News18 Odia Digital
ମୁମ୍ୱାଇ: ନୂଆ ବର୍ଷରେ ବଲିଉଡରୁ ଆସିଲା ନୂଆ ଖବର। ଅଭିନେତା କିଙ୍ଗ ଖାନଙ୍କ ଝିଅଙ୍କ ନିର୍ବନ୍ଧ ଶେଷ ହୋଇଛି। ଶାହରୁଖଙ୍କ ଝିଅ ସନା ସଇଦଙ୍କୁ ତାଙ୍କ ପୁରୁଷ ବନ୍ଧୁ ପ୍ରୋପୋଜ କରିଛନ୍ତି।
ସନା ହେଉଛନ୍ତି ଶାହରୁଖଙ୍କ ଅନ ସ୍କ୍ରିନ ଝିଅ। ସନା ସଇଦଙ୍କୁ ଶାହରୁଖ ଖାନଙ୍କ ଅନସ୍କ୍ରିନ ଝିଅ ବୋଲି କୁହାଯାଏ।କାରଣ ସେ କୁଛ କୁଛ ହୋତା ହୈ ଫିଲ୍ମରେ ଅଞ୍ଜଲି ଭାବରେ ବହୁତ ସୁନ୍ଦର ଭୂମିକା ଗ୍ରହଣ କରିଥିଲେ। ପିତା ଓ ଝିଅ ମଧ୍ୟରେ ଥିବା ସୁନ୍ଦର ବନ୍ଧନରେ ସମସ୍ତେ ବହୁତ ପସନ୍ଦ କରିଥିଲେ। କିନ୍ତୁ ସନା ଆଜି ବହୁତ ବଡ ହୋଇଯାଇଛନ୍ତି। ବର୍ତ୍ତମାନ ସେ ବିବାହ କରିବାକୁ ଯାଉଛନ୍ତି।
ଆପଣ ମଧ୍ୟ ଜାଣିବାକୁ ଆଗ୍ରହୀ ଥିବେ ଯେ ସନାଙ୍କ ଭାବୀ ସ୍ୱାମୀ କିଏ? ସନା ସବା ୱାର୍ଣ୍ଣରଙ୍କ ସହ ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି, ଯାହାଙ୍କୁ ସେ ଦୀର୍ଘ ସମୟ ଧରି ଡେଟ କରୁଥିଲେ।ସେ ହଲିଉଡର ଅଟନ୍ତି। ସେଠାରେ ସେ ସାଉଣ୍ଡ ଡିଜାଇନର୍। ଲସ୍ ଆଞ୍ଜେଲସରେ ରହୁଥିବା ସବା ଆଣ୍ଠୁ ମାଡି ସନାଙ୍କୁ ଏକ ରିଙ୍ଗ ପିନ୍ଧାଇଥିଲେ, ଯାହାର ଚିତ୍ର ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି ଖବର ଆସିବା ମାତ୍ରେ ସାନାଙ୍କୁ ଅଭିନନ୍ଦନ ମିଳୁଛି। ଶୀଘ୍ର ସବା ମଧ୍ୟ ବିବାହ କରିପାରନ୍ତି।
ଶିଶୁ କଳାକାର ଭାବରେ କ୍ୟାରିଅର୍ ଆରମ୍ଭ କରିଥିବା ସନାଙ୍କୁ ଆଜି କୌଣସି ପରିଚୟର ଆବଶ୍ୟକତା ନାହିଁ। ସେ ବହୁତ କାମ କରିଛନ୍ତି କିନ୍ତୁ କୁଛ କୁଛ ହୋତା ହୈରେ ଅଞ୍ଜଳି ଭୂମିକାରେ ଅଭିନୟ କରି ସେ ପ୍ରକୃତ ମାନ୍ୟତା ପାଇଥିଲେ। ଏହି ଚଳଚ୍ଚିତ୍ରରେ ସେ ଶାହାରୁଖଙ୍କ ଝିଅ ଭୂମିକାରେ ଥିଲେ। ଏହା ପରେ ସେ ବାଦଲ, ହର ଦିଲ ଜୋ ପ୍ୟାର କରଗା ଓ ଷ୍ଟୁଡେଣ୍ଟ ଅଫ୍ ଦି ଇୟରରେ ଅଭିନୟ କରିଥିଲେ। ଏଥି ସହିତ ସେ ଅନେକ ଟିଭି ସିରିଏଲରେ ମଧ୍ୟ କାମ କରିଛନ୍ତି। ୨୦୧୨ ରେ, ସେ ବିଗ୍ ବସ୍ ରେ ଆସିବା ପରେ ଲାଇମଲାଇଟ୍ ଆସିଥିଲେ। ବର୍ତ୍ତମାନ ତାଙ୍କୁ କେବଳ ଛୋଟ ପରଦାରେ ଦେଖିବାକୁ ମିଳୁଛି।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।