ସଚିବାଳୟରେ ବରିଷ୍ଠ ଅଧିକାରୀ ଦେଖିବେ ସୁପରହିଟ୍ ସିନେମା 'ଦମନ'
- News18 Odia
- Last Updated :
- Bhubaneswar, India
News 18 Odia Digital
ଭୁବନେଶ୍ୱର; ବାବୁସାନଙ୍କ ଅଭିନୀତ ସୁପରହିଟ୍ ଚଳଚ୍ଚିତ୍ର ‘ଦମନ’ ଆଜି ସନ୍ଧ୍ୟା ୫ଟା ସମୟରେରେ ସଚିବାଳୟ କନଭେନସନ ହଲରେ ପ୍ରଦର୍ଶିତ ହେବ । ଯୁଗ୍ମ ସଚିବ ପାହ୍ୟାଙ୍କଠାରୁ ଆରମ୍ଭ କରି ଅନେକ ଉଚ୍ଚ ପଦସ୍ଥ ଅଫିସରମାନେ ସିନେମାଟିକୁ ଦେଖିବାର କାର୍ଯ୍ୟକ୍ରମ ରହିଛି । ଏ ସମ୍ପର୍କରେ ସଂସ୍କୃତି ବିଭାଗ ଓ ରାଜ୍ୟ ଭାଷା ସାହିତ୍ୟ ପକ୍ଷରୁ ଖବର ମିଳିଛି ।
‘ଦମନ’ ସିନେମାର ବିଷୟବସ୍ତୁ ଓ ରାଜ୍ୟ ତଥା ରାଜ୍ୟ ବାହାରୁ ସିନେମାକୁ ଖୁବ ଲୋକପ୍ରିୟତା ମିଳିବା ପରେ ରାଜ୍ୟ ସରକାର ସିନେମା ଉପରୁ କର ଛାଡ କରିଥିଲେ । ଦୁର୍ଗମ ଅ଼ଞ୍ଚଳରେ ମ୍ୟାଲେରିଆ ନିରାକରଣ ଓ ଜଣେ ଡାକ୍ତରଙ୍କ ଭୂମିକାକୁ ସିନେମାରେ ଖୁବ ନିଖୁଣ ଭାବରେ ଚିତ୍ରଣ କରାଯାଇଥିଲା । ଅପହ଼ଞ୍ଚ ଅ଼ଞ୍ଚଳରେ ସ୍ୱାସ୍ଥ୍ୟ ସେବା କିପରି ବିପର୍ଯ୍ୟସ୍ତ ଅବସ୍ଥାରେ ରହିଛି ଓ ଲୋକେ କିପରି ସୁବିଧା ସୁଯୋଗରୁ ବଞ୍ଚିତ ହେଉଛନ୍ତି ତାହା ଦର୍ଶକଙ୍କୁ ଖୁବ ପ୍ରଭାବିତ କରିଥିଲା । ସିନେମା ଦେଖିବା ପରେ ବିପୁଳ ମାତ୍ରାରେ ରିଭ୍ୟୁ ହୋଇଥିବାବେଳେ ଅଣ ଓଡ଼ିଆ ଦର୍ଶକ ମଧ୍ୟ ରିଭ୍ୟୁ କରିବା ଆରମ୍ଭ କରିଛନ୍ତି ସିନେମା ଦମନକୁ ନେଇ ।
ଦମନ ସିନେମାକୁ ହିନ୍ଦୀ ଭାଷାରେ ଡବିଂ କରାଯାଉଛି । ଏହା ଅତିଶୀଘ୍ର ହିନ୍ଦୀରେ ମଧ୍ୟ ମୁକ୍ତିଲାଭ ମଧ୍ୟ କରିବ ।ଅଭିନେତା ବାବୁସାନ୍ ମହାନ୍ତି ଏବଂ ଦୀପନ୍ବିତ ଦାଶମହାପାତ୍ର ଦମନରେ ଲିଡରେ ନଜର ଆସିଛନ୍ତି । ସବୁଠାରୁ ବଡ଼ କଥା ହେଉଛି ସିନେମାଟି ଓଡ଼ିଶାର ମୌଳିକ କାହାଣୀକୁ ନେଇ ନିର୍ମିତ ହୋଇଛି ।
Published by:Soubhagya Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।