News 18 Odia Digital
Film Pathan Screening : ଜାନୁୟାରୀ ୨୫ ରେ ଶାହାରୁଖ ଖାନଙ୍କ (Saharukh Khan) ଅଭିନୀତ ଫିଲ୍ମ ପଠାନ(Film Pathan) ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। SRK, ଦୀପିକା ପାଦୁକୋନ୍ (Deepika Padukone) ଏବଂ ଜନ୍ ଆବ୍ରାହମ୍(John Abraham) ଏହି ଫିଲ୍ମରେ ଅଭିନୟ କରିଛନ୍ତି। ସୁପରଷ୍ଟାର ଶାହାରୁଖ ୨୦୧୮ ଚଳଚ୍ଚିତ୍ର ଜିରୋ ପରେ ପାଞ୍ଚ ବର୍ଷର ବ୍ୟବଧାନ ପରେ ସିଲଭର ସ୍କ୍ରିନକୁ କମବ୍ୟାକ୍ କରୁଛନ୍ତି। ବର୍ତ୍ତମାନ, ରିପୋର୍ଟ ଅନୁଯାୟୀ,ଏହି ବର୍ଷର ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ପଠାନ ଜାନୁଆରୀ ୨୫ରେ ନିୟମିତ ୧୨ ଟା ଶୋ ପରିବର୍ତ୍ତେ ସକାଳ ୯ଟାରୁ ଗାଇଟିରେ( Gaiety Galaxy) ପ୍ରଦର୍ଶିତ ହେବ।
ଏହି ଶୋକୁ SRK UNIVERSE ଦ୍ୱାରା ପ୍ରଦର୍ଶିତ କରାଯାଇଛି - ସୁପରଷ୍ଟାର ଶାହରୁଖ ଖାନଙ୍କ ସବୁଠାରୁ ବଡ ପ୍ରଶଂସକ କ୍ଲବ। ବକ୍ସ ଅଫିସ୍ ୱାର୍ଲ୍ଡୱାର୍ଡରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, SRK ୟୁନିଭର୍ସର ସହ-ପ୍ରତିଷ୍ଠାତା ୟଶ ପରୟାନି ନିଶ୍ଚିତ କରିଛନ୍ତି ଯେ ଏହି ଶୋ ପ୍ରକୃତରେ ସକାଳ ୯ ଟାରେ ଆୟୋଜିତ ହେଉଛି।
ଗତ କିଛି ମାସ ତଳେ ଦୀପିକା ପାଦୁକୋନଙ୍କ 'ବେସରମ ରଙ୍ଗ' ଗୀତକୁ ନେଇ ବିବାଦ ଦେଖାଦେଥିଲା। ଫିଲ୍ମ 'ପଠାନ'ର ବେସରମ ରଙ୍ଗ 'ଗୀତରେ' ସାଫ୍ରନ୍ 'ରଙ୍ଗର ବିକିନି ପିନ୍ଧିଥିବାରୁ ଦୀପିକା ଅନେକ ସଂଗଠନର ଟାର୍ଗେଟରେ ଅଛନ୍ତି । ଡିସେମ୍ବର ୧୨ ରେ ପଠାନ ଫିଲ୍ମର ପ୍ରଥମ ଗୀତ ବେସରାମ ରଙ୍ଗ ମୁକ୍ତିଲାଭ କରିଥିଲା । ଏହି ଗୀତଟି କିଛି ଘଣ୍ଟା ମଧ୍ୟରେ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା ।
ଅଧିକ ପଢ଼ନ୍ତୁ-
http://ଭାଉଜ ମଥାରେ ଦିଅର ସିନ୍ଦୁର; ଆରମ୍ଭ କଲେ ସୁଖ ସଂସାରPublished by:Soumyashree Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।