ସଞ୍ଜୟ ଲୀଲା ଭନସାଲୀଙ୍କ ଡ୍ରିମ ପ୍ରୋଜେକ୍ଟ ହୀରାମଣ୍ଡିର ପ୍ରଥମ ପୋଷ୍ଟର ରିଲିଜ; ନେଟଫ୍ଲିକ୍ସରେ ଆସିବ ସିରିଜ

ହୀରାମଣ୍ଡିର କାହାଣୀ ଭାରତ ଓ ପାକିସ୍ଥାନ ବିଭାଜନ ସମୟରେ ବେଶ୍ୟାମାନଙ୍କ ଜୀବନ ଓ ସେମାନଙ୍କ ଧନୀ ଗ୍ରାହକଙ୍କ ଜୀବନ ଉପରେ ଆଧାରିତ।

ହୀରାମଣ୍ଡିର ପ୍ରଥମ ପୋଷ୍ଟର ରିଲିଜ କଲେ ସଞ୍ଜୟ ଲୀଲା ଭନସାଲୀ (ପ୍ରତୀକାତ୍ମକ ଛବି)

ହୀରାମଣ୍ଡିର ପ୍ରଥମ ପୋଷ୍ଟର ରିଲିଜ କଲେ ସଞ୍ଜୟ ଲୀଲା ଭନସାଲୀ (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

ମୁମ୍ୱାଇ: ବଲିଉଡକୁ ସୁପରହିଟ୍ ଫିଲ୍ମ ଦେଇଥିବା ପ୍ରସିଦ୍ଧ ଚଳଚ୍ଚିତ୍ର ନିର୍ମାତାଙ୍କ ମଧ୍ୟରେ ସଞ୍ଜୟ ଭନସାଲୀ ବଲିଉଡ଼କୁ 'ଦେବଦାସ', 'ବାଜିରାଓ ମସ୍ତାନୀ' ଓ 'ପଦ୍ମାବତ' ଭଳି ସୁପରହିଟ ଚଳଚ୍ଚିତ୍ର ଦେବା ପରେ ସେ ଏବେ ଓଟିଟି ଡେବ୍ୟୁ ଆରମ୍ଭ କରୁଛନ୍ତି। ନିର୍ଦ୍ଦେଶକ ତାଙ୍କର ପରବର୍ତ୍ତୀ ପ୍ରୋଜେକ୍ଟ ପାଇଁ ନେଟଫ୍ଲିକ୍ସ ସହିତ ହାତ ମିଳାଇଛନ୍ତି। ନିକଟରେ ସେ ବଲିଉଡରେ ୨୫ ବର୍ଷ ପୂରଣ କରିଥିଲେ। ଭନସାଲୀ ବର୍ତ୍ତମାନ ତାଙ୍କ ଡ୍ରିମ ପ୍ରୋଜେକ୍ଟ 'ହୀରା ମଣ୍ଡି'ରେ ବ୍ୟସ୍ତ ଅଛନ୍ତି। ସେ ଏହାର ପ୍ରଥମ ପୋଷ୍ଟର ମଧ୍ୟ ରିଲିଜ କରିଛନ୍ତି ।

ହିନ୍ଦୁସ୍ତାନ ଟାଇମ୍ସ ଅନୁଯାୟୀ ଭନସାଲୀଙ୍କ ଡେବ୍ୟୁ ୱେବ ସିରିଜ 'ହୀରା ମଣ୍ଡି'ରେ ରଚା ଚଡ୍ଡା କାମ କରିବାକୁ ଯାଉଛନ୍ତି। ନିକଟରେ ଏହି ପ୍ରୋଜେକ୍ଟକୁ ନେଇ ସଂପର୍କରେ ଚଡ୍ଡା ସଞ୍ଜୟ ଲୀଲା ଭନସାଲୀଙ୍କ ସହିତ ସାକ୍ଷାତ କରିଥିଲେ। ଏହାକୁ ଭନସାଲୀଙ୍କ ସ୍ୱପ୍ନର ପ୍ରୋଜେକ୍ଟ କୁହାଯାଉଛି, ଯାହା ସେ ଗତ ୧୨ ବର୍ଷ ଧରି ସଂପୂର୍ଣ୍ଣ କରିବାକୁ ଚେଷ୍ଟା କରୁଛନ୍ତି। ପ୍ରେମ, ପ୍ରତାରଣା, ଉତ୍ତରାଧିକାରୀ ଓ ରାଜନୀତିର ପ୍ରତ୍ୟେକ ଦିଗ ଏହି ୱେବ ସିରିଜରେ ପ୍ରଦର୍ଶିତ ହେବ। ଭନସାଲୀ ଏହି ଫିଲ୍ମକୁ ଏପର୍ଯ୍ୟନ୍ତ ତାଙ୍କ କ୍ୟାରିୟର ଭିତରେ ଏକ ମାଇଲଖୁଣ୍ଟ ବୋଲି କହିଛନ୍ତି।

ଏହି ସିରିଜକୁ ନେଇ ସଞ୍ଜୟ ଲୀଲା ଭନସାଲୀ କୁହନ୍ତି ଯେ “ଏହା ଏକ ମହାକାବ୍ୟ, ଯାହା ଲାହୋରର ଦରବାରୀ ଉପରେ ଆଧାରିତ ପ୍ରଥମ ସିରିଜ। ମୁଁ ଏହାକୁ ପ୍ରସ୍ତୁତ କରିବାକୁ ବହୁତ ନର୍ଭସ ଅଛି ତା’ ସହିତ ଉତ୍ସାହିତ ମଧ୍ୟ। ମୁଁ ନେଟଫ୍ଲିକ୍ସ ସହିତ ମୋର ସହଭାଗୀତା କରି ହୀରା ମଣ୍ଡି ସାରା ବିଶ୍ୱରେ ଦର୍ଶକଙ୍କ ପାଖକୁ ଆଣିବା ପାଇଁ ଉତ୍ସାହିତ ଅଛି।” ଭନସାଲୀଙ୍କ ଏହି ପ୍ରୋଜେକ୍ଟକୁ ନେଇ ଏକ ସୂତ୍ରରୁ ଜଣାପଡ଼ିଛି ଯେ ଏହି ୱେବ ସିରିଜ ଭନସାଲୀଙ୍କ ତତ୍ତ୍ୱାବଧାନରେ ପ୍ରସ୍ତୁତ ହେବ ଓ ସେ ପ୍ରାରମ୍ଭରେ କିଛି ଏପିସୋଡଗୁଡ଼ିକୁ ନିଜେ ନିର୍ଦ୍ଦେଶନା ଦେବେ। କିନ୍ତୁ ପରବର୍ତ୍ତୀ ଏପିସୋଡ଼ଗୁଡ଼ିକ ଅନ୍ୟ ନିର୍ଦ୍ଦେଶକଙ୍କ ଦ୍ୱାରା ନିର୍ଦ୍ଦେଶିତ ହେବ।

ଏହି ୱେବ ସିରିଜରେ ଉଭୟ ହୁମା କୁରେଶି ଓ ସୋନାକ୍ଷୀ ସିହ୍ନା ସେକ୍ସ କର୍ମୀ ଭୂମିକାରେ ଅଭିନୟ କରିବେ। ଏହାର କାହାଣୀ ଭାରତ ଓ ପାକିସ୍ଥାନ ବିଭାଜନ ସମୟରେ ବେଶ୍ୟାମାନଙ୍କ ଜୀବନ ଓ ସେମାନଙ୍କ ଧନୀ ଗ୍ରାହକଙ୍କ ଜୀବନ ଉପରେ ଆଧାରିତ। ସେମାନଙ୍କ ବ୍ୟତୀତ ଏଥିରେ ଆହୁରି ଅନେକ କଳାକାର ମଧ୍ୟ ଅଭିନୟ କରିବେ।
Published by:Soumya Das
First published: