News 18 Odia Digital
Pathaan Controversy: ବଲିଉଡ ସୁପରଷ୍ଟାର ଶାହରୁଖ ଖାନ ଓ ଦୀପିକା ପାଦୁକୋନଙ୍କ ଫିଲ୍ମ ପଠାନ ରିଲିଜ ହେବା ପୂର୍ବରୁ ହିଁ ବୟକଟ ଟ୍ରେଣ୍ଡ ଜୋର୍ ଧରିଛି। ଫିଲ୍ମର ଗୀତ 'ବେସରମ ରଙ୍ଗ' ରିଲିଜ ହେବା ମାତ୍ରେ ବିବାଦରେ ଛନ୍ଦି ହୋଇଯାଇଥିଲା ଫିଲ୍ମ । ଗୀତରେ ଦୀପିକାଙ୍କ ଗେରୁଆ ବିକିନି ଏବଂ ଶାହାରୁଖଙ୍କ ସହ ତାଙ୍କର ରୋମାନ୍ସକୁ ଅନେକ ଲୋକ ଆପତ୍ତି କରୁଛନ୍ତି । ପଠାନକୁ ବୟକଟ କରିବାର ଧାରା ମଧ୍ୟରେ ବର୍ତ୍ତମାନ ଶାହରୁଖ ଖାନଙ୍କ ଏକ ପୁରୁଣା ବିବୃତ୍ତି ଚର୍ଚ୍ଚାକୁ ଫେରିଛି ।
ଶାହରୁଖଙ୍କୁ ଫରକ ପଡୁନି ବୟକଟ ଟ୍ରେଣ୍ଡଏକ ପୁରୁଣା ସାକ୍ଷାତକାରରେ ଶାହରୁଖ ଖାନ ବଲିଉଡରେ ଚାଲିଥିବା ବଏକୋଟ ଟ୍ରେଣ୍ଡ ବିଷୟରେ ଆଲୋଚନା କରୁଥିବା ଦେଖିବାକୁ ମିଳିଥିଲା । ସାକ୍ଷାତକାରରେ ଶାହାରୁଖ କହିଥିଲେ ଯେ ସେ ଏତେ ହାଲୁକା ନୁହଁନ୍ତି ଯେ ସେ ବଏକଟ୍ ଟ୍ରେଣ୍ଡର ପବନ ଦ୍ୱାରା ଦୋହଲି ଯିବେ।
ଏକ ଟିଭି ସାକ୍ଷାତକାରରେ ଶାହାରୁଖଙ୍କୁ ପଚରାଯାଇଥିଲା- ଆପଣ ଭାବୁଛନ୍ତି କି ସୋସିଆଲ ବୟକଟ ଦ୍ୱାରା ଆପଣଙ୍କର କ୍ଷତି ହେଉଛି ? ଏହା ଉପରେ ଶାହାରୁଖ ଖାନ ଦେଇଥିବା ଉତ୍ତର ଜାଣିବା ପରେ ଆପଣ ମଧ୍ୟ ତାଙ୍କର ଫ୍ୟାନ ହୋଇଯିବେ । ଶାହାରୁଖ କହିଛନ୍ତି - ଏଭଳି କଥା କୁହନ୍ତୁ ନାହିଁ । କିନ୍ତୁ ମୁଁ ପବନରେ ଦୋହଲି ଯିବା ବ୍ୟକ୍ତି ନୁହଁ । ପବନରେ ଦୁର୍ବଳଙ୍କୁ କ୍ଷତି ପହଞ୍ଚା । ଯେଉଁମାନେ ବୟକଟ କରିଥିଲେ ସେମାନେ ବହୁତ ଖୁସି ହେଉଥିବେ ଏବଂ ସେମାନେ ମଧ୍ୟ ଆମ ପାଇଁ ଖୁସି ହୋଇ ପାରୁଛନ୍ତି ।
ଶାହାରୁଖ ଆହୁରି କହିଛନ୍ତି- ଏହି ଦେଶ ଭାରତରେ ମୋତେ ଯେତିକି ଭଲ ପାଇବା ମିଳିଛି, ମୁଁ ଜୋର୍ ଦେଇ କହିପାରେ ଯେ ଖୁବ୍ କମ୍ ଲୋକ ସେତିକି ଭଲ ପାଇବା ପାଇଛନ୍ତି । ସେହି ଭଲପାଇବା ଗୋଟିଏ କିମ୍ବା ଦୁଇ ଜଣକ କଥାରେ କମ୍ ହୁଏ ନାହିଁ। ଲୋକମାନେ ସେହି ପାର୍ଥକ୍ୟକୁ ବୁଝନ୍ତି ।
Published by:Soubhagya Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।