News18 Odia Digital
ମୁମ୍ବାଇ: ବଲିଉଡ କିଙ୍ଗ ଖାନ ଶାହରୁଖ ଖାନଙ୍କ ଫିଲ୍ମ ପଠାନର ପ୍ରଥମ ଗୀତ ବେସରମ ରଙ୍ଗ ଆଜି ମୁକ୍ତିଲାଭ କରିଛି। ଏହାକୁ ନେଇ ପ୍ରଶଂସକଙ୍କ ମଧ୍ୟରେ ବହୁତ କ୍ରେଜ୍ ଅଛି। ଏହି ଗୀତରେ ଶାହାରୁଖ ଓ ଦୀପିକା ପାଦୁକୋନ ନଜର ଆସିବେ। ଗୀତ ପୂର୍ବରୁ ମଧ୍ୟ ଉଭୟଙ୍କ ଲୁକ୍ ମଧ୍ଯ ପ୍ରକାଶ ପାଇଛି। ଆଜି ଅଭିନେତା ମା ବୈଷ୍ଣୋ ଦେବୀଙ୍କୁ ଦର୍ଶନ କରିବାକୁ ଯାଇଥିଲେ। ତାଙ୍କର କିଛି ବନ୍ଧୁ ମଧ୍ୟ ଅଭିନେତାଙ୍କ ସହ ନଜର ଆସିଥିଲେ। ଶାହାରୁଖ ଖାନଙ୍କ ଭିଡିଓ ଭାଇରାଲ ହେବାରେ ଲାଗିଛି।
ଆସନ୍ତା ବର୍ଷ ଶାହାରୁଖ ଖାନଙ୍କ ପାଇଁ ସ୍ୱତନ୍ତ୍ର ହେବାକୁ ଯାଉଛି। ତାଙ୍କ ଚଳଚ୍ଚିତ୍ର ପଠାନ ଆସନ୍ତା ମାସରେ ଅର୍ଥାତ୍ ଜାନୁଆରୀ ୨୦୨୩ ରେ ମୁକ୍ତିଲାଭ କରିବ। ଆଜି ବେସରମ ରଙ୍ଗ ଫିଲ୍ମର ପ୍ରଥମ ଗୀତ ମୁକ୍ତିଲାଭ କରିଛି। ତାଙ୍କର ଏକ ଭିଡିଓ ସାମ୍ନାକୁ ଆସିଛି, ଯେଉଁଥିରେ ସେ ଏକ କଳା ପୋଷାକରେ ନଜର ଆସିଛନ୍ତି।
ଶାହରୁଖ ଖାନ ବେସରମ ରଙ୍ଗ ଗୀତରୁ ତାଙ୍କ ଲୁକ୍ ସେୟାର କରିଥିଲେ। ଏଥିରେ ସେ ଏକ ଡଙ୍ଗାରେ ଏବଂ ଧଳା ସାର୍ଟରେ ନଜର ଆସିଛନ୍ତି। ଏହା ସହିତ ସେ କ୍ୟାପସନରେ ଲେଖିଥିଲେ, ଅଫ୍ ବୋଟସ ... ଅଫ୍ ବିୟୁଟି ....ଓ ବେସରମ ରଙ୍ଗ। ଏହି ଗୀତ ଆଜି ସକାଳ ୧୧ ଟାରେ ରିଲିଜ ହୋଇଛି। ଏଥିରେ ଦୀପିକା ପାଦୁକୋନ ମଧ୍ୟ ନଜର ଆସିବେ। କିଛି ଦିନ ପୂର୍ବେ ତାଙ୍କ ଲୁକ୍ ସାମ୍ନାକୁ ଆସିଥିଲା, ଯେଉଁଥିରେ ସେ ବିକିନି ପିନ୍ଧିଥିବାର ନଜର ଆସିଥିଲେ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।