ହୋମ୍ » ଓଡ଼ିଶା ନ୍ୟୁଜ୍ » ଏଣ୍ଟରଟେନମେଣ୍ଟ»ଶାହାରୁଖ ଖାଇବାରେ ଏହି ଡିସ ପସନ୍ଦ କରନ୍ତି; ସଲମାନଙ୍କ ଡାଏଟ ଅତି ଚମତ୍କାର: ଫାରହା ଖାନ

ଶାହାରୁଖ ଖାଇବାରେ ଏହି ଡିସ ପସନ୍ଦ କରନ୍ତି; ସଲମାନଙ୍କ ଡାଏଟ ଅତି ଚମତ୍କାର: ଫାରହା ଖାନ

ଡିସ୍କଭରୀ ଚ୍ୟାନେଲରେ ପ୍ରସାରିତ ‘ଷ୍ଟାର ଭର୍ସେସ ଫୁଡ ସିଜନ ୨’ ରେ ଫରାହ ଖାନ ସଲମାନ ଖାନ ଓ ଶାହରୁଖ ଖାନଙ୍କ ଖାଇବା ବିଷୟରେ କହିଛନ୍ତି। ଏହି ଶୋ’ରେ ଫରାହ ଖାନଙ୍କ ସହିତ ଅନିଲ କପୁର, ମହୀପ କପୁର ଓ ଅରବାଜ ଖାନ ନଜର ଆସିଥିଲେ।

ଶାହାରୁଖ ଖାଇବାରେ ଏହି ଡିସ ପସନ୍ଦ କରନ୍ତି; ସଲମାନଙ୍କ ଡାଏଟ ଅତି ଚମତ୍କାର: ଫାରହା ଖାନ
ଶାହାରୁଖ ଓ ସଲମାନଙ୍କ ଖାଇବା ବିଷୟରେ କହିଲେ ଫରାହା ଖାନ (ପ୍ରତୀକାତ୍ମକ ଛବି)
  • News18 Odia
  • Last Updated: September 15, 2021, 7:36 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ନୂଆ ଦିଲ୍ଲୀ : ଶାହରୁଖ ଖାନ ଓ ସଲମାନ ଖାନ ବଲିଉଡ ଇଣ୍ଡଷ୍ଟ୍ରୀର ସବୁଠାରୁ ବଡ଼ ଷ୍ଟାର ଭାବେ ପରିଚିତ। ଲୋକେ ସେମାନଙ୍କ ଫିଲ୍ମକୁ ତ ପସନ୍ଦ କରନ୍ତି ଏହା ସହିତ ସେମାନଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ ମଧ୍ୟ ଜାଣିବା ପାଇଁ ସବୁବେଳେ ଆଗ୍ରହୀ ଥାଆନ୍ତି। ଏହି ଦୁଇ ଅଭିନେତା ଆଲିଶାନ ଘରେ ରହିବା ସହ ଆଭିଜାତ୍ୟ ସମ୍ପନ୍ନ ଜୀବନ ବିତାନ୍ତି। ସେମାନଙ୍କ ପ୍ରଶଂସକ ନିଶ୍ଚିତ ଜାଣିବାକୁ ଚାହୁଁଥିବେ ଯେ ଏହି ଦୁଇ ସୁପରଷ୍ଟାରଙ୍କ ଦୈନନ୍ଦୀନ ଜୀବନ କିପରି ହୋଇଥାଏ।

ବର୍ତ୍ତମାନ ବଲିଉଡର ଜଣାଶୁଣା ନିର୍ଦ୍ଦେଶକ ଫରାହ ଖାନ ପ୍ରକାଶ କରିଛନ୍ତି ଯେ ଶାହରୁଖ ଖାନ ଓ ସଲମାନ ଖାନ କ’ଣ ଖାଇବାକୁ ପସନ୍ଦ କରନ୍ତି। ଡିସ୍‌କଭରୀ ଚ୍ୟାନେଲରେ ପ୍ରସାରିତ ‘ଷ୍ଟାର ଭର୍ସେସ ଫୁଡ ସିଜନ ୨’ ରେ ଫରାହ ଖାନ ସଲମାନ ଖାନ ଓ ଶାହରୁଖ ଖାନଙ୍କ ଖାଇବା ବିଷୟରେ କହିଛନ୍ତି। ଏହି ଶୋ’ରେ ଫରାହ ଖାନଙ୍କ ସହିତ ଅନିଲ କପୁର, ମହୀପ କପୁର ଓ ଅରବାଜ ଖାନ ନଜର ଆସିଥିଲେ।

‘ଷ୍ଟାର ଭର୍ସେସ ଫୁଡ ସିଜନ ୨’ ର ଗଲା ଏପିସୋଡରେ ଅନିଲ କପୁର ରୋଷେଇ କରୁଥିବା ନଜର ଆସିଥିଲେ। ଅନିଲ ନିଜ ରୋଷେଇ ଦ୍ୱାରା ଫରାହ, ମହୀପ ଓ ଅରବାଜଙ୍କୁ ଖୁସି କରିବା ନେଇ ଚେଷ୍ଟା କରିଥିଲେ। ତେବେ ଏହି ସମୟରେ ସେ ଫରାହ ଖାନଙ୍କୁ ଶାହରୁଖ ଖାନ ଓ ସଲମାନ ଖାନଙ୍କ ବିଷୟରେ ପଚାରିଥିଲେ। ଫରାହ କହିଥିଲେ ଯେ ସଲମାନ ଖାନ ଏଭଳି ଜଣେ ଷ୍ଟାର ଯାହାଙ୍କୁ ମୁଁ ଭଲ ଭାବେ ଜାଣେ। ସେ ସବୁକିଛି ଖାଆନ୍ତି। ତେବେ ମୁଁ ଶାହରୁଖ ଖାନଙ୍କ ସହିତ ବି ଅନେକ ଦିନ କାମ କରିଛି, ହେଲେ ସେ ସବୁବେଳେ ତନ୍ଦୁରୀ ଚିକେନ ହିଁ ଖାଇବାକୁ ପସନ୍ଦ କରନ୍ତି।

ଫରାହ ଶାହରୁଖଙ୍କ ବିଷୟରେ ଆହୁରି କହିଛନ୍ତି ଯେ “ନା ସେ ଭାତ ଖାଆନ୍ତି ନା ରୁଟି, ବ୍ରେଡ ଖାଇବା ତ ମୁଁ ଦେଖିନି। କିନ୍ତୁ ସଲମାନ ଖାନ ଭାତ, ବିରିୟାନୀ, ଛୋଲେ ସବୁ ଖାଇବା ଦେଖିଛି।”

ଏହି ଶୋ’ରେ ଅନିଲ କପୁର ମଧ୍ୟ ନିଜର ଦୈନନ୍ଦୀନ ଡାଏଟ ବିଷୟରେ କହିଥିଲେ। ସେ କହିଥିଲେ ଯେ ସେ ତାଙ୍କର ଦିନ ଅଣ୍ଡା ଓ ଟୋଷ୍ଟରୁ ଆରମ୍ଭ କରିଥାନ୍ତି। ସେ ଯଦି କାମ ଉପରେ ଥାଆନ୍ତି ତେବେ ଲଞ୍ଚ କରନ୍ତି ନାହିଁ। କିନ୍ତୁ ଘରେ ଥିଲେ ଲଞ୍ଚ କରିଥାନ୍ତି। ତେବେ ଲଞ୍ଚରେ ସେ ଭାତ, ଚିକେନ, ମାଛ ଆଦି ଖାଇବାକୁ ପସନ୍ଦ କରନ୍ତି।
Published by: Soumya Das
First published: September 15, 2021, 7:36 PM IST