- News18 Odia
- Last Updated :
- New Delhi, India
News 18 Odia Digital
ମୁମ୍ଵାଇ: ବି-ଟାଉନ ଅଭିନେତ୍ରୀ ସାରା ଅଲ୍ଲି ଖାନ(Sara Ali Khan) ତାଙ୍କର ଅନେକ ଫିଲ୍ମ ଦ୍ଵାରା ଲୋକଙ୍କ ମନୋରଞ୍ଜନ କରିଛନ୍ତି। ତାଙ୍କ ଚଳଚ୍ଚିତ୍ରରେ ଅନେକ ଚରିତ୍ର ଦ୍ଵାରା ପ୍ରଶଂସକଙ୍କ ହୃଦୟ ଜିତିଛନ୍ତି । ତାଙ୍କର ଆଗାମୀ ଚଳଚ୍ଚିତ୍ର ‘ଏ ୱତନ ମେରେ ୱତନ’ର(Ae Mere Watan) ଫାଷ୍ଟ ଲୁକ ସୋମବାର ମୁକ୍ତିଲାଭ କରିଛି। ଏହାର ଏକ ଛୋଟ ଟିଜରରେ ଘୋଷଣା କରାଯାଇଛି।
ସାରା ଅଲି ଖାନଙ୍କ ଆଗାମୀ ଚଳଚ୍ଚିତ୍ର ‘ଏ ୱତନ ମେରେ ୱତନ’ର ଘୋଷଣା OTT ପ୍ଲାଟଫର୍ମ ଆମାଜନ ପ୍ରାଇମ ଭିଡିଓରେ କରାଯାଇଛି। ଜାନୁଆରୀ ୨୩ରେ, ପ୍ରାଇମ୍ ଭିଡିଓ ସାରାଙ୍କ ଚଳଚ୍ଚିତ୍ରର ଟିଜର ନିଜ ୟୁଟ୍ୟୁବ୍ ଚ୍ୟାନେଲରେ ମୁକ୍ତିଲାଭ କରିଛି। ଏହି ଭିଡିଓରେ ଆପଣ ଦେଖିପାରିବେ ଯେ ସାରା ଏକ କୋଠରୀରେ ବନ୍ଦ ଅଛନ୍ତି। ସେ ରେଡିଓରେ ବିଟ୍ରିଶଙ୍କ ବିଷୟରେ କିଛି କହୁଛନ୍ତି। ଟିଜରରୁ ଏହା ସ୍ପଷ୍ଟ ଅନୁମାନ କରାଯାଇପାରେ ଯେ ସାରା ଏହି ଚଳଚ୍ଚିତ୍ରରେ ଭାରତର ଜଣେ ସ୍ୱାଧୀନତା ସଂଗ୍ରାମୀ ଭୂମିକାରେ ଅଭିନୟ କରୁଛନ୍ତି।
ବାସ୍ତବରେ ସାରା ଫିଲ୍ମ ଭାରତର ମହିଳା ସ୍ୱାଧୀନତା ସଂଗ୍ରାମୀ ଉଷା ମେହେତାଙ୍କ ଭୂମିକାରେ ଅଭିନୟ କରୁଛନ୍ତି। ୧୯୪୨ ମସିହାରେ ବମ୍ଵେ ଗୋୱାଲିଆ ଟ୍ୟାଙ୍କ ମଇଦାନରୁ ଆରମ୍ଭ ହୋଇଥିବା ଭାରତ ଛାଡ ଆନ୍ଦୋଳନର ଗୁରୁତ୍ୱପୂର୍ଣ୍ଣ ଭୂମିକା ଦେଖିବାକୁ ମିଳିବେ। ଏଭଳି ପରିସ୍ଥିତିରେ ସାରାଙ୍କ ଏହି ଫିଲ୍ମ ଦେଖିବା ପ୍ରକୃତରେ ମଜା ଲାଗିବ। କେବଳ ଓଟିଟି ପ୍ଲାଟଫର୍ମ ଆମାଜନ ପ୍ରାଇଭ ଭିଡିଓରେ ରିଲିଜ ହେବ।
Published by:Soumyashree Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।