‘KGF Chapter 2’କୁ ନେଇ ଡରିଗଲେ ‘ଜର୍ସି’ର ମେକର୍ସ; ଘୁଞ୍ଚାଇଲେ ରିଲିଜ ତାରିଖ

କ୍ୟୁଟ୍ ଆକ୍ଟର ସାହିଦ କପୁରଙ୍କ ବହୁ ଚର୍ଚ୍ଚିତ ଫିଲ୍ମ 'ଜର୍ସି'ର ରିଲିଜ ତାରିଖ ପୁଣି ଥରେ ଘୁଞ୍ଚାଇ ଦିଆଯାଇଛି। ଏହି ଫିଲ୍ମଟି ଏପ୍ରିଲ ୧୪ରେ 'କେଜିଏଫ୍ ଚାପ୍ଟର ୨' ସହ ରିଲିଜ ହେବାର ଥିଲା, ହେଲେ ବର୍ତ୍ତମାନ ଫିଲ୍ମର ରିଲିଜ ତାରିଖ ଘୁଞ୍ଚାଇ ଦର୍ଶକଙ୍କୁ ନିରାଶ କରିଛନ୍ତି ମେକର୍ସ।

 ‘KGF Chapter 2’କୁ ନେଇ ଡରିଗଲେ ‘ଜର୍ସି’ର ମେକର୍ସ

‘KGF Chapter 2’କୁ ନେଇ ଡରିଗଲେ ‘ଜର୍ସି’ର ମେକର୍ସ

  • Share this:
News18 Odia Digital

ମୁମ୍ବାଇ: ସାହିଦ କପୁରଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ 'ଜର୍ସି' ବିଷୟରେ ଏକ ବଡ଼ ଖବର ସାମ୍ନାକୁ ଆଛି। ଏହି ଫିଲ୍ମଟି ଏପ୍ରିଲ ୧୪ରେ ରିଲିଜ ହେବାର ଥିଲା କିନ୍ତୁ ବର୍ତ୍ତମାନ ଫିଲ୍ମର ରିଲିଜ ତାରିଖ ଘୁଞ୍ଚାଇ ଦିଆଯାଇଛି। ଏହି ଫିଲ୍ମର ରିଲିଜ ତାରିଖକୁ ଆଗକୁ ବଦଳାଇବାର କାରଣ ୟଶଙ୍କ ବହୁ ଚର୍ଚ୍ଚିତ ଫିଲ୍ମ 'କେଜିଏଫ ଚାପ୍ଟର ୨' ରିଲିଜ।

ଏପ୍ରିଲ ୨୨ରେ ଜର୍ସି ରିଲିଜ କରିବାକୁ ଯୋଜନା କରିଛନ୍ତି ମେକର୍ସ

ସାହିଦ କପୁର ଓ ମୃଣାଳ ଠାକୁରଙ୍କ ଫିଲ୍ମ 'ଜର୍ସି' ବର୍ତ୍ତମାନ ଏପ୍ରିଲ ୨୨ରେ ରିଲିଜ ହେବ। ପ୍ରସିଦ୍ଧ ଫଟୋଗ୍ରାଫର ଭାଇରାଲ ଭାୟାନି ତାଙ୍କ ପୋଷ୍ଟରେ ଏ ବିଷୟରେ ସୂଚନା ଦେଇଛନ୍ତି। ଭାଇରାଲ ଭାୟାନି ଏକ ଇନଷ୍ଟାଗ୍ରାମ ପୋଷ୍ଟରେ ଲେଖିଛନ୍ତି, ‘‘ଜର୍ସି ବର୍ତ୍ତମାନ ୨୦୨୨ ଏପ୍ରିଲ ୨୨ରେ ରିଲିଜ। ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି Gowtam Tinnanuri। ଯେଉଁଥିରେ ସାହିଦଙ୍କ ସହ ମୃଣାଳ ଠାକୁର ଓ ପଙ୍କଜ କପୁର ମୁଖ୍ୟ ଭୂମିକାରେ ନଜର ଆସିବେ।

ଫିଲ୍ମ ରିଲିଜକୁ ନେଇ ମେକର୍ସ ବୟାନ

ଫିଲ୍ମର ରିଲିଜ ତାରିଖ ବଢ଼ାଇବା ଉପରେ ଫିଲ୍ମର ନିର୍ମାତା ଅମନ ଗିଲ୍ କହିଛନ୍ତି, ‘‘ଏକ ଟିମ ଭାବରେ ଆମେ ଫିଲ୍ମ 'ଜର୍ସି' ତିଆରି କରିବାରେ ଆମର ରକ୍ତ ଓ ଝାଳ ଗଡ଼ାଇଛୁ। ଆମେ ଚାହୁଁ ଯେ ଆମର ଏହି ମହାନ ଫିଲ୍ମ ଆପଣଙ୍କ ସମସ୍ତଙ୍କ ନିକଟରେ ଏକ ବଡ଼ ଉପାୟରେ ପହଞ୍ଚୁ। ଫିଲ୍ମ 'ଜର୍ସି' ବର୍ତ୍ତମାନ ଏପ୍ରିଲ ୨୨ରେ ରିଲିଜ ହେବ। ଥିଏଟରରେ ଆପଣଙ୍କୁ ଭେଟିବାକୁ ନେଇ ଆମେ ଉତ୍ସାହିତ।’’

ରିଲିଜ ତାରିଖ ଅନେକ ଥର ଘୁଞ୍ଚାଇଲେଣି ମେକର୍ସ

ଫିଲ୍ମ 'ଜର୍ସି'ର ରିଲିଜ ତାରିଖ ଅନେକ ଥର ବୃଦ୍ଧି କରାଯାଇଛି। ଏହାପୂର୍ବରୁ ଏହି ଫିଲ୍ମଟି ଡିସେମ୍ବର ୨୦୨୧ ଡିସେମ୍ବର ୩୧ରେ ରିଲିଜ ହେବାର ଥିଲା, କିନ୍ତୁ ସେହି ସମୟରେ ଓମିକ୍ରନର ବିପଦକୁ ଦୃଷ୍ଟିରେ ରଖି ଫିଲ୍ମର ରିଲିଜ ତାରିଖ ବଢ଼ାଇ ଦିଆଯାଇଥିଲା। ଆଉ ଏବେ ଆସନ୍ତା ୨୨ ତାରିଖରେ ଫିଲ୍ମ ରିଲିଜ ତାରିଖ ଘୋଷଣା କରି ସାହିଦଙ୍କ ଫ୍ୟାନ୍ସଙ୍କୁ ନିରାଶ କରିଦେଇଛନ୍ତି ମେକର୍ସ।

‘କେଜିଏଫ ଚାପ୍ଟର ୨’କୁ ନେଇ ଡର

ଫିଲ୍ମ 'ଜର୍ସି'ର ରିଲିଜ ତାରିଖ ବଢ଼ାଇଇବାର କାରଣ ‘କେଜିଏଫ ଚାପ୍ଟର ୨'ର ରିଲିଜ ତାରିଖ ହୋଇପାରେ। କାରଣ ଉଭୟ ଫିଲ୍ମ 'ଜର୍ସି' ଓ 'କେଜିଏଫ୍ ଚାପ୍ଟର ୨' ଏପ୍ରିଲ ୧୪ରେ ବକ୍ସ ଅଫିସରେ ରିଲିଜ ହେବାକୁ ଯାଉଥିଲା। ଏଭଳି ପରିସ୍ଥିତିରେ ନିର୍ମାତାଙ୍କ ରିଲିଜ ତାରିଖର ହଠାତ୍ ଆଗକୁ ବଢ଼ାଇ ଦେବାର କାରଣ ମଧ୍ୟ ‘କେଜିଏଫ ଚାପ୍ଟର ୨'ର ଜବରଦସ୍ତ ଅଗ୍ରୀମ ବୁକିଂ ହୋଇପାରେ।

ଅନେକ ସ୍ଥାନରେ ଆଡଭାନ୍ସ ବୁକିଂ କରାଯାଉଛି

ଗୁରୁବାର ଦିନ କିଛି ସୀମିତ କେନ୍ଦ୍ରରେ ‘କେଜିଏଫ ଚାପ୍ଟର ୨'ର ଆଡଭାନ୍ସ ବୁକିଂ ଆରମ୍ଭ ହୋଇଥିଲା, ଯାହା ଜବରଦସ୍ତ ପ୍ରତିକ୍ରିୟା ପାଇଥିଲା। ୧୨ ଘଣ୍ଟା ମଧ୍ୟରେ ହିନ୍ଦୀ ବେଲ୍ଟରେ ୧ ଲକ୍ଷ ୭ ହଜାର ଟିକେଟ ବିକ୍ରି ହୋଇ ମୋଟ ୩.୩୫ କୋଟି ଟଙ୍କା ରୋଜଗାର କରିଥିଲା। ପୁଣେ, ସୁରଟ, ଅହମ୍ମଦାବାଦ, କୋଲକାତା, ଜୟପୁର ଓ ଲକ୍ଷ୍ନୌ ପରି ସହରରେ ଏହା ୧୦ ଲକ୍ଷ ଟଙ୍କା ରୋଜଗାର କରିଛି।
Published by:Lipina Das
First published: