News 18 Odia Digital
ନୂଆଦିଲ୍ଲୀ; ସାଉଥ୍ ସୁପରଷ୍ଟାର ସାମନ୍ଥା ରୁଥ ପ୍ରଭୁ ଗତ କିଛି ଦିନ ହେବ ହେଡଲାଇନରେ ରହି ଆସୁଛନ୍ତି । ଅଭିନେତ୍ରୀ ତାଙ୍କ ଫ୍ୟାନ୍ସଙ୍କ ସହ ତାଙ୍କୁ ହୋଇଥିବା ଅଟୋ-ଇମ୍ୟୁନ ରୋଗ ମାୟୋସିଟିସ୍ ବିଷୟରେ ସେୟାର କରିଥିଲେ, ଏହା ପରେ ସମସ୍ତେ ତାଙ୍କ ପାଇଁ ଚିନ୍ତିତ ଥିଲେ । ଏକ ସୋସିଆଲ ମିଡିଆ ପୋଷ୍ଟ ମାଧ୍ୟମରେ ଅଭିନେତ୍ରୀ ଜଣାଇଥିଲେ ଯେ ଏହି ରୋଗରୁ ସୁସ୍ଥ ହେବା ପାଇଁ ଅଧିକ ସମୟ ଲାଗୁଛି । ଖବର ଅନୁଯାୟୀ, ଯେତେବେଳେ ସାମନ୍ଥା ଏହି ପୋଷ୍ଟ ସେୟାର କରିଥିଲେ, ସେତେବେଳେ ତାଙ୍କ ପୂର୍ବତନ ସ୍ୱାମୀ ନାଗା ଚୈତନ୍ୟ ଓ ତାଙ୍କ ପିତା ନାଗାର୍ଜୁନ ତାଙ୍କୁ ଦେଖା କରିବାକୁ ଚାହିଁଥିଲେ । ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ଉଭୟ ସାମନ୍ତଙ୍କୁ ଭେଟିଛନ୍ତି କି ନାହିଁ ସେ ସମ୍ପର୍କରେ କୌଣସି ସୂଚନା ମିଳିନାହିଁ । ଏହା ନିଶ୍ଚିତ ଯେ ନାଗା ଚୈତନ୍ୟ ସାମନ୍ଥାଙ୍କୁ କଲ କରି ତାଙ୍କ ସୁସ୍ଥତା ବିଷୟରେ ପଚାରି ବୁଝିଛନ୍ତି ।
ସାମନ୍ଥା-ନାଗାଙ୍କୁ ଏକାଠି ଦେଖିବାକୁ ମିଳିପାରେବଲିଉଡ୍ ଲାଇଫ୍ ରିପୋର୍ଟ ଅନୁଯାୟୀ, ଉଭୟ ସାମନ୍ଥା ରୁଥ୍ ପ୍ରଭୁ ଓ ନାଗା ଚୈତନ୍ୟ ଛାଡପତ୍ର ପରେ ମଧ୍ୟ ପରସ୍ପର ସହିତ ବୃତ୍ତିଗତ କଥାବାର୍ତ୍ତା ଜାରି ରଖିଛନ୍ତି । କୁହାଯାଉଛି ଯେ ଉଭୟ ଏକାଠି ପ୍ରୋଜେକ୍ଟ କରୁଥିବା ଦେଖିବାକୁ ମିଳିବ । ପୁଣି ଥରେ ପ୍ରଶଂସକମାନେ ଉଭୟଙ୍କ ଯୋଡିକୁ ବଡ଼ ପରଦାରେ ଦେଖିପାରନ୍ତି । ବଲିଉଡ ଲାଇଫକୁ ସୂଚନା ପ୍ରଦାନ କରି ସୂତ୍ର କହିଛି ଯେ ପ୍ରଶଂସକଙ୍କ ମଧ୍ୟରେ ସେମାନଙ୍କ ଯୋଡି କେତେ ହିଟ୍ ହୋଇଛି ତାହା ଉଭୟ ଭଲ ଭାବରେ ଜାଣିଛନ୍ତି । ନାଗା ଚୈତନ୍ୟ ଯେପରି ସାମନ୍ଥା ଙ୍କ ପ୍ରତି ଚିନ୍ତା ପ୍ରକଟ କରିଛନ୍ତି, ଏହା ସ୍ପଷ୍ଟ ଭାବରେ ଦର୍ଶାଉଛି ଯେ ଛାଡପତ୍ର ପରେ ମଧ୍ୟ ଆଜି ଉଭୟ ବହୁତ ଭଲ ବନ୍ଧୁ । ଦୁହେଁ ଏପରି ଏକ ସ୍ଥାନରେ ଠିଆ ହୋଇଛନ୍ତି ଯେଉଁଠାରେ ସେମାନଙ୍କର ପରସ୍ପର ସହିତ ଶତ୍ରୁତା ନାହିଁ । ଉଭୟ ବୃତ୍ତିଗତ ଭାବେ ପରସ୍ପର ସହିତ କାମ କରିବାକୁ ଚାହାଁନ୍ତି । ”
ପ୍ରଶଂସକମାନେ ଉତ୍ସାହର ସହିତ ଏହି ଦମ୍ପତିଙ୍କୁ ଅପେକ୍ଷା କରିଛନ୍ତି, ଆପଣଙ୍କୁ କହିବାକୁ ଚାହିବୁ ଯେ, କିଛି ସମୟ ପରସ୍ପରକୁ ଡେଟ୍ କରିବା ପରେ ସାମନ୍ଥା ଋଥ ଓ ନାଗା ଚୈତନ୍ୟ ଡ୍ରିମ୍ ସେଲିବ୍ରେସନରେ ବିବାହ କରିଥିଲେ । ଉଭୟ ଏକାଠି ଅନେକ ଫିଲ୍ମରେ ନଜର ଆସିଛନ୍ତି । ପ୍ରଶଂସକ ମଧ୍ୟ ସେମାନଙ୍କ ଯୋଡିକୁ ବହୁତ ପସନ୍ଦ କରନ୍ତି । ଉଭୟ 'ଓ ବେବି', 'ମଜିଲି' ଏବଂ 'ୟେ ମାୟା ଚେସାଭେ' ଭଳି ହିଟ୍ ଫିଲ୍ମ ଦେଇଛନ୍ତି । ୨୦୨୧ ମସିହାରେ ଉଭୟଙ୍କ ଛାଡପତ୍ର ଖବର ଗଣମାଧ୍ୟମରେ ଆସିଥିଲା । ସୋସିଆଲ ମିଡିଆ ପୋଷ୍ଟ ମାଧ୍ୟମରେ ପ୍ରଶଂସକଙ୍କୁ ଝଟକା ଦେଲା ଭଳି ସୂଚନା ଦିଆଯାଇଥିଲା ଯେ ଉଭୟେ ଉଭୟଙ୍କଠାରୁ ଅଲଗା ହୋଇଯାଇଛନ୍ତି ।
Published by:Soubhagya Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।