ହୋମ୍ » ଓଡ଼ିଶା ନ୍ୟୁଜ୍ » ଏଣ୍ଟରଟେନମେଣ୍ଟ»ଫ୍ୟାନ୍ସଙ୍କୁ ବାହା ହେବାକୁ ରାଜି ହୋଇଗଲେ ସଞ୍ଜୟ ଦତ୍ତଙ୍କ ଲାଡଲୀ ତ୍ରିଶାଳା; ପଚାରିଲେ ଏବେ ଖୁସି ତ...

ଫ୍ୟାନ୍ସଙ୍କୁ ବାହା ହେବାକୁ ରାଜି ହୋଇଗଲେ ସଞ୍ଜୟ ଦତ୍ତଙ୍କ ଲାଡଲୀ ତ୍ରିଶାଳା; ପଚାରିଲେ ଏବେ ଖୁସି ତ...

ଚର୍ଚ୍ଚାରେ ସଞ୍ଜୟ ଦତ୍ତଙ୍କ ଝିଅ ତ୍ରିଶାଳା ଦତ୍ତ । ଇନଷ୍ଟାଗ୍ରାମରେ ଲାଇଭ ସେଶନ କରୁଥିବା ସମୟରେ ବିବାହ କରିବାକୁ ପ୍ରସ୍ତାବ ଦେଲେ ଜଣେ ଫ୍ୟାନ୍ସ । ମଜାଦାର ଉତ୍ତର ଦେଇ ଫ୍ୟାନ୍ସଙ୍କ ମନ କିଣିଲେ ସେ ।

ଫ୍ୟାନ୍ସଙ୍କୁ ବାହା ହେବାକୁ ରାଜି ହୋଇଗଲେ ସଞ୍ଜୟ ଦତ୍ତଙ୍କ ଲାଡଲୀ ତ୍ରିଶାଳା; ପଚାରିଲେ ଏବେ ଖୁସି ତ...
ଫ୍ୟାନ୍ସଙ୍କୁ ବାହା ହେବାକୁ ରାଜି ହୋଇଗଲେ ସଞ୍ଜୟ ଦତ୍ତଙ୍କ ଲାଡଲୀ ତ୍ରିଶାଳା
  • News18 Odia
  • Last Updated: September 7, 2021, 4:55 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ମୁମ୍ବାଇ: ବଲିଉଡର ମୁନ୍ନା ଭାଇ ସଞ୍ଜୟ ଦତ୍ତଙ୍କ ଲାଡଲୀ ତ୍ରିଶାଳା ଦତ୍ତ ହୁଏତଃ କୌଣସି ଅଭିନେତ୍ରୀ ନୁହେଂ ତଥାପି ତାଙ୍କ ଫ୍ୟାନ୍ସଙ୍କ ସଂଖ୍ୟା କୌଣସି ସେଲିବ୍ରିଟିଙ୍କ ଠାରୁ କମ୍ ନୁହେଁ । ସୋସିଆଲ ମିଡ଼ିଆରେ ତ୍ରିଶାଳା ଖୁବ୍ ଆକ୍ଟିଭ ରୁହନ୍ତି । ତାଙ୍କର ଫଲୋଅର୍ସଙ୍କ ସଂଖ୍ୟା ମଧ୍ୟ ଆକାଶ ଛୁଆଁ । ନିକଟରେ ଡିପ୍ରେସନ୍ ସମ୍ବନ୍ଧରେ ଇନଷ୍ଟାଗ୍ରାମରେ ଏକ ଲାଇଭ୍ ସେଶନରେ ଆସିଥିଲେ, ଯେବେଠୁ ତାଙ୍କ ଚର୍ଚ୍ଚା ବେଶ୍ ହୋଇଛି । ଇତିମଧ୍ୟରେ ତାଙ୍କ ନେଇ ନେଇ ଏକ ମଜାଦାର କଥା ସାମ୍ନାକୁ ଆସିଛି । ଶୁଣିବାକୁ ମିଳୁଛି ଯେ ସେ ଜଣେ ଫ୍ୟାନ୍ସଙ୍କୁ ବିବାହ କରିବା ପାଇଁ ରାଜି ହୋଇଯାଇଛନ୍ତି । ତେବେ ଆସନ୍ତୁ ଜାଣିବା ପୂରା ଘଟଣା…

କଥାଟି ହେଲା ଯେ ଲାଇଭ ସେଶନ କରୁଥିବା ସମୟରେ ତାଙ୍କ ପ୍ରଶଂସକଙ୍କ ସମସ୍ତ ପ୍ରଶ୍ନର ଉତ୍ତର ଦେବାକୁ ପଡ଼ିଥିଲା । ଏହି ସମୟ ମଧ୍ୟରେ, ଯେତେବେଳେ ଜଣେ ପ୍ରଶଂସକ ତାଙ୍କ ସାମ୍ନାରେ ବିବାହ ପ୍ରସ୍ତାବ ଦେଇଥିଲେ, ସେତେବେଳେ ସେ ଏପରି ଚତୁର ଉତ୍ତର ଦେଇଥିଲେ ଯେ ତାଙ୍କ ଉତ୍ତର ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି।

ଇନଷ୍ଟାଗ୍ରାମରେ 'Ask Me' ଲାଇଭ୍ ସେଶନରେ ତ୍ରିଶାଳା ଦତ୍ତ ଫ୍ୟାନ୍ସଙ୍କ ପ୍ରଶ୍ନର ଉତ୍ତର ଦେଇଥିଲେ । ତାଙ୍କ ପ୍ରଶଂସକଙ୍କ ପ୍ରତ୍ୟେକ ପ୍ରଶ୍ନର ଉତ୍ତର ଦେଇ ତ୍ରିଶାଳା ସେମାନଙ୍କ କୌତୁହଳ ସୃଷ୍ଟି କରିବାକୁ ଚେଷ୍ଟା କରିଥିଲେ । ତ୍ରିଶାଳା 'ଡିପ୍ରେସନ୍' ପ୍ରସଙ୍ଗ ରଖିଥିଲେ, କିନ୍ତୁ ଏହି ସମୟ ମଧ୍ୟରେ ତାଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ ମଧ୍ୟ କିଛି ପ୍ରଶ୍ନ ପଚାରିଥିଲେ ଫ୍ୟାନ୍ସ ।

ଏହି ସେଶନ ମଝିରେ ତ୍ରିଶାଲାଙ୍କୁ ଜଣେ ପ୍ରଶଂସକ ତାଙ୍କୁ ବିବାହ ପ୍ରସ୍ତାବ ଦେଇଥିଲେ। ସେ ଲେଖିଥିଲେ, ‘‘ମିସ୍ ଦତ୍ତ ତୁମେ ମୋର ପ୍ରଶ୍ନର କଦାପି ଉତ୍ତର ଦିଅ ନାହିଁ । ତମେ ମତେ ବାହା ହେବ କି?’’

ସଞ୍ଜୟଙ୍କ ଝିଅ କେବଳ ତାଙ୍କ ପ୍ରଶ୍ନର ଉତ୍ତର ଦେଇନାହାଁନ୍ତି ବରଂ ତାଙ୍କ ପ୍ରସ୍ତାବକୁ ମଧ୍ୟ ଗ୍ରହଣ କରିଥିଲେ । ତାଙ୍କ ପ୍ରଶ୍ନର ଉତ୍ତରରେ ତ୍ରିଶାଳା ଲେଖିଥିଲେ, ‘‘ମୁଁ କଦାପି ଉତ୍ତର ଦେଇ ନାହିଁ କାରଣ ଏହାର ମାନସିକ ସ୍ବାସ୍ଥ୍ୟ ସହିତ କୌଣସି ସମ୍ପର୍କ ନାହିଁ । ଆଉ ଡେଟିଂ ମାମଲାରେ ମୁଁ ଭାଗ୍ୟବାନ ନୁହେଁ । ତୁମକୁ ବାହା ହେବାରେ କୌଣସି ଅସୁବିଧା ନାହିଁ । ଏବେ ଖୁସି?’’

ଜଣାଉ ଦେଉଛୁ ଯେ ତ୍ରିଶାଳା ଦତ୍ତଙ୍କ ଏକ ରିଲେସନଶିପରେ ଥିଲେ କିନ୍ତୁ ତାଙ୍କ ପ୍ରେମିକ ୨୦୧୪ରେ ମୃତ୍ୟୁ ବରଣ କରିଥିଲେ । ସେହି ସମୟରେ ସେ ନିଜର ଯନ୍ତ୍ରଣା ବର୍ଣ୍ଣନା କରି ସୋସିଆଲ ମିଡ଼ିଆରେ ଏକ ପୋଷ୍ଟରେ ଲେଖିଥିଲେ, ‘‘ମୋର ହୃଦୟ ଭାଙ୍ଗି ଯାଇଛି । ମୁଁ ନିଜକୁ ଏହି ଦୁନିଆର ସବୁଠାରୁ ଭାଗ୍ୟଶାଳୀ ଝିଅ ବୋଲି ମନେ କରେ ଏଥି ପାଇଁ ଯେ ତୁମେ ମୋ ଜୀବନରେ ଆସିଥିଲ । ମୁଁ ତୁମକୁ ବହୁତ ଭଲ ପାଏ ଓ ତୁମକୁ ସବୁବେଳେ ମିସ୍ କରିବି ।’’

ତ୍ରିଶାଳା ଦତ୍ତଙ୍କୁ ତାଙ୍କ ଜୀବନରେ ଦୁଇଟି ବଡ଼ ଝଟକା ମିଳିଥିଲା । ପ୍ରଥମ ଥର ସେ ମା' ରିଚା ଶର୍ମା ଓ ଦ୍ୱିତୀୟ ଥର ନିଜ ପ୍ରେମିକଙ୍କୁ ଦୁର୍ଘଟଣାରେ ହରାଇଥିଲେ, ଏହି କାରଣରୁ ସେ ଅନେକ ଦିନ ପର୍ଯ୍ୟନ୍ତ ଡିପ୍ରେଶନର ଶିକାର ମଧ୍ୟ ହୋଇଥିଲେ ।
Published by: Lipina Das
First published: September 7, 2021, 4:45 PM IST