News18 Odia Digital
Satish Kaushik Birth Anniversary: ସତୀଶ କୌଶିକ(Satish Kaushik) ଆତ୍ମହତ୍ୟା କରିବାକୁ ଚାହୁଁଥିଲେ! କାହିଁକି ଏପରି ଉଦ୍ୟମ କରିଥିଲେ ସେ ନେଇ ପୁରୁଣା ପୁରୁଣା ସ୍ମୃତିକୁ ମନେ ପକାଇଛନ୍ତି ଅଭିନେତ୍ରୀ ଶବନା ଆଜମୀ।(Shabana Azmi) ଗୋଟିଏ ଫିଲ୍ମ ଫ୍ଲପ ହେବା ପରେ ସେ ଏପରି କରିବାକୁ ଉଦ୍ୟମ କରିଥିଲେ। ମୃତ୍ୟୁ ପରେ ପ୍ରଥମ ଜନ୍ମ ବାର୍ଷିକୀ ପାଳନ ସମୟରେ ଏହି କଥା ସେୟାର କରିଥିଲେ ଅଭିନେତ୍ରୀ।
ଟାଇମ୍ସ ଅଫ୍ ଇଣ୍ଡିଆରେ ପ୍ରକାଶିତ ଖବର ଅନୁଯାୟୀ ଅଭିନେତ୍ରୀ କହିଛନ୍ତି, "ତାଙ୍କ ଚଳଚ୍ଚିତ୍ର 'ରୁପ୍ କି ରାନୀ, ଚୋରୋ କା ରାଜା' ଫ୍ଲପ୍ ହୋଇଗଲା ସେତେବେଳେ ସେ ସମ୍ପୂର୍ଣ୍ଣ ଭାଙ୍ଗି ପଡିଥିଲେ।
ଫ୍ଲପ ହେବା ପରେ ସେ ପୂରା ଭାଙ୍ଗି ପଡ଼ିଥିଲେ। ସେ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲେ। ତଳେ ପାର୍ଟି ଚାଲିଥିଲା ଓ ସେ ଉପରେ ଠିଆ ହୋଇ କିପରି ଆତ୍ମହତ୍ୟା କରିବେ ବୋଲି ଭାବୁଥିଲେ।
ବୈଶାଖୀ ଉତ୍ସବ ସେଲିବ୍ରେସନ ସମୟରେ ଭୁଷୁଡ଼ିଲା ବ୍ରିଜ; ୮୦ ଆହାତଶବାନା ଆଜମୀ ତାଙ୍କ ବାର୍ତ୍ତାଳାପରେ କହିଛନ୍ତି, ' ସତୀଶ ମୋତେ ପଚାରିଥିଲେ ଯେ ଯଦି ମୁଁ ଆଳୁ ଓ କଦଳୀ ମଧ୍ୟରେ ଡେଇଁ ମରିଯାଏ, ତେବେ ଏହା ଖରାପ ମୃତ୍ୟୁ ହେବ ନାହିଁ ତ? ସତୀଶ କୌଶିକଙ୍କ ଝିଅଙ୍କ ସହ ଘନିଷ୍ଠ କଥା କହିବାବେଳେ ଶବାନା ଆଜମୀ ମଧ୍ୟ ଭାବପ୍ରବଣ ହୋଇଥିଲେ।
ପରିବାରର ୨ ଝିଅଙ୍କ ପଢ଼ା ଖର୍ଚ୍ଚ ଉଠାଇବେ ସରକାର!ସତୀଶ କୌଶିକଙ୍କ ମୃତ୍ୟୁ ପରେ ତାଙ୍କର ପ୍ରଥମ ଜନ୍ମ ବାର୍ଷିକୀ ୧୪ ଏପ୍ରିଲ ୨୦୨୩ ରେ ପାଳନ କରାଯାଇଥିଲା। ଏହି ପ୍ରତିଭାବାନ ଅଭିନେତାଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ପାଇଁ ବଲିଉଡ କିମ୍ବଦନ୍ତୀମାନେ ଗୋଟିଏ ଛାତ ତଳେ ଏକାଠି ହୋଇଥିଲା । ସତୀଶ କୌଶିକଙ୍କ ଘନିଷ୍ଠ ବନ୍ଧୁ ଅନୁପମ ଖେର ତାଙ୍କ ମୃତ୍ୟୁ ପରେ ଅଭିନେତାଙ୍କ ଜନ୍ମ ଦିନ ପାଳନ କରିବା ପାଇଁ ମୁମ୍ବାଇରେ ଏକ ସଂଗୀତ ସନ୍ଧ୍ୟା ଆୟୋଜନ କରିଥିଲେ। ସତୀଶ କୌଶିକଙ୍କ ୬୮ ତମ ଜନ୍ମଦିନର ବିଶେଷ ଉତ୍ସବରେ ଶବାନା ଆଜମୀ, ଜାଭେଦ ଅଖତର, ଅନିଲ କପୁରଙ୍କ ସମେତ ଅନେକ ତାରକା ଉପସ୍ଥିତ ହୋଇ ପୁରୁଣା ଦିନ କଥା ମନେ ପକାଇଥିଲେ। ସତୀଶ କୌଶିକ ଫିଲ୍ମ ଜଗତରେ ଚାରି ଦଶନ୍ଧିରୁ ଅଧିକ ସମୟ ଅତିବାହିତ କରିଥିଲେ। ସଲମାନ ହେଉ କିମ୍ବା ଗୋବିନ୍ଦା, ସମସ୍ତଙ୍କ ସହ ତାଙ୍କର କମେଡି ଲୋକଙ୍କୁ ବହୁତ ଖୁସି ଦେଇଥିଲେ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।