News18 Odia Digital
ମୁମ୍ବାଇ: ବଲିଉଡର ଭାଇଜାନ ଅର୍ଥାତ୍ ସଲମାନ ଖାନଙ୍କୁ କୃଷ୍ଣକାୟ ମୃଗ ଶିକାର ମାମଲାରେ ଏକ ବଡ଼ ଆରାମ ମିଳିଛି। ସଲମାନଙ୍କ ଆବେଦନ ଶୁଣାଣି ବେଳେ ରାଜସ୍ଥାନ ହାଇ କୋର୍ଟ ନିମ୍ନ ଅଦାଲତରେ ଚାଲିଥିବା ସମସ୍ତ ମାମଲାର ଶୁଣାଣି କରିବାକୁ ରାଜି ହୋଇଥିଲେ। କିନ୍ତୁ ବର୍ତ୍ତମାନ ଅଭିନେତାଙ୍କ ଅସୁବିଧା ପୁଣି ଥରେ ବୃଦ୍ଧି ପାଇଛି।
ସଲମାନ ଖାନଙ୍କ ବିରୋଧରେ ସମନ ଜାରି କରାଯାଇଛି
ଜଣେ ସାମ୍ବାଦିକଙ୍କ ସହ ଅସଦାଚରଣ ପାଇଁ ବଲିଉଡ ଅଭିନେତା ସଲମାନ ଖାନ ଅନେକ ଯନ୍ତ୍ରଣା ଭୋଗୁଛନ୍ତି। ମୁମ୍ବାଇର ଅନ୍ଧେରୀ ମାଜିଷ୍ଟ୍ରେଟ୍ କୋର୍ଟ ଅଭିନେତା ସଲମାନ ଖାନଙ୍କୁ ଏପ୍ରିଲ ୫ ତାରିଖରେ କୋର୍ଟରେ ହାଜର ହେବାକୁ ଡକାଇଛନ୍ତି।
ସୂଚନା ଅନୁଯାୟୀ, ଆଇପିସିର ଧାରା ୫୦୪ ଓ ୫୦୬ ଅନୁଯାୟୀ ପଞ୍ଜିକୃତ ହୋଇଥିବା ଅପରାଧ ପାଇଁ କୋର୍ଟ ଅଭିନେତାଙ୍କୁ ଡକାଇଛନ୍ତି। ସାମ୍ବାଦିକ ଅଶୋକ ପାଣ୍ଡେଙ୍କ ସହ ଅସଦାଚରଣ ଅଭିଯୋଗରେ ମୁମ୍ବାଇର ଅନ୍ଧେରୀ ମାଜିଷ୍ଟ୍ରେଟ କୋର୍ଟ ବଲିଉଡ ଅଭିନେତା ସଲମାନ ଖାନଙ୍କୁ ନୋଟିସ ଜାରି କରିଛନ୍ତି। ଆଇପିସିର ଧାରା ୫୦୪ ଓ ୫୦୬ ଅନୁଯାୟୀ ପଞ୍ଜିକୃତ ହୋଇଥିବା ମାମଲାରେ ଆସନ୍ତା ମାସରେ ଏପ୍ରିଲ ୫ରେ ସଲମାନ ଖାନଙ୍କୁ କୋର୍ଟରେ ହାଜର ହେବାକୁ କୋର୍ଟ ନିର୍ଦ୍ଦେଶକ ଦେଇଛନ୍ତି।
ସାମ୍ବାଦିକଙ୍କ ସହ ଅସଦାଚରଣ ମାମଲା
ନ୍ୟୁଜ୍ ଏଜେନ୍ସି ANI ଅନୁଯାୟୀ, ଆନ୍ଧେରୀ ମାଜିଷ୍ଟ୍ରେଟ୍ କୋର୍ଟ ବଲିଉଡ ଅଭିନେତା ସଲମାନ ଖାନଙ୍କ ବିରୋଧରେ ପଞ୍ଜୀକୃତ ହୋଇଥିବା ଆକ୍ରମଣ ମାମଲାରେ ହାଜର ହେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ମାମଲା ୨୦୧୯ର ସାମ୍ବାଦିକ ଅଶୋକ ପାଣ୍ଡେଙ୍କ ସହ ଜଡିତ ଥିଲା ଯେତେବେଳେ ସେ ଅଭିନେତାଙ୍କୁ ଅସଦାଚରଣ ଓ ଆକ୍ରମଣ କରିଥିବା ଅଭିଯୋଗ କରିଥିଲେ। ଖବର ମୁତାବକ ସାଇକେଲ ଚଳାଇବା ସମୟରେ ଜଣେ ଟିଭି ସାମ୍ବାଦିକ ଅଭିନେତାଙ୍କ ସୁଟିଂ କରିବାକୁ ଚେଷ୍ଟା କରିଥିଲେ। ଯାହାକୁ ନେଇ ସଲମାନ ରାଗି ଯାଇଥିଲେ।
Published by: Lipina Das
First published: March 23, 2022, 12:00 IST
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।