Pathaan Trailer Out: ରିଲିଜ ହେଲା ‘ପଠାନ’ର ଦମଦାର ଟ୍ରେଲର; ଭିଲେନ ଭୂମିକାରେ ଜନ

Pathaan Trailer Out: ବଲିଉଡର କିଙ୍ଗ ଖାନ ଶାହରୁଖଙ୍କ ବହୁ ଚର୍ଚ୍ଚିତ ଫିଲ୍ମ 'ପଠାନ'ର ଟ୍ରେଲର ରିଲିଜ ହୋଇଯାଇଛି। ସେପଟେ ଫିଲ୍ମ ଦେଖିବାକୁ ଅପେକ୍ଷା କରିଥିବା ପ୍ରଶଂସକଙ୍କ ଉତ୍ସାହିତ ଆହୁରି ବଢ଼ିଯାଇଛି।

 ରିଲିଜ ହେଲା ‘ପଠାନ’ର ଦମଦାର ଟ୍ରେଲର

ରିଲିଜ ହେଲା ‘ପଠାନ’ର ଦମଦାର ଟ୍ରେଲର

  • News18 Odia
  • Last Updated :
  • Cuttack, India
  • Share this:
News18 Odia Digital

Pathaan Trailer Out: ସାରା ବିଶ୍ୱରେ ଶାହରୁଖ ଖାନଙ୍କ (Shahrukh Khan) କେତେ ପ୍ରଶଂସକ ଅଛନ୍ତି ସେ ବିଷୟରେ କାହାକୁ ବା ଅଛପା। ବଡ଼ ପରଦାରେ ବଲିଉଡର 'ବାଦଶାହ'ଙ୍କୁ ଦେଖିବାକୁ ସବୁବେଳେ ଆଗ୍ରହୀ ଫ୍ୟାନ୍ସ। ଇତମଧ୍ୟରେ ଫ୍ୟାନ୍ସଙ୍କୁ ଜବରଦସ୍ତ ସପ୍ରାଇଜ୍ ମିଳିଛି। କାରଣ ମଙ୍ଗଳବାର ରିଲିଜ ହୋଇଯାଇଛି ଶାହରୁଖ ଓ ଦୀପିକା ପାଦୁକୋନଙ୍କ (Deepika Padukone) ଚର୍ଚ୍ଚିତ ଫିଲ୍ମ ‘ପଠାନ’ର ଦମଦାର ଟ୍ରେଲର (Pathaan Trailer Out) ।

ସିଦ୍ଧାର୍ଥ ଆନନ୍ଦଙ୍କ ନିର୍ଦ୍ଦେଶିତ ଫିଲ୍ମ 'ପଠାନ' ସହିତ ଶାହରୁଖ ଖାନ ପୁଣି ଥରେ ଦୀପିକା ପାଦୁକୋନ ଏବଂ ଜନ୍ ଆବ୍ରାହମଙ୍କ ସହ ପରଦାକୁ ଫେରୁଛନ୍ତି। ଶାହରୁଖ-ଦୀପିକାଙ୍କ ଚଳଚ୍ଚିତ୍ର ପଠାନର ଟ୍ରେଲର ମୁକ୍ତିଲାଭ କରିଛି।

ମଙ୍ଗଳବାର ସକାଳ ୧୧ଟାରୁ ଶାହରୁଖ ଖାନ ଏବଂ ଦୀପିକା ପାଦୁକୋନଙ୍କ ଅଭିନୀତ ଫିଲ୍ମ ‘ପଠାନ’ର ଟ୍ରେଲର ରିଲିଜ ହୋଇଛି। ଟ୍ରେଲରରେ ଶାହରୁଖଙ୍କ ଜବରଦସ୍ତ ଏଣ୍ଟ୍ରିକୁ ଦେଖି ଖୁସି ହୋଇଯାଇଛନ୍ତି ଫ୍ୟାନ୍ସ। ଟ୍ରେଲରେ ଜନଙ୍କ ଆକ୍ସନ ବିଶାଲ-ଶେଖରଙ୍କ ଜବରଦସ୍ତ ସଙ୍ଗୀତ ବଲ୍ ରୋଲ୍ କରି ପ୍ରଶଂସକମାନଙ୍କୁ ଆହୁରି ଉତ୍ସାହିତ କରିଛି।



ଯଦି ଟ୍ରୋଲର ବିଷୟରେ କଥା ହେବା ତାହାଲେ ‘ପଠାନ’ ଟ୍ରେଲର ଜନଙ୍କଠାରୁ ଆରମ୍ଭ ହୋଇଛି ଏବଂ ଏହା ଜଣାପଡ଼ିଛି ଯେ ଜନ ଜଣେ ଆତଙ୍କବାଦୀ ଯିଏ ଭାରତ ଉପରେ ଏକ ବଡ଼ ଆକ୍ରମଣ ଯୋଜନା କରୁଛନ୍ତି। ତାଙ୍କୁ ପରିଚାଳନା କରିବା ପାଇଁ 'ପଠାନ୍'ର ଆବଶ୍ୟକତା ଅଛି ଏବଂ କେବଳ ସେତେବେଳେ ଶାହରୁଖ ଖାନଙ୍କ ଏଣ୍ଟ୍ରି ଦେଖିବାକୁ ମିଳୁଛି ଦୀପିକା ପାଦୁକୋନଙ୍କୁ ମଧ୍ୟ ଶାହରୁଖ ଖାନଙ୍କ ସହିତ ଆକ୍ସନ୍ କରୁଥିବା ଦେଖିବାକୁ ମିଳୁଛି। ଶାହାରୁଖ ଜଣେ ସେନା ଭୂମିକାରେ ନଜର ଆସୁଛନ୍ତି। ଫିଲ୍ମର ଆକ୍ସନ୍ ବିଷୟରେ ପ୍ରଶଂସକଙ୍କ ବହୁତ ଆଶା ଅଛି।

ପଠାନଙ୍କ ଟ୍ରେଲରରେ ସଲମାନ ଖାନ?

ଯେହେତୁ ଖବର ଆସୁଥିଲା ଯେ ବଲିଉଡର ଭାଇଜାନ ସଲମାନ ଖାନ (Salman Khan) ମଧ୍ୟ ଶାହରୁଖ ଖାନଙ୍କ ଫିଲ୍ମ 'ପଠାନ'ରେ ଏକ କ୍ୟାମୋ ରୋଲରେ ନଜର ଆସିବେ। ଟ୍ରେଲର ରିଲିଜ ହୋଇଛି ଏବଂ ଶାହାରୁଖଙ୍କୁ ଦେଖିବାକୁ ପ୍ରଶଂସକମାନେ ଯେତିକି ଉତ୍ସାହିତ ଥିଲେ, ସଲମାନଙ୍କ ଭୂମିକାକୁ ନେଇ ମଧ୍ୟ ଉତ୍ସାହ ଅଛନ୍ତି। ଟ୍ରେଲରରେ ସଲମାନ ଖାନଙ୍କୁ ଦେଖାଯାଇ ନାହିଁ ଏବଂ ତାଙ୍କ ଭୂମିକା ବିଷୟରେ କୌଣସି ସୂଚନା ଏପର୍ଯ୍ୟନ୍ତ ସାମ୍ନାକୁ ଆସିନାହିଁ।
Published by:Lipina Das
First published: