ଜୟଶ୍ରୀଙ୍କୁ ଛାଡ଼ି ଚାଲିଗଲେ ବୈଜ୍ଞାନିକ ଶେଷ କିସାନ...କିଛି ଦିନ ପୂର୍ବରୁ କରିଥିଲେ ବିବାହ

ପତ୍ନୀ ଜୟଶ୍ରୀଙ୍କୁ ଛାଡ଼ି ଚାଲିଗଲେ ବୈଜ୍ଞାନିକ ଶେଷ କିସାନ...କିଛି ଦିନ ପୂର୍ବରୁ ହୋଇଥିଲା ବିବାହ..

ଛାଡ଼ି ଚାଲିଗଲେ ବୈଜ୍ଞାନିକ ଶେଷ କିସାନ (ଫଟୋ ସୌଜନ୍ଯ: ଶେଷ କିସାନଙ୍କ ଇନଷ୍ଟାଗ୍ରାମ)

ଛାଡ଼ି ଚାଲିଗଲେ ବୈଜ୍ଞାନିକ ଶେଷ କିସାନ (ଫଟୋ ସୌଜନ୍ଯ: ଶେଷ କିସାନଙ୍କ ଇନଷ୍ଟାଗ୍ରାମ)

  • News18 Odia
  • Last Updated :
  • Other, India
  • Share this:
News18 Odia Digital

Sesh Kishan Viral Video: ଓଡ଼ିଶା ପୁଅ ବୈଜ୍ଞାନିକ ଶେଷ କିସାନଙ୍କ ବାବଦରେ ସମସ୍ତେ ଜାଣିଛନ୍ତି । ସେ ବର୍ତ୍ତମାନ ଜର୍ମାନୀରେ ବୈଜ୍ଞାନିକ ଭାବରେ କାର୍ଯ୍ୟରତ। କିଛି ଦିନ ପୂର୍ବରୁ ତାଙ୍କର ବିବାହ ସମ୍ପନ୍ନ ହୋଇଥିଲା। ଏବେ ତାଙ୍କର ଏକ ଭିଡ଼ିଓ ଭାଇରାଲ ହେଉଛି, ଯେଉଁଥିରେ ତାଙ୍କ ପତ୍ନୀ କିଛି କହୁଥିବାର ନଜର ଆସିଛନ୍ତି ।

ନିକଟରେ ବର୍ତ୍ତମାନ ଶେଷ କିସାନ ନିଜର ୟୁଟ୍ୟୁବ ଚ୍ୟାନେଲ ଆରମ୍ଭ କରିଛନ୍ତି। ସେଥିରେ ସେ ବ୍ଲଗ ତିଆରି କରି ପୋଷ୍ଟ କରୁଛନ୍ତି । ବର୍ତ୍ତମାନ ତାଙ୍କର ଏକ ଭିଡ଼ିଓ ସୋସିଆଲ ମିଡ଼ିଆରେ ସେୟାର କରିଛନ୍ତି ଯେଉଁଥିରେ ସେ ଜୟଶ୍ରୀ ଶେଷ କିସାନଙ୍କ ପାଇଁ ଦୁଃଖ ପ୍ରକାଶ କରିଛନ୍ତି  ।

ଭିଡିଓ ଅନୁସାରେ, ଶେଷ କିସାନ କିଛି ଦିନ ପୂର୍ବରୁ ନିଜ ଗାଁକୁ ଆସିଥିଲେ। ଏନେଇ ତାଙ୍କ ପତ୍ନୀ ଜୟଶ୍ରୀ ବହୁତ ଖୁସି ମଧ୍ଯ ଥିଲେ। କିନ୍ତୁ ଏବେ ଶେଷ କିସାନ ଦେଶ ଛାଡ଼ି ଯିବାକୁ ବାହାରିଛନ୍ତି । ସେଥିପାଇଁ ତାଙ୍କ ପତ୍ନୀ ବିଭିନ୍ନ ପ୍ରକାର ଖାଦ୍ଯ, ମେଡିସିନ ଓ ପ୍ଯାକିିଙ୍କ କରିଛନ୍ତି । ଜର୍ମାନୀ ଯିବା ପୂର୍ବରୁ ଘରୁ ପଖାଳ ଖାଇ ବାହାରିଛନ୍ତି ଶେଷ କିସାନ । ନିଜ ଜର୍ମାନୀ ଯାତ୍ରାକୁ ନେଇ ଶେଷ କିସାନ ମଧ୍ଯ ଦୁଃଖ ପ୍ରକାଶ କରିଛନ୍ତି । ଯିବା ପୂର୍ବରୁ ସ୍ୱାମୀ ଶେଷ କିସାନଙ୍କ ଭଲ ଭାବେ ଚର୍ଚ୍ଚା କରିଛନ୍ତି ଜୟଶ୍ରୀ । ଶେଷରେ ସମସ୍ତଙ୍କୁ ପ୍ରଣିପାତ ଓ ସ୍ନେହ ଜଣାଇ ବାହାରିଛନ୍ତି ଶେଷ କିସାନ ।

ଗାଡିରେ ଯିବା ସମୟରେ ଓଡିଶା ମାଟି ଓ ନିଜ ଦେଶକୁ ମନେ ପକାଇଛନ୍ତି । କୋଟି କୋଟି ଟଙ୍କା ଛାଡି ସେ ଶୀଘ୍ର ଓଡିଶା ଆସିବେ ବୋଲି ଭିଡିଓରେ କହିଛନ୍ତି । ଷ୍ଟେସନରେ ବିଦାୟ ସମୟରେ ସମସ୍ତେ ଇମୋସନାଲ ମଧ୍ୟ ହୋଇଯାଇଛନ୍ତି । ଘରକୁ ଆସିବା ପରେ ନିଜ କାନ୍ଦ ରୋକି ପାରି ନାହାଁନ୍ତି ଜୟଶ୍ରୀ । ଏହା ତାଙ୍କ ପାଇଁ ବେଶ କଷ୍ଚ ମୂହୁର୍ତ୍ତ ବୋଲି ଭିଡିଓରେ କହିଛନ୍ତି ଜୟଶ୍ରୀ ।



ଅନ୍ଯପଟେ ଶେଷ କିସାନଙ୍କ ସହ ନିଜ ପ୍ରଫେସରଙ୍କ ଦେଖା ହୋଇଛି । ଓଡିଶାକୁ ବହୁତ ମିସ କରିବି ଓ ଆପଣ ମାନେ ଜଲଦି ଜେନିରିକ ମେଡିସିନ ପାଇବେ । ମୁଁ ଶିଘ୍ର ଓଡିଶା ଫେରିଆସିବି ବୋଲି କହିଛନ୍ତି ଶେଷ କିସାନ ।
Published by:Soumya Das
First published: