News18 Odia Digital
ନୂଆ ଦିଲ୍ଲୀ: Cruise Ship Drugs Case: କ୍ରୁଜ୍ ସିପ୍ ଡ୍ରଗ୍ସ ପାର୍ଟି ମାମଲାରେ ଆର୍ୟନ୍ ଖାନଙ୍କୁ (Aryan Khan) ନାର୍କୋଟିକ୍ସ କଣ୍ଟ୍ରୋଲ୍ ବ୍ୟୁରୋ (NCB) ଗିରଫ କରିବା ପରେ ବଲିଉଡ ଅଭିନେତା ଶାହାରୁଖ ଖାନ (Shahrukh Khan) ଏକ ବଡ଼ ଆର୍ଥିକ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ରିପୋର୍ଟ ଅନୁଯାୟୀ ପ୍ରସିଦ୍ଧ ଅନଲାଇନ୍ ପାଠପଢ଼ା ଆପ୍ ବାଇଜୁସ୍ (Byjus) ଶାହାରୁଖ ଖାନଙ୍କ ସବୁ ବିଜ୍ଞାପନକୁ ପ୍ରସାରଣ ହେବାରୁ ରୋକିଦେଇଛି ।
କେବଳ ଏତିକି ନୁହେଁ, ଶାହାରୁଖ ଖାନଙ୍କ ପ୍ରି-ବୁକିଂ ବିଜ୍ଞାପନ ବି ରିଲିଜ୍ କରାଯାଉନାହିଁ । ‘ଇକୋନୋମିକ୍ ଟାଇମ୍ସ’ରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ ବାଇଜୁସ୍ ସୁପରଷ୍ଟାର୍ ଶାହରୁଖ ଖାନଙ୍କ ସବୁ ବିଜ୍ଞାପନ ବନ୍ଦ କରିଦେଇଛି ଯେଉଁଥି ପାଇଁ ବିଭିନ୍ନ ଚ୍ୟାନେଲରେ ଅଗ୍ରୀମ ବୁକିଂ କରାଯାଇଥିଲା ।
ଏହା ବି ପଢ଼ନ୍ତୁ | OAS Results: ପ୍ରକାଶ ପାଇଲା ୨୦୧୯ର ଓଡ଼ିଶା ସିଭିଲ୍ ସର୍ଭିସେଜ୍ ପରୀକ୍ଷା ଫଳ; ୧୫୩ ଜଣ କୃତକାର୍ଯ୍ୟଶାହରୁଖ ଖାନଙ୍କ ପାଇଁ ବାଇଜୁସ୍ ସବୁଠାରୁ ବଡ ପ୍ରାୟୋଜକ କାରବାର ମଧ୍ୟରୁ ଗୋଟିଏ ଥିଲା । ସେ ହ୍ୟୁଣ୍ଡାଇ, ଏଲ୍.ଜି., ଦୁବାଇ ଟୁରିଜିମ୍ ଓ ରିଲାଏନ୍ସ ଜିଓ ଭଳି ଅନେକ କମ୍ପାନୀ ପାଇଁ ବି ବିଜ୍ଞାପନ କରୁଥିଲେ । ଖବରକାଗଜ ରିପୋର୍ଟରେ ଦର୍ଶାଯାଇଛି ଯେ ବାଇଜୁସ୍ ବ୍ରାଣ୍ଡକୁ ସମର୍ଥନ କରିବା ପାଇଁ ସେହି କମ୍ପାନୀ ଶାହରୁଖଙ୍କୁ ବାର୍ଷିକ ୩ରୁ ୪ କୋଟି ଟଙ୍କା ଦେଉଥିଲା। ୨୦୧୭ରୁ ଖାନ୍ ଏହି କମ୍ପାନୀର ବ୍ରାଣ୍ଡ୍ ଆମ୍ବାସାଡର ଅଛନ୍ତି ।

ସାନ ଭଉଣୀ ସୁହାନା ଖାନ ଓ ସାନ ଭାଇ ଆବରାମ୍ ସହ ଆର୍ୟନ୍ ଖାନ୍ (ଫାଇଲ୍ ଫଟୋ)
ଏହା ବି ପଢ଼ନ୍ତୁ | ସୌମ୍ୟଙ୍କ ମୃତ୍ୟୁ: ତାଙ୍କ ପତ୍ନୀଙ୍କ ବିରୋଧରେ ଚାର୍ଜଶୀଟ୍ ଦାଖଲ ହେଲା; ‘ନିଆଁ ଲିଭାଇବାକୁ ଚେଷ୍ଟା କରି ନ ଥିଲେ’ଖବରକାଗଜ ରିପୋର୍ଟରେ କୁହାଯାଇଛି ଯେ ପୁଅ ଆର୍ୟନକୁ ନେଇ ଚାଲିଥିବା ବିବାଦକୁ ଦୃଷ୍ଟିରେ ରଖି ବାଇଜୁସ୍ କମ୍ପାନୀ ଶାହରୁଖ ଖାନଙ୍କ ସହ ଆଉ ଜଡିତ ହେବାକୁ ଚାହୁଁ ନାହିଁ । ସେଇଥି ପାଇଁ କମ୍ପାନୀ ଶାହରୁଖ ଖାନଙ୍କ ବିଜ୍ଞାପନଗୁଡ଼ିକୁ ବନ୍ଦ କରି ଦେଇଛି । ତେବେ କମ୍ପାନୀ ଏହି ଅଭିନେତାଙ୍କୁ ନିଜ ବ୍ରାଣ୍ଡ୍ ଆମ୍ବାସାଡର୍ ଭାବେ ସମ୍ପୂର୍ଣ୍ଣ ହଟାଇ ଦେଇଛି କି ନାହିଁ ତାହା ସ୍ପଷ୍ଟ ହୋଇନାହିଁ । ଆର୍ୟନ ଖାନ ଗିରଫ ହେବା ପରେ ସୋସିଆଲ୍ ମିଡି଼ଆରେ ତାକୁ ନେଇ ବାଇଜୁସ୍ କମ୍ପାନୀ ବିରୁଦ୍ଧରେ ଅଭିଯୋଗ କରାଯାଉଥିଲା ।
ଏହା ବି ପଢ଼ନ୍ତୁ | BJP ନେତା ଓ ସାମ୍ବାଦିକଙ୍କୁ ମାଡ଼ ମାରିଥିବା ଚିଲିକାର BJD ବିଧାୟକ ଗିରଫ ହୋଇ ଜେଲ୍ ଗଲେଡ୍ରଗ୍ସ ମାମଲାରେ ଶାହରୁଖ ଖାନଙ୍କ ପୁଅ ଆର୍ୟନ ଖାନଙ୍କୁ ଶୁକ୍ରବାର ଦିନ ମୁମ୍ବାଇ କୋର୍ଟରୁ କୌଣସି କୋହଳତା ମିଲି ନ ଥିଲା । ତାଙ୍କୁ ଜାମିନ ଦେବାକୁ କୋର୍ଟ ମନା କରି ଦେଇଥିଲେ । କ୍ରୁଜ୍ ଜାହାଜରେ ଡ୍ରଗ୍ ପାର୍ଟି କରୁଥିବା ଅଭିଯୋଗରେ ଫସିଥିବା ଆର୍ଯ୍ୟନ୍, ଅରବାଜ୍ ମର୍ଚାଣ୍ଟ ଓ ମୁନମୁନ୍ ଧମେଚାଙ୍କ ଜାମିନ ଆବେଦନ ଶୁଣାଣି ଫୋର୍ଟ୍ କୋର୍ଟରେ ହୋଇଥିଲା । କିଛି ସମୟ ଶୁଣାଣି ପରେ କୋର୍ଟ ସ୍ପଷ୍ଟ କରିଥିଲେ ଯେ ସେମାନେ ଜାମିମ ପାଇପାରିବେ ନାହିଁ ।
ଏହା ବି ପଢ଼ନ୍ତୁ | Odisha Police: ଏଣିକି ରାଜ୍ୟରେ ଫାଣ୍ଡିଗୁଡ଼ିକରେ ASI ନୁହେଁ, ସବ୍-ଇନ୍ସପେକ୍ଟର୍ ଦାୟିତ୍ୱରେ ରହିବେଆର୍ୟନଙ୍କୁ ଏହି ୱିକଏଣ୍ଡ୍ ମୁମ୍ବାଇର ଆର୍ଥର୍ ରୋଡ଼ ସେଣ୍ଟ୍ରାଲ୍ ଜେଲରେ ବିତାଇବାକୁ ପଡୁଛି । ଅକ୍ଟୋବର ୯ ମାସର ଦ୍ୱିତୀୟ ଶନିବାର ହୋଇଥିବାରୁ ସେ ଜାମିନ ଆବେଦନ କରିପାରିବେ ନାହିଁ । ଜଣେ ଅଧିକାରୀ କହିଛନ୍ତି ଯେ ଜେଲ୍ ଭିତରେ ଆର୍ୟନଙ୍କୁ କୌଣସି ବିଶେଷ ସୁବିଧା ଦିଆଯାଉ ନାହିଁ । ଆର୍ୟନ ଖାନଙ୍କ ଜାମିନ ତିନି ଥର ନାମଞ୍ଜୁର ହୋଇ ସାରିଛି ।
Published by:Anand S.T. Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।