ହୋମ୍ » ଓଡ଼ିଶା ନ୍ୟୁଜ୍ » ଏଣ୍ଟରଟେନମେଣ୍ଟ»ଦିନେ କୁଲି ମଜୁରିଆ ଥିଲେ, ଏବେ YouTubeରୁ ଲକ୍ଷାଧିକ ଟଙ୍କା ରୋଜଗାର କରୁଛନ୍ତି ସମ୍ବଲପୁର ଯୁବକ

ଦିନେ କୁଲି ମଜୁରିଆ ଥିଲେ, ଏବେ YouTubeରୁ ଲକ୍ଷାଧିକ ଟଙ୍କା ରୋଜଗାର କରୁଛନ୍ତି ସମ୍ବଲପୁର ଯୁବକ

Sambalpur tribal youth Isak Munda earns in lakhs from YouTube videos | ଆଦିବାସୀ ଯୁବକ ଇଶାକ୍‌ ମୁଣ୍ଡା ପ୍ରଥମ ଭିଡିଓ ଅପଲୋଡ୍‌ କଲା ପରେ ତା’ ଉପରେ ହଜାର ହଜାର ଲୋକ କମେଣ୍ଟ୍‌ କରିଥିଲେ ଓ ତାଙ୍କର ଭିୟୁର୍‌ ସଂଖ୍ୟା ବଢି଼ଥିଲା । ୟୁଟ୍ୟୁବରୁ ଭଲ ରୋଜଗାର ହେଉଥିବାରୁ ସେ ଓ ତାଙ୍କ ସ୍ତ୍ରୀ ଚାରି ପିଲାଙ୍କ ସହ ଖୁସିରେ ଅଛନ୍ତି ।

ଦିନେ କୁଲି ମଜୁରିଆ ଥିଲେ, ଏବେ YouTubeରୁ ଲକ୍ଷାଧିକ ଟଙ୍କା ରୋଜଗାର କରୁଛନ୍ତି ସମ୍ବଲପୁର ଯୁବକ
ସ୍ତ୍ରୀ ସବିତା ଓ ଚାରି ପିଲାଙ୍କ ସହ ଗୋଟିଏ ଭିଡିଓରେ ଇଶାକ୍ ମୁଣ୍ଡା । (ଫଟୋ: ୟୁଟ୍ୟୁବ୍)
  • News18 Odia
  • Last Updated: November 10, 2021, 1:49 AM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ସମ୍ବଲପୁର: ମାତ୍ର ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ପଢ଼ିଥିବା ଆଦିବାସୀ ଯୁବକ ଇଶାକ୍‌ ମୁଣ୍ଡା ଆଜିକୁ ପାଖାପାଖି ଦେଢ଼ ବର୍ଷ ତଳେ ଗାଁରେ କୁଲି ମଜୁରି କରି ପରିବାର ପୋଷୁଥିଲେ । ହେଲେ ଲକଡାଉନ୍‌ ସମୟରେ ଦିନେ ୟୁଟ୍ୟୁବ୍‌ ଦେଖୁ ଦେଖୁ ନିଜେ ଭିଡିଓ ବନେଇବାକୁ ତାଙ୍କର ମନ ହେଲା । ଗୋଟିଏ ସାଧାରଣ ସ୍ମାର୍ଟଫୋନ୍‌ କିଣି ସେଥିରେ ନିଜର ଖାଇବା ବିଷୟରେ ଏକ ଭିଡିଓ ବନେଇ ତାକୁ ପୋଷ୍ଟ୍‌ କରିଦେଲେ । ବାସ୍‌, ବିଶ୍ୱ ସାରା ସେହି ଭିଡିଓର ଲୋକପ୍ରିୟତା ଏତେ ବଢ଼ିଲା ଯେ ଇଶାକ୍‌ ଏକ ୟୁଟ୍ୟୁବ୍‌ ଚ୍ୟାନେଲ୍‌ ବନେଇ ଗୋଟିଏ ପରେ ଗୋଟିଏ ଭିଡିଓ ପୋଷ୍ଟ କରି ଚାଲିଲେ । ଏବେ ସେ ସେଥିରୁ ମାସକୁ ଲକ୍ଷାଧିକ ଟଙ୍କା ରୋଜଗାର କରୁଛନ୍ତି ବୋଲି ଭାରି ଖୁସି ।

ସମ୍ବଲପୁର ଜିଲ୍ଲା ଯୁଯୁମରା ବ୍ଳକ୍‌ ବାବୁପାଲି ଗାଁର ଇଶାକ୍‌ ମୁଣ୍ଡା ଏବେ ଜଣେ ସଫଳ ୟୁଟ୍ୟୁବର୍‌ । ଖାଇବା ଶୋଇବା ସହ ନିଜ ପରିବାରର ପ୍ରତି ମୁହୂର୍ତ୍ତର ଭିଡିଓ ଶେଆର୍‌ କରି ସେ ଖୁବ୍‌ ଲୋକପ୍ରିୟ ହୋଇଛନ୍ତି । ଗତ ବର୍ଷ ମାର୍ଚ୍ଚ ମାସରେ ସେ ପ୍ରଥମ ଭିଡିଓ ଅପଲୋଡ୍‌ କରିଥିଲେ । ତା’ ପରେ ‘ଇଶାକ ମୁଣ୍ତା ଇଟିଂ’ (ଅର୍ଥାତ୍‌ ‘ଇଶାକ୍‌ ମୁଣ୍ଡା ଖାଉଛନ୍ତି’) ନାମରେ ସେ ଖୋଲିଥିବା ୟୁଟ୍ୟୁବ୍‌ ଚ୍ୟାନେଲର ଲୋକପ୍ରିୟତା ବଢ଼ିଚାଲିଥିଲା । ଗତ ୧୫ ମାସରେ ସେ ପାଖାପାଖି ୨୫୮ଟି ଭିଡିଓ ଅପଲୋଡ୍‌ କରିଛନ୍ତି, ଆଉ ଏବେ ତାଙ୍କର ସବସ୍କ୍ରାଇବର୍‌ ସଂଖ୍ୟା ୭.୨୮ ଲକ୍ଷରୁ ଅଧିକରେ ପହଞ୍ଚିସାରିଛି ।

ଏହା ବି ପଢ଼ନ୍ତୁ ଦେଖନ୍ତୁ ଫଟୋ | ନବୀନ ଜଗନଙ୍କ ବୈଠକରେ ଓଡ଼ିଶା ଆନ୍ଧ୍ର ମଧ୍ୟରେ ବିବାଦ ତୁଟାଇବା ପାଇଁ ସହମତି ହେଲା

‘‘ୟୁଟ୍ୟୁବ୍‌ ଦେଖିବା ପରେ ମୁଁ ୩,୦୦୦ ଟଙ୍କାର ଇସ୍ୟୁରାନ୍ସ କରି ଗୋଟେ ମଧ୍ୟମ ଧରଣର ମୋବାଇଲ କିଣିଥିଲି ଓ ଭିଡିଓ ବନେଇବା ଆରମ୍ଭ କରିଥିଲି । ଆମର ଏହି ଗରିବ ଘରେ ମୁଁ ଓ ମୋ’ ପରିବାର କ’ଣ ଖାଉ ଓ କେମିତି ଖାଉ ତା’ରି ଉପରେ ଗୋଟେ ଭିଡିଓ ବନେଇ ଅପଲୋଡ୍‌ କରିଥିଲି । ସେହି ଭିଡିଓଟିକୁ ଢେର୍‌ ଲୋକ ପସନ୍ଦ କଲେ । ଏ ପର୍ଯ୍ୟନ୍ତ ମୋ’ଟ ୪ ଲକ୍ଷ ୯୯ ହଜାରୁ ବେଶୀ ଲୋକ ତାକୁ ଦେଖିଲେଣି । ତା’ ପରଠୁ ମୁଁ ଗୋଟେ ପରେ ଗୋଟି ଭିଡିଓ ବନେଇ ୟୁଟ୍ୟୁବରେ ଅପଲୋଡ୍‌ କରିବା ଆରମ୍ଭ କରିଥିଲି । ଏବେ ଭଲ ରୋଜଗାର ହେଉଛି,’’ କହିଛନ୍ତି ୩୫ ବର୍ଷୀୟ ଇଶାକ୍‌ ମୁଣ୍ଡା ।

ଏହା ବି ପଢ଼ନ୍ତୁ | Railway ଟିକେଟ୍ ବୁକିଂ ପାଇଁ ଏଣିକି ଦରକାର ହେବ ଏହି ଡକ୍ୟୁମେଣ୍ଟ୍; ଦଲାଲି ରୋକିବାକୁ ନୂଆ ନିୟମ ଆସୁଛି

ତାଙ୍କର ସେହି ପ୍ରଥମ ଭିଡିଓର ନାଁ ଥିଲା ‘ରାଇସ୍‌ ଆଣ୍ଡ୍‌ ଇଣ୍ତିୟାନ୍‌ ସମ୍ବର ଫାଷ୍ଟ୍‌ ଇଟିଂ’ । ଚାରି ମିନିଟ୍‌ ୧୨ ସେକେଣ୍ଡର ସେହି ଭିଡିଓରେ ଦେହରେ କେବଳ ଗଞ୍ଜିଟିଏ ପିନ୍ଧିଥିବା ଇଶାକ୍‌ ଥାଳିଏ ଭାତକୁ ଗୋଟେ କଞ୍ଚା ଟମାଟୋ, ଶାଗ ଭଜା, କଞ୍ଚା ଲଙ୍କା ଓ ଡାଲି ସହ ଖାଉଥିବା ଦେଖାଇଥିଲେ । ଓଡ଼ିଶାର ଜଣେ ଗରିବ ଆଦିବାସୀ ଯୁବକ ଅତି ସାଧାରଣ ଖାଦ୍ୟ ଆନନ୍ଦରେ ଖାଉଥିବା ଦୃଶ୍ୟ ଦେଶ ଓ ଦେଶ ବାହାର ଲୋକଙ୍କ ମନକୁ ଛୁଇଁଥିଲା । ଇଶାକଙ୍କ ପରବର୍ତ୍ତୀ ଭିଡିଓଗୁଡ଼ିକରେ ତାଙ୍କ ସ୍ତ୍ରୀ ସବିତା ମୁଣ୍ଡା ଓ ସେମାନଙ୍କ ଚାରି ପୁଅଝିଅ – ମୋନିସା, ପବିତ୍ର, ମୋନିକା ଓ ମହିମା – ପ୍ରାୟତଃ ଦେଖାଯାଆନ୍ତି ।

ଏଇଠି ଦେଖନ୍ତୁ ଇଶାକ୍‌ ମୁଣ୍ଡାଙ୍କ ପ୍ରଥମ ଭିଡିଓ:



ପ୍ରଥମ ଭିଡିଓ ଅପଲୋଡ୍‌ କଲା ପରେ ତା’ ଉପରେ ହଜାର ହଜାର ଲୋକ କମେଣ୍ଟ୍‌ କରିଥିଲେ ଓ ତାଙ୍କର ଭିୟୁର୍‌ ସଂଖ୍ୟା ବଢି଼ଥିଲା । ତା’ ପରେ ଇଶାକ୍‌ ନିଜ ସମ୍ପ୍ରଦାୟର ପରମ୍ପରା, ଚାଲି ଚଲଣି ଓ ଖାଦ୍ୟପେୟ ପ୍ରସ୍ତୁତି ବିଷୟରେ ଭିଡିଓ ସବୁ ବନେଇ ଅପଲୋଡ୍‌ କରିଥିଲେ । ସେଗୁଡ଼ିକ ବି ଖୁବ୍‌ ଲୋକପ୍ରିୟ ହୋଇଥିଲା ।

ଏହା ବି ପଢ଼ନ୍ତୁ | ଏକା ଥରକେ ୧୦ଟି ଶିଶୁ ଜନ୍ମ ଦେଲେ? ହେଲେ ସେ ଗର୍ଭବତୀ ଥିଲେ! ରେକର୍ଡ଼ ଅନ୍ୟ ମହିଳାଙ୍କର

‘‘ମୁଁଇ ତ ସାତ୍‌ କିଲାସ୍‌ ଯାଏଁ ପଢ଼ିଛି, ଆଉ ବେଶୀ ନାଇଁ ପଢ଼ି । ମୁଁଇ ଭାବିଲି ଆମ ଲାଇଫଷ୍ଟାଇଲର ଭିଡିଓ ଛାଡ଼ିମି, ଆମେ କାଣା ଖାଉଛୁଁ, କେନ୍ତା ରହୁଛୁଁ ସେଇ ଭିଡିଓ ଛାଡ଼ିମି । ଆମ ଗାଁ ଗହଲିରେ ନୂଆଁ ନୂଆଁ ପନିପରିବା, ଜଙ୍ଗଲରେ ନୂଆଁ ନୂଆଁ ପନିପରିବା, ଜଙ୍ଗଳି ଛତୁ, ବାଉଁଶ କରଡି଼, ଅଲଗା ଅଲଗା ଶାଗ ମିଲୁଛି । ତାକୁ ଖାଇବାର ବନେଇବାର କଥା ଦେଶ୍‌ ବିଦେଶର୍‌ ଲୋକେ ଜାଣିବେ,’’ କହିଛନ୍ତି ଇଶାକ୍‌ ମୁଣ୍ଡା ।

ଇଶାକ୍‌ ମୁଣ୍ଡା ନିଜ ଘର ପାଖରେ ଭିଡିଓ ବନାଉଛନ୍ତି ।


ତାଙ୍କର ଏହି ଅଭୁତପୂର୍ବ ସଫଳତାରେ ତାଙ୍କ ସ୍ତ୍ରୀ ସବିତା ମୁଣ୍ଡା ଖୁବ୍‌ ଖୁସି । ‘‘ଆମର ଘର ଭାଙ୍ଗିଯାଇଥିବା ଗୋଟିଏ ଭିଡିଓ ସେ ଅପଲୋଡ କରିଥିଲେ । ତାକୁ ବହୁ ଲୋକ ଦେଖିଲେ । ଭୁବନେଶ୍ଵରର ଗୋଟେ ସଂସ୍ଥା ପକ୍ଷରୁ ପକ୍କା ଘର ତିାରି ପାଇଁ ଆମକୁ ଆର୍ଥିକ ସହାୟତା ଆସିଥିଲା,’’ ଖୁସିରେ କହିଛନ୍ତି ସବିତା ।

ଏହା ବି ପଢ଼ନ୍ତୁ | English ଶିଖନ୍ତୁ []: ଯଦି ଗ୍ୟାଙ୍ଗଷ୍ଟର୍ ହାଇଦର୍ ଧରାପଡ଼ି ଥାନ୍ତା,… If gangster Hyder…

ଇଶାକ୍‌ ପ୍ରଥମ ଭିଡିଓ ଅପଲୋଡ କରିବା ଆରମ୍ଭ କରିବାର ତିନି ମାସ ପରେ ୨୦୨୦ ଜୁନ୍‌ ମାସରେ ତାଙ୍କ ବ୍ୟାଙ୍କ୍‌ ଆକାଉଣ୍ଟକୁ ପ୍ରଥମେ ୩୭,୦୦୦ ଟଙ୍କା ଆସିଥିଲା ବୋଲି ସେ କହିଛନ୍ତି । ତା’ ପରେ ପୁଣି ତିନି ମାସ ପରେ ଜୁଲାଇରେ ଆସିଲା ୫ ଲକ୍ଷ ଟଙ୍କା । ପୁଣି ପରେ ୮୩ ହଜାର ଟଙ୍କା ଆସିଥିଲା ବୋଲି ସେ କହିଛନ୍ତି ।



ଏହା ବି ପଢ଼ନ୍ତୁ | ଗର୍ଲଫ୍ରେଣ୍ଡ୍ ସହ ହୋଟେଲରେ ଥିଲେ ପୋଲିସ ଇନସ୍ପେକ୍ଟର୍; ସ୍ତ୍ରୀ ଆସି ପହଞ୍ଚିବା ପରେ ମାମଲା ବିଗିଡ଼ିଗଲା

‘‘ସେ ଆମର ସ୍ଥାନୀୟ ଆଦିବାସୀ ପରମ୍ପରା ବିଷୟରେ ଲଗାତର ଭିଡିଓ ବନେଇ ଛାଡୁଛି । ମୁଁ ହେଁସ (ଖଜୁରୀ ପତ୍ରରେ ତିଆରି ମ୍ୟାଟ୍‌) ତିଆରି କରୁଥିବା ବେଳର ଭିଡିଓ ବି ସେ ବନେଇ ଛାଡ଼ିଛି । ଲୋକେ ଏ ସବୁ ଭିଡିଓକୁ ପସନ୍ଦ କରୁଛନ୍ତି । ଏହା ଦ୍ୱାରା ଆମ ପରମ୍ପରା ଓ ସଂସ୍କୃତି ବିଷୟରେ ଦେଶ ଓ ବାହାରର ଲୋକେ ଜାଣୁଛନ୍ତି । ତାକୁ କିଛି ଟଙ୍କା ବି ମିଳୁଛି,’’ କହିଛନ୍ତି ଇଶାକଙ୍କ ଶ୍ୱଶୁର ଜୋସେଫ ମୁଣ୍ଡା ।



ଇଶାକ କହିଛନ୍ତି ଯେ ୟୁଟ୍ୟୁବ୍‌ ଭିଡିଓ ବନେଇ କେବଳ ଅର୍ଥ ରୋଜଗାର କରିବା ତାଙ୍କର ଲକ୍ଷ୍ୟ ନୁହେଁ । ନିଜ ସ୍ଥାନୀୟ ପରମ୍ପରାର ଗାରିମା ଓ ଏଥିରେ ଥିବା ନକରାତ୍ମକ ଚିନ୍ତାଧାରା ବିଷୟରେ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ତାଙ୍କର ଲକ୍ଷ ବୋଲି ସେ କହିଛନ୍ତି । ସେ ଖୁବ୍‌ ଖୁସି ଯେ ଆଉ ତାଙ୍କୁ କୁଲି ମଜୁରି କରିବାକୁ ପଡୁନାହିଁ ।
Published by: Anand S.T. Das
First published: July 6, 2021, 4:21 AM IST