- News18 Odia
- Last Updated :
- New Delhi, India
News 18 Odia Digital
ମୁମ୍ବାଇ: ବଲିଉଡର କିଙ୍ଗ ଶାହରୁଖ ଖାନ୍ ବର୍ତ୍ତମାନ ସେ ତାଙ୍କ ଆଗାମୀ ଫିଲ୍ମକୁ ନେଇ ଚର୍ଚ୍ଚାରେ ଅଛନ୍ତି। ଶାହରୁଖ ଖୁବ୍ ଶୀଘ୍ର ‘ପଠାନ୍’, ‘ଜୱାନ୍’ ଏବଂ ଡଙ୍କି ଫିଲ୍ମରେ ନଜର ଆସିବେ। ନିକଟରେ ସେ ସାଉଦି ଆରବରେ ତାଙ୍କ ଫିଲ୍ମ ‘ଡଙ୍କି’ ର ସୁଟିଂ ଶେଷ କରିଛନ୍ତି। ଅଭିନେତା ନିଜେ ସୋସିଆଲ ମିଡିଆ ପୋଷ୍ଟ ମାଧ୍ୟମରେ ଏହି ସୂଚନା ଦେଇଛନ୍ତି। ଏହା ପରେ କିଙ୍ଗ ଖାନ ପବିତ୍ର ସହର ମକ୍କାର ପରିଦର୍ଶନ କରିଥିଲେ। ହଜ୍ ପାଇଁ ଏକ ନିର୍ଦ୍ଦିଷ୍ଟ ସମୟ ଅଛି କିନ୍ତୁ ଉମରାହ ଯେକୌଣସି ସମୟରେ କରାଯାଇପାରିବ। ଶାହରୁଖ ଖାନଙ୍କ ଉମରାହର କିଛି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି।
ଶାହରୁଖ ଖାନଙ୍କ ମକ୍କା ଗସ୍ତର ଫଟୋ ତାଙ୍କ ଇନଷ୍ଟାଗ୍ରାମର ଫ୍ୟାନ୍ ଆକାଉଣ୍ଟରେ ସେୟାର କରାଯାଇଛି। ଏହି ଫଟୋ ଗୁଡ଼ିକରେ ଶାହାରୁଖ ସମ୍ପୂର୍ଣ୍ଣ ଭିନ୍ନ ପୋଷାକରେ ନଜର ଆସିଛନ୍ତି । ଫଟୋରେ ଶାହରୁଖଙ୍କୁ ଲୋକମାନେ ଘେରି ରହିଥିବାର ଦେଖିବାକୁ ମିଳୁଥିବା ବେଳେ ସୋସିଆଲ ମିଡିଆରେ ବହୁତ ଭାଇରାଲ ହେବାରେ ଲାଗିଛି ।
ବୁଧବାର ଦିନ ଶାହରୁଖ ଖାନ ଏକ ଭିଡିଓ ପୋଷ୍ଟ କରି ସାଉଦି ଆରବ ସଂସ୍କୃତି ମନ୍ତ୍ରଣାଳୟକୁ ଡଙ୍କି ସୁଟିଂ ସମୟରେ ସୁନ୍ଦର ସ୍ଥାନ ଏବଂ ଆତିଥ୍ୟ ପାଇଁ ଧନ୍ୟବାଦ ଜଣାଇଛନ୍ତି। ଭିଡିଓରେ ସେ କହିଛନ୍ତି, ସାଉଦିରେ ଡଙ୍କି ଭଳି ସୁଟିଂ କାର୍ଯ୍ୟସୂଚୀ ପୂରଣ କରିବାଠାରୁ ଅଧିକ ସନ୍ତୋଷଜନକ କିଛି ନାହିଁ। ଆମକୁ ଏପରି ଚମତ୍କାର ସ୍ଥାନ ଏବଂ ଉଷ୍ମ ଆତିଥ୍ୟ ପ୍ରଦାନ କରିଥିବାରୁ ଧନ୍ୟବାଦ। ମୁଁ ରାଜୁ ସାର୍ ଏବଂ ବାକି କାଷ୍ଟ ଏବଂ କ୍ରୁଙ୍କୁ ଧନ୍ୟବାଦ ଦେବାକୁ ଚାହୁଁଛି।
Published by:Soumyashree Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।