ଲିକ୍ ହେଲା ସଲମାନ ଖାନ-କ୍ୟାଟ୍ରିନା କୈଫଙ୍କ 'ଟାଇଗର ୩' ଭିଡିଓ: କିଛି ମିନିଟ ମଧ୍ୟରେ ଭାଇରାଲ
- News18 Odia
- Last Updated :
- Bhubaneswar, India
News 18 Odia Digital
ମୁମ୍ୱାଇ: ସଲମାନ ଖାନ (salman khan) ଓ କ୍ୟାଟ୍ରିନା କୈଫଙ୍କ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର 'ଟାଇଗର ୩ ' (tiger 3) କ୍ରମାଗତ ଚର୍ଚ୍ଚାରେ ରହିଛି। ଏହି ଫିଲ୍ମ (movie) ଚର୍ଚ୍ଚାର କାରଣ ହେଲା କ୍ୟାଟ୍ରିନା କୈଫ (katrina kaif) ବିବାହ ପରେ ପ୍ରଥମ ଥର ପାଇଁ ସଲମାନ ଖାନଙ୍କ ସହ ସ୍କ୍ରିନ୍ ସେୟାର କରୁଥିବା ଦେଖିବାକୁ ମିଳିବ। କିନ୍ତୁ ବର୍ତ୍ତମାନ ଏହି ଫିଲ୍ମର ଭିଡିଓ ସୁଟିଂ ସେଟରୁ ଲିକ୍ (leak) ହୋଇଛି। ଏହି ଭିଡିଓ ଦେଖିବା ପରେ ଏହି ଚଳଚ୍ଚିତ୍ର ବିଷୟରେ ପ୍ରଶଂସକଙ୍କ ଉତ୍ସାହ ଆହୁରି ବଢ଼ି ଯାଇଛି । ଏହି କିଛି ସେକେଣ୍ଡର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ (viral) ହେବାରେ ଲାଗିଛି ଓ ଫ୍ୟାନ୍ସଙ୍କ ଦୃଷ୍ଟି ଆକର୍ଷଣ କରୁଛି ।
ଇମ୍ରାନ୍ ହାସ୍ମୀ ନଜର ଆସିଛନ୍ତିଏଥର ଇମ୍ରାନ ହାସ୍ମୀ ଫିଲ୍ମ 'ଟାଇଗର ୩'ରେ ସଲମାନ ଖାନଙ୍କ ସହ ନଜର ଆସିବେ। ସେଟରୁ ଲିକ୍ ହୋଇଥିବା ଭିଡିଓ ଏକ କୋଠରୀ ପରି ଦେଖାଯାଉଛି ଯେଉଁଠାରେ ଚାରିଆଡେ ଧୂଆଁ ଦେଖାଯାଉଛି । ଭିଡିଓରେ ଇମ୍ରାନ୍ ହାସ୍ମୀ ଠିଆ ହୋଇଥିବା ନଜର ଆସିଛନ୍ତି। କିଛି ମିନିଟର ଏହି ଭିଡିଓ ସୋସିଆଲ ମିଡିଆରେ (social media) ଚହଳ ସୃଷ୍ଟି କରିଛି ।
ଏହି ଖବର ପଢ଼ନ୍ତୁ -
http://କଟକରୁ ପୁଣି ନକଲି ଔଷଧ ଠାବ: ଦିଲ୍ଲୀ ଓ ମଧ୍ୟପ୍ରଦେଶକୁ ଲମ୍ୱିଛି ଚେରଫ୍ୟାନ୍ସଙ୍କ ଉତ୍ସାହ ବୃଦ୍ଧି ପାଇଛିଏହି ଭିଡିଓ ଲିକ୍ ହେବା ପରେ ଏହି ଫିଲ୍ମ ବିଷୟରେ ଫ୍ୟାନ୍ସଙ୍କ ଉତ୍ସାହ ଆହୁରି ବୃଦ୍ଧି ପାଇଛି। ଫିଲ୍ମ 'ଟାଇଗର ୩' ହେଉଛି 'ଟାଇଗର' ସିରିଜର ତୃତୀୟ ଚଳଚ୍ଚିତ୍ର। ୨୦୧୨ରେ 'ଏକ ଥା ଟାଇଗର' ଓ ପରେ ୨୦୧୭ରେ 'ଟାଇଗର ଜିନ୍ଦା ହେ' ମୁକ୍ତିଲାଭ କରିଥିଲା। ଏହି ଦୁଇଟି ଚଳଚ୍ଚିତ୍ର ବକ୍ସ ଅଫିସରେ (box office) ଧମାଲ୍ କରିଥିଲା। ଏଭଳି ପରିସ୍ଥିତିରେ ଫ୍ୟାନ୍ସ ଏହି ଚଳଚ୍ଚିତ୍ରର ତୃତୀୟ ଭାଗକୁ ନେଇ ବହୁତ ଉତ୍ସାହିତ ଅଛନ୍ତି। ଏହି ଚଳଚ୍ଚିତ୍ର ବ୍ୟତୀତ ସଲମାନ ଖାନଙ୍କ ଆଗାମୀ ଚଳଚ୍ଚିତ୍ର ଗୁଡ଼ିକରେ 'କିସି କା ଭାଇ କିସି କି ଜାନ' ମଧ୍ୟ ଖୁବ୍ ଶୀଘ୍ର ଆସୁଛି । ଏହି ଚଳଚ୍ଚିତ୍ରରୁ ସଲମାନଙ୍କ ଲୁକ୍ ସାମ୍ନାକୁ ଆସିଛି, ଯେଉଁଥିରେ ତାଙ୍କୁ ଲମ୍ବା କେଶରେ ଦେଖିବାକୁ ମିଳିଥିଲା । ସଲମାନ ଖାନଙ୍କ ଲୁକ ଦେଖି ଆପଣ ନିଶ୍ଚିତ ଭାବରେ ଅନୁଭବ କରିବେ ଯେ ଏହା ଶାହରୁଖ ଖାନଙ୍କ 'ପଠାନ' ଚଳଚ୍ଚିତ୍ରର ଲୁକ୍ ଦ୍ୱାରା ଅନୁପ୍ରାଣିତ ହୋଇଛି।
Published by:Soubhagya Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।