News18 Odia Digital
Besharam Rang out: ଶାହରୁଖ ଖାନ ଏବଂ ଦୀପିକା ପାଦୁକୋନଙ୍କ ଆଗାମୀ ଫିଲ୍ମ 'ପଠାନ' ଖୁବ ଶୀଘ୍ର ରିଲିଜ ହେବାକୁ ଯାଉଛି। କିନ୍ତୁ ଏହା ପୂର୍ବରୁ ଫିଲ୍ମ ପ୍ରଥମ ପପ୍ ଗୀତ 'ବେସରମ ରଙ୍ଗ' ରିଲିଜ୍ ହୋଇଯାଇଛି। ଆଉ ଏହା ରିଲିଜ ହେବା ମାତ୍ରେ ସୋସିଆଲ ମିଡ଼ିଆ ଚହଳ ସୃଷ୍ଟି କରିଛି।
ସବୁଥର ପରି, ଏଥର ମଧ୍ୟ ଶାହରୁଖ ଏବଂ ଦୀପିକାଙ୍କ ସିଜଲିଂ କେମେଷ୍ଟ୍ରି ପ୍ରଶଂସକଙ୍କୁ ପ୍ରଭାବିତ କରିଛି। ଆମେ ନିଶ୍ଚିତ ଭାବରେ କହିପାରିବା ଯେ ଉଭୟେ ସେମାନଙ୍କର ଶାନଦାର ଅବତାରରେ ଦେଖାଯାଉଛନ୍ତି।
'ବେସରମ ରଙ୍ଗ' ଗୀତରେ ଦୀପିକାଙ୍କୁ ବିଭିନ୍ନ ଡିଜାଇନର୍ ବ୍ରା ପିନ୍ଧିଥିବାର ଦେଖିବାକୁ ମିଳିବ। ଅନ୍ୟପକ୍ଷରେ, ଅଭିନେତା ଶାହରୁଖ ତାଙ୍କର ୬ ପ୍ୟାକ୍ ପୂରା ଗୀତରେ ଦେଖାଇଛନ୍ତି, ଯେଉଁଥିରେ ସେ ବହୁତ ହଟ୍ ନଜର ଆସୁଛନ୍ତି। ଏହି ଗୀତଟିକୁ ଶିଳ୍ପା ରାଓ, କାରାଲିସା ମୋଣ୍ଟେରୋ, ବିଶାଲ ଏବଂ ଶେଖର ଗାଇଛନ୍ତି ଏବଂ ସଙ୍ଗୀତ ବିଶାଲ ଏବଂ ଶେଖର କମ୍ପୋଜ କରିଥିବାବେଳେ କୁମାରଙ୍କ ଦ୍ୱାରା ଏହା ଲିଖିତ। ସ୍ପେନରେ ଏହାର ସୁଟିଂ କରାଯାଇଛି, ଯେଉଁଠାରେ ଅନେକ ଫଟୋ ସୋସିଆଲ ମିଡ଼ିଆରେ ଘୁରିବୁଲୁଛି।
ପ୍ରଶଂସକଙ୍କ ପ୍ରତିକ୍ରିୟା‘ବେସରାମ ରଙ୍ଗ’ ଗୀତ ବାହାରିବା ମାତ୍ରେ ପ୍ରଶଂସକମାନେ ଦୀପିକା ଏବଂ ଶାହରୁଖଙ୍କ କେମେଷ୍ଟ୍ରକୁ ପ୍ରଶଂସା କରି କମେଣ୍ଟ ଦେବା ଆରମ୍ଭ କରିଦେଇଛନ୍ତି। ଜଣେ ଫ୍ୟାନ କମେଣ୍ଟରେ ଲେଖିଛନ୍ତି, ‘‘୨୦୨୩ରେ ବକ୍ସ ଅଫିସରେ ଦୀପିକାଙ୍କ ବିଗ୍ ବ୍ୟାଙ୍ଗ୍, ପଠାନ୍ ଏବଂ ସିଂଘମ୍ ପୁଣି ଥରେ।'’ ଆଉ ଜଣେ କହିଛନ୍ତି, ‘‘ଏତେ ହଟ୍।’’ ସେହିପରି ଆଉ ଜଣେ କହିଛନ୍ତି ଯେ ଏହି ଗୀତରେ ନିଶା ହୋଇସାରିଛି।
ଫିଲ୍ମ ‘ପଠାନ’ ବିଷୟରେଏହି ଫିଲ୍ମରେ ମୁଖ୍ୟ ଭୂମିକାରେ ଦୀପିକା ପାଦୁକୋନ, ଶାହରୁଖ ଖାନ ଏବଂ ଜନ୍ ଆବ୍ରହାମ ନଜର ଆସିବେ। ହିନ୍ଦୀ, ତାମିଲ ଏବଂ ତେଲୁଗୁ ଭାଷା ରିଲିଜ୍ ସହିତ ଆସନ୍ତା ବର୍ଷ ଜାନୁୟାରୀ ୨୫ରେ ରିଲିଜ କରିବାକୁ ସ୍ଥିର କରିଛନ୍ତି ମେକର୍ସ। ଏହି ଫିଲ୍ମଟି ଆଦିତ୍ୟ ଚୋପ୍ରାଙ୍କ ଦ୍ୱାରା ନିର୍ମିତ।
ଏହି ଚରିତ୍ରରେ ଶାହରୁଖଙ୍କୁ ଦେଖିବାକୁ ମିଳିବଖବର ଅନୁଯାୟୀ, ଶାହରୁଖ ଖାନ ଏହି ଫିଲ୍ମରେ ଗୁପ୍ତ ଏଜେଣ୍ଟ ଭୂମିକାରେ ଅଭିନୟ କରୁଥିବାବେଳେ ଜନ୍ ଆବ୍ରହାମଙ୍କୁ ଭିଲେନ ଭୂମିକାରେ ଦେଖିବାକୁ ମିଳିବ। ଦୀପିକାଙ୍କୁ ମଧ୍ୟ ଫିଲ୍ମରେ ଆକ୍ସନ୍ କରୁଥିବା ଦେଖିବାକୁ ମିଳିବ। କେବଳ ଏତିକି ନୁହେଁ ଫିଲ୍ମରେ ସଲମାନ ଖାନଙ୍କର ମଧ୍ୟ ଏକ ବିଶେଷ ଭୂମିକା ରହିବ। ଏହାର ଟ୍ରେଲର ନିର୍ମାତା ଆସନ୍ତା ଜାନୁଆରୀ ୨୩ରେ ରିଲିଡ କରିବେ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।