News 18 Odia Digital
ନୂଆଦିଲ୍ଲୀ; ଯେତେବେଳେ ଶେହନାଜ ଗିଲ 'ବିଗ୍ ବସ୍ ୧୩' ରେ ଅଂଶଗ୍ରହଣ କରିଥିଲେ, ସିଦ୍ଧାର୍ଥ ଶୁକ୍ଲାଙ୍କ ସହ ତାଙ୍କର ସମ୍ପର୍କ ଚର୍ଚ୍ଚାରେ ଥିଲା ଏବଂ ସମସ୍ତଙ୍କୁ ସେମାନଙ୍କ କେମେଷ୍ଟ୍ରୀ ପ୍ରଭାବିତ କରିଥିଲା । ତେବେ, ସେପ୍ଟେମ୍ବର ୨୦୨୧ରେ ସିଦ୍ଧାର୍ଥଙ୍କ ଦେହାନ୍ତ ପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ସେବେଠାରୁ ଶେହନାଜଙ୍କୁ ସିଦ୍ଧାର୍ଥଙ୍କୁ ବିଭିନ୍ନ ସମୟରେ ମନେ ପକାଉଥିବା ଦେଖିବାକୁ ମିଳିଥିଲା । ବର୍ତ୍ତମାନ ଶେହନାଜଙ୍କ ଫୋନ୍ ୱାଲପେପରର ଏକ ଫଟୋ ଭାଇରାଲ ହୋଇଛି, ଯାହା ସିଦ୍ଧନାଜ ପ୍ରଶଂସକଙ୍କୁ ସଂପୂର୍ଣ୍ଣ ଭାବପ୍ରବଣ କରିଛି ।
ନିକଟରେ ଶେହନାଜଙ୍କୁ ମୁମ୍ବାଇରେ ପାପରାଜି ସ୍ପଟ୍ କରିଥିଲା । ସୋସିଆଲ ମିଡିଆରେ ତାଙ୍କର ଏକ ଭିଡିଓ ସାମ୍ନାକୁ ଆସିବା ପରେ ଫ୍ୟାନ୍ସଙ୍କ ଏହା ନୋଟିସ କରିବାକୁ ଅଧିକ ସମୟ ନେଇ ନଥିଲେ ଯେ ଅଭିନେତ୍ରୀଙ୍କ ଫୋନ୍ ୱାଲପେପରରେ ସ୍ୱର୍ଗତ ଅଭିନେତା ସିଦ୍ଧାର୍ଥ ଶୁକ୍ଲାଙ୍କ ଫଟୋ ଅଛି । ଜଣେ ପ୍ରଶଂସକ ଲେଖିଛନ୍ତି, ସିଦ୍ଧାର୍ଥ କେବଳ ଶେହନାଜଙ୍କର, ଶେହନାଜ କେବଳ ସିଦ୍ଧାର୍ଥଙ୍କର ।
ଶେହନାଜ ଗିଲ ଚଳିତ ମାସ ଆରମ୍ଭରେ ସିଦ୍ଧାର୍ଥଙ୍କ ଜନ୍ମଦିନକୁ ବିଶେଷ ଭାବରେ ପାଳନ କରିଥିଲେ । ସେ କେବଳ ଏକ କେକ୍ କାଟିଥିଲେ, ଏହା ସହ ସ୍ୱର୍ଗତ ଅଭିନେତାଙ୍କ ପୁରୁଣା ଫଟୋ ମଧ୍ୟ ସେୟାର କରି ଲେଖିଥିଲେ, 'ମୁଁ ତୁମକୁ ପୁଣି ଦେଖିବି ।' ନଭେମ୍ବରରେ ଦୁବାଇରେ ଏକ ଆୱାର୍ଡ଼ ଶୋ'ରେ ଶେହନାଜ ଗିଲଙ୍କୁ ସମ୍ମାନିତ କରାଯାଇଥିଲା, ସେତେବେଳେ ନିଜ ବକ୍ତବ୍ୟରେ ସେ ସମସ୍ତଙ୍କୁ ଭାବୁକ କରିଦେଈଥିଲେ ।
ଶେହନାଜ ତାଙ୍କ ଆୱାର୍ଡ଼ ସିଦ୍ଧାର୍ଥ ଶୁକ୍ଲାଙ୍କୁ ଉତ୍ସର୍ଗ କରି କହିଥିଲେ, 'ମୁଁ ଏହାକୁ ମୋ ପରିବାର, ବନ୍ଧୁ କିମ୍ବା ଟିମକୁ ଉତ୍ସର୍ଗ କରିବାକୁ ଚାହେଁ ନାହିଁ, କାରଣ ଏହା ମୋର କଠିନ ପରିଶ୍ରମ । ଏହା ମୋର ଏବଂ ସର୍ବଦା ମୋର ହେବ । ଆଉ ଗୋଟିଏ କଥା ମୁଁ ଜଣେ ବ୍ୟକ୍ତିଙ୍କୁ ଧନ୍ୟବାଦ ଦେବାକୁ ଚାହୁଁଛି । ମୋ ଜୀବନର ଏକ ଅଂଶ ହୋଇଥିବାରୁ ଏବଂ ମୋ ପାଇଁ ଏତେ ଇନଭେଷ୍ଟ କରିଥିବାରୁ ଧନ୍ୟବାଦ । ସିଦ୍ଧାର୍ଥ ଶୁକ୍ଲା, ଏହା ତୁମ ପାଇଁ ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।