଲେ ଯେ ସେ ପାଇଥିବା ସୂଚନା ଅନୁଯାୟୀ ଆର୍ୟନଙ୍କ ଫୋନରେ କୌଣସି ରେଭ୍‌ ପାର୍ଟିର ଉଲ୍ଲେଖ ନାହିଁ । ‘‘ଜଏଣ୍ଟ୍‌ ରଖିଥିବା କଥା ବିଷୟରେ ଆଜି ଆଲୋଚନା ହେବ ନାହିଁ। ମୁଁ ବିଶ୍ୱାସ କରେ ନାହିଁ ଯେ ତାହା ଜଏଣ୍ଟ୍‌ ରଖିବା ମାମଲା, କିନ୍ତୁ ତଥାପି ମୁଁ ରାଜି ଅଛି । ଯଦି ବି ମାମଲା ତାହା, ତଥାପି ଏହା ଏକ ଟ୍ରାଏଲର ବିଷୟ । ଆର୍ୟନ୍ ବହୁ ବର୍ଷ ଧରି ବିଦେଶରେ ଥିଲେ, ଯେଉଁଠି ଅନେକ ସାମଗ୍ରୀ ଆଇନସମ୍ମତ (legal)। ଏହା ବି ହୋଇପାରେ ଯେ ସେଠାରେ ଥିବା ଲୋକେ ଅନ୍ୟ କିଛି କଥା ବିଷୟରେ ଆଲୋଚନା କରୁଛନ୍ତି, ଯେଉଁଥିରେ ଆର୍ୟନ ସାମିଲ ଅଛନ୍ତି । କ’ଣ ହୋଇଛି ମୁଁ ଜାଣେ ନାହିଁ, କିନ୍ତୁ କୋର୍ଟକୁ ଏହି ସବୁ କଥା ମନେ ରଖିବା ଉଚିତ୍ । ଷଡ଼ଯନ୍ତ୍ରର ସମ୍ଭାବନା ଅଛି ବୋଲି କହି ଆପଣ ଜାମିନକୁ ବିରୋଧ କରିପାରିବେ ନାହିଁ,’’ କହିଥିଲେ ଦେଶାଇ ।

ଏହା ବି ପଢ଼ନ୍ତୁ ଦେଖନ୍ତୁ ଫଟୋ | ମୋବାଇଲ୍ଫୋନ୍ହେଲା କାଳ; ଗେମ୍ଖେଳିବାକୁ ଦେବାରୁ ଫ୍ୟାନରେ ଝୁଲି ଆତ୍ମହତ୍ୟା କଲା ଅଷ୍ଟମ ଶ୍ରେଣୀ ଛାତ୍ର

ସୁଶାନ୍ତ ସିଂ ରାଜପୁତଙ୍କ ସହ ଜଡ଼ିତ ଡ୍ରଗ୍ସ ମାମଲାରେ ଶୌଭିକଙ୍କ କଥା ସରକାରୀ ଓକିଲ କହିବାରୁ ଦେଶାଇ କହିଥିଲେ ଯେ ସେହି ମାମଲାରେ କୋର୍ଟ ନିଜ ପର୍ଯ୍ୟବେକ୍ଷଣରେ କହିଥିଲେ ଯେ ଶୋଭିକ୍ ଅନ୍ୟ ସମସ୍ତ ଡ୍ରଗ୍‌ ଚାଲାଣକାରୀଙ୍କ ସହ ଜଡ଼ିତ ଥିବା ସତ୍ତ୍ୱେ ନିଜେ ଡ୍ରଗ୍‌ ସେବନ କରୁ ନ ଥିଲା, କିନ୍ତୁ ସେ ଡ୍ରଗ୍‌ ଚାଲାଣକାରୀଠାରୁ ଡ୍ରଗ୍‌ ନେଇ ସୁଶାନ୍ତଙ୍କୁ ଦେଉଥିଲା । ସେଥି ପାଇଁ ତାହା ଏକ ଗୁରୁତ୍ୱପୂର୍ଣ୍ଣ କଥା ଭାବରେ ବିବେଚନା ହୋଇଥିଲା ଓ ସୌଭିକ ଉପରେ ଡ୍ରଗ୍‌ ଯୋଗାଣ ଅଭିଯୋଗ ଲାଗିଥିଲା ।

ପତ୍ନୀ ଗୌରୀଙ୍କ ସହ ଶାହରୁଖ ଖାନ; (ଡାହାଣ) ପୁଅ ଆର୍ୟନ୍ ଖାନ


ଏହା ବି ପଢ଼ନ୍ତୁ | ସାମ୍ବାଦିକ ନବୀନ ଦାସଙ୍କ ପୁଅ ମନୀଷ ମୃତ୍ୟୁ ରହସ୍ୟ ଖୋଲିବ; ତାଙ୍କ ସାଙ୍ଗ ଏବେ ପୋଲିସ କବଜାରେ; କାର୍ମାଲିକ ଏବେ ବି ଫେରାର୍

‘‘ଆଜି ଏହା ବିଦେଶୀ ଦେଶ ସହିତ ବି ଏହି ମାମଲାକୁଯୋଡ଼ାଯାଉଛି ଓ MEA (ବିଦେଶ ମନ୍ତ୍ରାଳୟ) ସହିତ ଆଲୋଚନା କରାଯିବ ବୋଲି କୁହାଯାଇଛି । ମୁଁ ଜାଣେ ନାହିଁ ଏମିତି କିଛି କଥାବାର୍ତ୍ତା ଘଟିଛି କି ନାହିଁ, କିନ୍ତୁ ମୁଁ କେବଳ ଏତିକି କହିପାରେ ଯେ ଆଜିର ପିଢ଼ି ଯେମିତି ଇଂରାଜୀ ବ୍ୟବହାର କରୁଛି ତାହା ଆମ ବୟସର ଲୋକଙ୍କୁ ନିର୍ଯାତନା ଲାଗିବ,’’ କହିଥିଲେ ଦେଶାଇ । ସେ କହିଥିଲେ ଯେ ଆର୍ୟନ ଓ ତାଙ୍କ ସହ ଥିବା ଲୋକେ ବ୍ୟବହାର କରୁଥିବା ଶବ୍ଦରେ କୌଣସି ବଡ଼ ଷଡ଼ଯନ୍ତ୍ର ଅଛି କି ନାହିଁ ତାହା ସନ୍ଦେହ କରାଯାଇପାରେ, ମାତ୍ର ଅନେକ ଥର ସେମିତି ଘଟେ ନାହିଁ ଓ ଆମେ ଯାହା ଭାବୁଛୁ ତାହା କେବଳ ପିଢ଼ି ବ୍ୟବଧାନ (generation gap) କାରଣରୁ ହେଉଛି ।

ଏହା ବି ପଢ଼ନ୍ତୁ | କଟକରୁ ଦେବୀ ଦୁର୍ଗାଙ୍କ ପ୍ରତି ଦିନର ବେଶର ଡିଜିଟାଲ୍ଦର୍ଶନ ସୁବିଧା ଏବେ Jio Newsରେ ମିଳୁଛି; ଦେଖନ୍ତୁ

ଗୋଆ ଯାଉଥିବା ଏକ କ୍ରୁଜ୍ ଜାହାଜ ଉପରେ ଅକ୍ଟୋବର ୩ ତାରିଖରେ ହୋଇଥିବା ଚଢ଼ାଉ ସମୟରେ ଆର୍ୟନ ଖାନଙ୍କୁ ଗିରଫ କରାଯାଇଥିଲା । ଏବେ ସେ ନ୍ୟାୟିକ ହେପାଜତରେ ଅଛନ୍ତି । ଆର୍ୟନଙ୍କୁ ମୁମ୍ବାଇର ଆର୍ଥର ରୋଡ ଜେଲରେ ରଖାଯାଇଛି । ଗତ ସପ୍ତାହରେ ମାଜିଷ୍ଟ୍ରେଟଙ୍କ କୋର୍ଟ ତାଙ୍କ ଜାମିନ ଆବେଦନକୁ ପ୍ରତ୍ୟାଖ୍ୟାନ କରିବା ପରେ ସେ ସ୍ୱତନ୍ତ୍ର ବିଚାରପତିଙ୍କ କୋର୍ଟରେ ଆବେଦନ କରିଥିଲେ ।

ଏହା ବି ପଢ଼ନ୍ତୁ | ଦେବୀଙ୍କ ମନ୍ଦିରକୁ ଦର୍ଶନ ପାଇଁ ଯାଇଥିଲା ପିଲାଟି, ତାବେକକୁ କାମୁଡ଼ି ଝାମ୍ପି ନେଇଗଲା ଚିତାବାଘ

ଏନ୍‌.ସି.ବି. ନିଜ ଆଫିଡେଭିଟ୍‌ରେ କହିଛି ଯେ ପ୍ରଥମ ଦୃଷ୍ଟିରେ ଜଣାପଡିଛି ଯେ ଅଭିଯୁକ୍ତ ନମ୍ବର-୨ (ଆର୍ୟନ୍‌ ଖାନ୍‌) ଅଭିଯୁକ୍ତ ନମ୍ବର-୨ଠାରୁ (ଅରବାଜ ମର୍ଚ୍ଚାଣ୍ଟ) ଓ ତାଙ୍କ ସହ ଜଡ଼ିତ ଲୋକଙ୍କଠାରୁ ନିଶା ଦ୍ରବ୍ୟ କିଣିଛନ୍ତି ଓ ତାଙ୍କଠାରୁ (ଆର୍ୟନଙ୍କଠାରୁ) ଛଅ ଗ୍ରାମ୍‌ ଚରସ୍‌ ଜବତ କରାଯାଇଛି, ଯାହାକୁ ସେ ସୁସ୍ଥ ମସ୍ତିଷ୍କରେ ନିଜ ପାଖପରେ ରଖିଥିଲେ । ଏଜେନ୍ସି କହିଛି ଯେ ଅନୁସନ୍ଧାନ ବେଳେ ମିଳିଥିବା ସାମଗ୍ରୀରୁ ଜଣାପଡିଛି ଯେ ନିଶା ଦ୍ରବ୍ୟର ବେଆଇନ କ୍ରୟ ତଥା ମାର୍କେଟିଂରେ ଆର୍ୟନ୍ ଖାନଙ୍କ ଭୂମିକା ରହିଛି ।
Published by: Anand S.T. Das
First published: October 14, 2021, 6:55 PM IST