ଶାହାରୁଖ ଖାନ କହିଲେ କେତେ ହେବ 'ପଠାନ'ର ପ୍ରଥମ ଦିନ କଲେକ୍ସନ ? କହିଲେ ଯଦି ସିଟ୍ ନମିଳିବ ତ..

ଜଣେ ପ୍ରଶଂସକ ଶାହାରୁଖ ଖାନଙ୍କୁ ପଚାରିଲେ, ଆପଣ ଭାବୁଥିବେ ପ୍ରଥମ ଦିନରେ ପଠାନ କେତେ ରୋଜଗାର କରିବ? କିଙ୍ଗ ଖାନ ଏହା ଉପରେ ଲେଖିଛନ୍ତି,..

ଶାହାରୁଖ ଖାନ କହିଲେ କେତେ ହେବ 'ପଠାନ'ର ପ୍ରଥମ ଦିନ କଲେକ୍ସନ ? କହିଲେ ଯଦି ସିଟ୍ ନମିଳିବ ତ..

ଶାହାରୁଖ ଖାନ କହିଲେ କେତେ ହେବ 'ପଠାନ'ର ପ୍ରଥମ ଦିନ କଲେକ୍ସନ ? କହିଲେ ଯଦି ସିଟ୍ ନମିଳିବ ତ..

  • News18 Odia
  • Last Updated :
  • Mumbai, India
  • Share this:
News 18 Odia Digital

ମୁମ୍ୱାଇ; 'ପଠାନ'ର ବେସରାମ ରଙ୍ଗ 'ଗୀତକୁ ନେଇ ବିବାଦ ଥମିବାର ନାଁ ନେଉ ନାହିଁ । ଦୀପିକା ପାଦୁକୋନ ପିନ୍ଧିଥିବା ଗେରୁଆ ରଙ୍ଗର ବିକିନି'କୁ ନେଇ ବିବାଦ ସମ୍ପର୍କରେ କିଙ୍ଗ ଖାନ ଏପର୍ଯ୍ୟନ୍ତ କିଛି କହି ନାହାଁନ୍ତି । କିନ୍ତୁ, ସପ୍ତାହ ଶେଷରେ ଫ୍ୟାନ୍ସଙ୍କ ପାଇଁ ସମୟ ବାହାର କରି ସେ ନିଶ୍ଚିତ ଭାବରେ ସମସ୍ତଙ୍କୁ ବଡ଼ ସରପ୍ରାଇଜ ଦେଇଛନ୍ତି ।

କେତେ ହେବ ପଠାନଙ୍କ ପ୍ରଥମ ଦିନ ସକଲେକ୍ସନ

ବଲିଉଡ ବାଦଶାହ ତାଙ୍କ ପ୍ରଶଂସକଙ୍କୁ ଇମ୍ପ୍ରେସ କରିବାରେ କେବେବି ବିଫଳ ହୋଇ ନାହାନ୍ତି । ଡିସେମ୍ବର ୧୭ ରେ, ସେ #asksrk ଅଧିବେଶନ କରି ଫ୍ୟାନ୍ସଙ୍କୁ ଖୁସି କରିଥିଲେ । ସୁଯୋଗ ଥିଲା ନିଜର ପ୍ରିୟ ତାରକାଙ୍କୁ ପ୍ରଶ୍ନ ପଚାରିବାର ।
ଆଉ ଏଭଳି ପରିସ୍ଥିତିରେ ଲୋକମାନେ ପ୍ରଶ୍ନର ଧାଡ଼ି ଲଗାଇ ଦେଇଥିଲେ । କିଙ୍ଗ ଖାନ ଯଥାସମ୍ଭବ ସମସ୍ତଙ୍କ ପ୍ରଶ୍ନର ଜବାବ ଦେଇଥିଲେ । ପ୍ରଶଂସକଙ୍କ କିଛି ମଜାଦାର ପ୍ରଶ୍ନ ଏବଂ କିଙ୍ଗ ଖାନଙ୍କ ମଜାଳିଆ ଉତ୍ତର ଆମେ ଆପଣଙ୍କୁ କହିବୁ।

ଜଣେ ପ୍ରଶଂସକ ଶାହାରୁଖ ଖାନଙ୍କୁ ପଚାରିଲେ, ଆପଣ ଭାବୁଥିବେ ପ୍ରଥମ ଦିନରେ ପଠାନ କେତେ ରୋଜଗାର କରିବ? କିଙ୍ଗ ଖାନ ଏହା ଉପରେ ଲେଖିଛନ୍ତି, 'ମୁଁ ଭବିଷ୍ୟବାଣୀ ବ୍ୟବସାୟ କରୁନାହିଁ । ମୋର ବ୍ୟବସାୟ ହେଉଛି ଆପଣ ମାନଙ୍କୁ ମନୋରଞ୍ଜନ କରିବା ଏବଂ ଆପଣଙ୍କ ମୁହଁରେ ହସ ଆଣିବା । ଏହା ପରେ, ଜଣେ ଉପଭୋକ୍ତା ପଚାରିଥିଲେ, ଆପଣଙ୍କ ପିଲାମାନେ ଡଙ୍କି, ପଠାନ୍ ଏବଂ ଜୱାନ୍ ମଧ୍ୟରେ କେଉଁଟି ପାଇଁ ବେଶି ଏକ୍ସାଇଟେଡ ? ଏହା ଉତ୍ତର ଦେଇ ସେ କହିଛନ୍ତି ଯେ 'ବର୍ତ୍ତମାନ ତ ଅବତାର ପାଇଁ'।

କେବେ ସଂପୂର୍ଣ୍ଣ କରିବେ ବାୟୋଗ୍ରାଫି?

ଏହି ପ୍ରଶ୍ନଗୁଡ଼ିକ ମଧ୍ୟରେ ଜଣେ ପ୍ରଶଂସକ ପଚାରିଥିଲେ କି ଆପଣ ନିଜର ଵାୟୋ ଗ୍ରାଫି କେବେ ସଂପୂର୍ଣ୍ଣ କରିବେ ? ଏହାର ଉତ୍ତରରେ ବଲିଉଡ କିଙ୍ଗ କହିଥିଲେ , 'ଯେତେବେଳେ ମୁଁ ମୋର ଜୀବନ ସମାପ୍ତ କରିବି ।' ଏହାର ଅର୍ଥ ଅନେକ ବର୍ଷ ଅଛି । ଶାହରୁଖ ଖାନଙ୍କ ଜଣେ ପ୍ରଶଂସକ ନିଜ ବିବାହ ବିଷୟରେ କହିଥିଲେ କି ଜାନୁଆରୀ ୨୬ରେ ତାଙ୍କ ବିବାହ ସ୍ଥିର ହୋଇଛି, ଏବେ କଣ କରିବି ? କିଙ୍ଗ ଖାନ ଏକ ମଜାଳିଆ ଉତ୍ତର ଦେଇ କହିଥିଲେ, 'ବିବାହ କରନିଅ, ହନିମୁନ୍‌ରେ 'ପଠାନ୍' ଦେଖିନେବ ।
Published by:Soubhagya Mishra
First published: