ଦିନେ ଜୁହିଙ୍କ ପାଇଁ ପାଗଳ ଥିଲେ ସଲ୍ଲୁଭାଇ; ହେଲେ କରିପାରିଲେନି ବିବାହ

ଜୁହି ଚାୱଲାଙ୍କୁ ବିବାହ କରିବାକୁ ଚାହୁଁଥିଲେ ସଲମାନ, ଏହି କାରଣରୁ ଭାଙ୍ଗିଯାଇଥିଲା ସମ୍ପର୍କ ।

ଜୁହିଙ୍କୁ ଜୀବନସାଥୀ କରିପାରିଲେନି ସଲମାନ!

ଜୁହିଙ୍କୁ ଜୀବନସାଥୀ କରିପାରିଲେନି ସଲମାନ!

  • News18 Odia
  • Last Updated :
  • Other, India
  • Share this:
News18 Odia Digital

Juhi Chawla Father On Salman Proposal: ମିସ ଇଣ୍ଡିଆ ବିଜୟିନୀ ଜୁହି ଚାୱଲା(Juhi Chawala) ୯୦ ଦଶକର ଜଣେ ଲୋକପ୍ରିୟ ଅଭିନେତ୍ରୀ ଥିଲେ, ଯିଏ କି ତାଙ୍କର ଫ୍ଲର୍ଟିସ ଆକ୍ଟ ଦ୍ୱାରା ଲୋକଙ୍କ ହୃଦୟ ଜିତିଥିଲେ। ଡର୍, ଦିୱାନା ମସ୍ତାନା, ଇସ୍କ, ହମ୍ ହେଁ ରହି ପ୍ୟାର୍ କେ ଭଳି ଚଳଚ୍ଚିତ୍ରରେ ଅଭିନୟ କରିଥିବା ଜୁହି ବ୍ୟବସାୟୀ ଜୟ ମେହେଟ୍ଟାଙ୍କୁ ବିବାହ କରିଥିଲେ। କିନ୍ତୁ ଆପଣ ଜାଣନ୍ତି କି ଗୋଟିଏ ସମୟ ଥିଲା, ସଲମାନ ଖାନ(Salman Khan) ଜୁହି ଚାୱଲାଙ୍କୁ ବିବାହ କରିବାକୁ ଚାହୁଁଥିଲେ। ସଲମାନ ନିଜେ ମଧ୍ୟ ଏହି ବିଷୟରେ ଅନେକ ଥର କହିଛନ୍ତି।


ଯଦିଓ ସଲମାନ ଖାନଙ୍କ ନାମ ଅନେକ ଅଭିନେତ୍ରୀଙ୍କ ସହ ଜଡିତ ଅଛି, କିନ୍ତୁ ଗୋଟିଏ ସମୟରେ ସେ ଜୁହିଙ୍କୁ ପସନ୍ଦ କରୁଥିଲେ। କେବଳ ଏତିକି ନୁହେଁ, ସେ ତାଙ୍କୁ ବିବାହ କରିବାକୁ ମଧ୍ୟ ଚାହୁଁଥିଲେ, କିନ୍ତୁ ଜୁହି ଚାୱଲାଙ୍କ ପିତା ଏହି ସମ୍ପର୍କକୁ ଅନୁମତି ଦେଇନଥିଲେ, ଯେଉଁ କାରଣରୁ ସଲମାନ ଓ ଜୁହିଙ୍କ ବିବାହ ବନ୍ଦ ହୋଇଯାଇଥିଲା। ସଲମାନ ଜୁହିଙ୍କୁ ଏତେ ପସନ୍ଦ କରୁଥିଲେ ଯେ ସେ ନିଜେ ତାଙ୍କ ପିତାଙ୍କ ନିକଟକୁ ଯାଇ ଅଭିନେତ୍ରୀଙ୍କ ହାତ ମାଗିଥିଲେ। ଯଦିଓ ଜୁହିଙ୍କ ପିତା ଏହି ସମ୍ପର୍କକୁ ପ୍ରତ୍ୟାଖ୍ୟାନ କରିଥିଲେ। ସଲମାନ ଥରେ କହିଥଲେ, "ଜୁହି ବହୁତ ଭଲ ଝିଅ। ମୁଁ ତାଙ୍କ ପିତାଙ୍କୁ ମଧ୍ୟ ପଚାରିଥିଲି ଜୁହିଙ୍କୁ ସହ ବିବାହ କରିବାକୁ ଅନୁମତି ଦେବେ କି? କିନ୍ତୁ ସେ ମନା କରିଦେଲେ।ବୋଧହୁଏ ସେ ମୋତେ ପସନ୍ଦ କରନ୍ତି ନାହିଁ। ସେ କେଉଁ ପ୍ରକାରର ପୁଅ ଚାହୁଁଛନ୍ତି ଜାଣି ନଥିଲି।"

ହାତ ଯୋଡୁଛି, ଦୂରେଇ ଯାଅ; ବର୍ଷାଙ୍କୁ ଏମିତି ଅନୁରୋଧ କଲେ ଅଭିନେତା

ଜୁହି ଚାୱଲା ଜୟ ମେହେଟ୍ଟାଙ୍କୁ ତାଙ୍କ କ୍ୟାରିୟର ଭଲ ଚାଲୁଥିବା ସମୟରେ ବିବାହ କରିଥିଲେ। ୧୯୯୫ ମସିହାରେ ଦୁହେଁ ଲୁଚିକି ବିବାହ କରିଥିଲେ। ଜୁହି ଓ ଜୟ ପ୍ରଥମ ଥର ପାଇଁ ରାକେଶ ରୋଶନଙ୍କ ମାଧ୍ୟମରେ ସାକ୍ଷାତ ହୋଇଥିଲେ। ଧୀରେ ଧୀରେ ଦୁହିଁଙ୍କ ମଧ୍ୟରେ ଘନିଷ୍ଠତା ବୃଦ୍ଧି ପାଇଲା ଓ ପ୍ରେମ ଆରମ୍ଭ ହେଲା। ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଜୁହି ତାଙ୍କ ବିବାହକୁ ୬ ବର୍ଷ ପର୍ଯ୍ୟନ୍ତ ଗୁପ୍ତ ରଖିଥିଲେ। ଯେତେବେଳେ ଅଭିନେତ୍ରୀ ପ୍ରଥମ ଥର ଗର୍ଭବତୀ ହେଲେ, ଲୋକମାନେ ଜାଣିବାକୁ ପାଇଲେ ଯେ ସେ ବିବାହିତ।
Published by:Soumya Das
First published: