News18Odia Digital
ନୂଆ ଦିଲ୍ଲୀ: ୨୦୨୨ ଶେଷ ସମୟ ବୋଧେ ଶାହରୁଖ ଖାନଙ୍କ ପାଇଁ ଭଲ ସମୟ ନୁହେଁ। ନିକଟରେ ତାଙ୍କ ଫିଲ୍ମ ପଠାନ ବିବାଦକୁ ଆସିଥିବା ବେଳେ ଏବେ ତାଙ୍କୁ କୌଣସି ସଂକ୍ରମଣ ହୋଇଥିବାର ଜଣାପଡ଼ିଛି।
ଚାରି ବର୍ଷ ପରେ ଶାହରୁଖ ଖାନ ଫିଲ୍ମ ପଠାନ ସହିତ ଆସନ୍ତା ମାସରେ ପରଦାକୁ ଫେରିବାକୁ ଯାଉଛନ୍ତି। ତାଙ୍କର ପ୍ରଶଂସକମାନେ ଉତ୍ସାହର ସହିତ ଏହି ଚଳଚ୍ଚିତ୍ରକୁ ଅପେକ୍ଷା କରିଛନ୍ତି। କିଙ୍ଗ ଖାନ ମଧ୍ୟ ପଠାନ ଫିଲ୍ମର ପ୍ରମୋସନ ଆରମ୍ଭ କରିଛନ୍ତି। ଶନିବାର ଦିନ ଶାହରୁଖ ଖାନ ଟ୍ୱିଟରରେ ଏକ ask me anything ସେକ୍ସନ ରଖିଥିଲେ। ଏହି ସମୟରେ ପ୍ରଶଂସକଙ୍କ ସମେତ ଅନେକ ସୋସିଆଲ ମିଡିଆ ବ୍ୟବହାରକାରୀ ଭେଟେରାନ ଅଭିନେତାଙ୍କୁ ଅନେକ ପ୍ରଶ୍ନ ପଚାରିଥିଲେ, ଯାହାକୁ କିଙ୍ଗ ଖାନ ନିଜ ଶୈଳୀରେ ଉତ୍ତର ଦେଇଥିଲେ। ଏହି ସମୟରେ ଶାହରୁଖ ଖାନ କହିଛନ୍ତି ଯେ ଆଜିକାଲି ସେ କିଛି ସଂକ୍ରମଣ ଦେଇ ଗତି କରୁଛନ୍ତି।
ଯେତେବେଳେ ଶାହରୁଖ ଖାନଙ୍କୁ ଜଣେ ପ୍ରଶଂସକ ତାଙ୍କ ଖାଇବା ଅଭ୍ୟାସ ବିଷୟରେ ପଚାରିଥିଲେ, ଅଭିନେତା ତାଙ୍କର ଗୋଟିଏ ଟ୍ୱିଟରେ ଉତ୍ତର ଦେଇଛନ୍ତି, 'ସଂକ୍ରମଣ ହେତୁ ମୁଁ ଟିକେ ଅସୁସ୍ଥ ଅଛି, ତେଣୁ ଆଜିକାଲି ମୁଁ କେବଳ ଡାଲି ଭାତ ଖାଉଛି।'

ଶାହରୁଖ ଖାନଙ୍କ ଫିଲ୍ମ ପଠାନ ବିଷୟରେ କଥା ହେବାବେଳେ ଏହାକୁ ସିଦ୍ଧାର୍ଥ ଆନନ୍ଦ ନିର୍ଦ୍ଦେଶନା ଦେଇଛନ୍ତି। କିଙ୍ଗ ଖାନଙ୍କ ଏହି ଚଳଚ୍ଚିତ୍ର ଦୀର୍ଘ ଦିନ ଧରି ଚର୍ଚ୍ଚାରେ ରହିଆସିଛି। ଚଳଚ୍ଚିତ୍ରରେ ଶାହରୁଖ ଖାନଙ୍କ ସହ ଦୀପିକା ପାଦୁକୋନ ଓ ଜନ୍ ଅବ୍ରହାମଙ୍କ ସହ ଅନେକ କଳାକାର ମୁଖ୍ୟ ଭୂମିକାରେ ଅଛନ୍ତି। ନିକଟରେ ଫିଲ୍ମର ପ୍ରଥମ ଗୀତ ବେସରମ ରଙ୍ଗ ମୁକ୍ତିଲାଭ କରିଥିଲା। ଏହି ଗୀତକୁ ଦୀପିକା ଓ ଶାହାରୁଖ ଖାନଙ୍କ ପ୍ରଶଂସକ ପସନ୍ଦ କରୁଥିବାବେଳେ କିଛି ଲୋକ ଏହି ଗୀତକୁ ବିରୋଧ କରିଛନ୍ତି। ଚଳଚ୍ଚିତ୍ର ପଠାନ ୨୫ ଜାନୁୟାରୀ ୨୦୨୩ ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।