Samantha Injury: ସାଉଥ ଅଭିନେତ୍ରୀ ସାମନ୍ଥା ରୁଥ ପ୍ରଭୁ ଆହତ; ଚିନ୍ତାରେ ଫ୍ଯାନ୍ସ

Samanta Injury: ସାଉଥର ଲୋକପ୍ରିୟ ହିରୋଇନ ସାମନ୍ଥା ରୁଥ ପ୍ରଭୁ ଆହାତ, ସାମ୍ନାକୁ ଆସିଲା ଅଭିନେତ୍ରୀଙ୍କ ଫଟୋ

ସାଉଥ ଅଭିନେତ୍ରୀ ଆହତ

ସାଉଥ ଅଭିନେତ୍ରୀ ଆହତ

  • News18 Odia
  • Last Updated :
  • Other, India
  • Share this:
News18 Odia Digital

Samantha Ruth Prabhu Injured: ସୁଟିଂ ସେଟରେ ଆହତ ହୋଇଛନ୍ତି ଦକ୍ଷିଣୀ ଅଭିନେତ୍ରୀ ସାମନ୍ଥା ରୁଥ ପ୍ରଭୁ(South Actress Samantha Ruth Prabhu) । ସିଟାଡେଲ(Citadel)ର ସୁଟିଂ ଚାଲୁଥିବା ବେଳେ ଏପରି ହୋଇଛି । ଅଭିନେତ୍ରୀ ନିଜ ସୋସିଆଲ ମିଡ଼ିଆରେ ଏହି ସୂଚନା ଦେଇଛନ୍ତି ।

ସାମନ୍ଥା ରୁଥ ପ୍ରଭୁ ସାଉଥ ସିନେମାର ଜଣେ ଜଣାଶୁଣା ଅଭିନେତ୍ରୀ । ସେ ତାଙ୍କ ଅଭିନୟ ସହିତ ପାନ ଇଣ୍ଡିଆ ସ୍ତରର ଦର୍ଶକଙ୍କ ହୃଦୟରେ ମଧ୍ୟ ଅନେକ ସ୍ଥାନ ସୃଷ୍ଟି କରିଛନ୍ତି । ସମ୍ପ୍ରତି ଏହି ଅଭିନେତ୍ରୀ ଆମେରିକୀୟ ଧାରାବାହିକ ସିଟାଡେଲର ହିନ୍ଦୀ ଭର୍ସନ ପାଇଁ ସୁଟିଂରେ ବ୍ୟସ୍ତ ଅଛନ୍ତି । ଇନଷ୍ଟାଗ୍ରାମ ଷ୍ଟୋରୀରେ ଏକ ପୋଷ୍ଟ ସେୟାର କରି ସେ ଆହତ ହୋଇଥିବାର ଖବର ପ୍ରକାଶ କରିଛନ୍ତି ।

ସାମନ୍ଥା ରୁଥ ପ୍ରଭୁ ସୋସିଆଲ ମିଡିଆରେ ବହୁତ ସକ୍ରିୟ ରୁହନ୍ତି ଓ ତାଙ୍କ ବୃତ୍ତିଗତ ଜୀବନ ତଥା ବ୍ୟକ୍ତିଗତ ଜୀବନ ସହିତ ଜଡିତ ଜିନିଷଗୁଡିକ ତାଙ୍କ ପ୍ରଶଂସକଙ୍କ ସହ ବାଣ୍ଟିଥାନ୍ତି । ଏବେ ସେ ଏକ ଛବି ସେୟାର କରିଛନ୍ତି, ଯେଉଁଥିରେ ତାଙ୍କ ହାତରେ ଆଘାତ ଲାଗିଛି ।

ଫଟୋରେ ସାମନ୍ଥା ତାଙ୍କର ଦୁଇ ହାତ ଦେଖାଇଛନ୍ତି । ତାଙ୍କ ଆଙ୍ଗୁଠିରେ ଆଘାତ ଚିହ୍ନ ଅଛି । ଏହା ସହିତ, କିଛି ସ୍କ୍ରାଚ୍ ମଧ୍ୟ ଉପରେ ଦୃଶ୍ୟମାନ ହେଉଛି । ଏହି ଫଟୋ ପୋଷ୍ଟ କରି ସାମନ୍ତ କ୍ୟାପସନ୍ ଦେଇଛନ୍ତି, ଆକ୍ସନ୍ କା ଭତ୍ତା। ତାଙ୍କ କ୍ୟାପସନରୁ ଏହା ସ୍ପଷ୍ଟ ହୋଇଛି ଯେ ଆକ୍ସନ୍ ସିନ କରିବା ସମୟରେ ସେ ଏହି ଆଘାତ ପାଇଛନ୍ତି ।

ସାଇଟଡେଲ୍ ସିରିଜରେ ଅଭିନେତା ରିଚାର୍ଡ ମ୍ୟାଡେନ୍, ପ୍ରିୟଙ୍କା ଚୋପ୍ରା ଏବଂ ଷ୍ଟାନଲି ଟୁଚିଙ୍କ ଭଳି ତାରକା ଦେଖିବାକୁ ମିଳିବେ। ନିକଟରେ ପ୍ରିୟଙ୍କା ସୋସିଆଲ ମିଡିଆ ଜରିଆରେ ଏହି ସିରିଜର ପ୍ରଥମ ଲୁକ୍ ମଧ୍ୟ ସେୟାର କରିଛନ୍ତି। ଅନ୍ୟ ପଟେ, ଯଦି ଆମେ ଏହାର ହିନ୍ଦୀ ଆଡାପ୍ଟେସନ୍ ବିଷୟରେ କହିବା, ତେବେ ରାଜ ଏବଂ ଡି.କେ ଏହାକୁ ପ୍ରସ୍ତୁତ କରୁଛନ୍ତି। ଏହି ଧାରାବାହିକରେ ସାମନ୍ଥା ସହ ବଲିଉଡ ଅଭିନେତା ବରୁଣ ଧାୱନ ମଧ୍ୟ ନଜର ଆସିବେ। ଏହା ଏକ ଗୁପ୍ତଚର ଥ୍ରୀଲର ସିରିଜ୍, ତେଣୁ ଉଭୟ ସମନ୍ଥା ଏବଂ ବରୁଣଙ୍କୁ ଆକ୍ସନ୍ ଅବତାରରେ ଦେଖିବାକୁ ମିଳିବ।
Published by:Soumya Das
First published: