News18 Odia Digital
Salman Khan Death Threat: ବଲିଉଡର (Bollywood) ଦବଙ୍ଗ ଖାନ ସଲମାନଙ୍କ (Salman Khan) ସମସ୍ୟା କମିବାର ନାଁ ନେଉନାହିଁ। ନିକଟରେ ତାଙ୍କୁ ହତ୍ୟା ଧମକ (Death Threat) ମିଳିଥିଲା। ଯାହାପାଇଁ ସେ ଏକ ବୁଲେଟ ଫ୍ରୁପ୍ କାର କିଣିଥିଲେ। ଇତିମଧ୍ୟରେ ପୁଣି ଥରେ ତାଙ୍କୁ ହତ୍ୟା ଧମକ ମିଳିଛି।
ଆଶ୍ଚର୍ଯ୍ୟଜନକ କଥା ହେଉଛି ଏଥର କଲ୍ କରୁଥିବା ବ୍ୟକ୍ତି ପୋଲିସ୍ କଣ୍ଟ୍ରୋଲ୍ ରୁମରୁ କଲ୍ କରି କହିଛନ୍ତି ଯେ ସେ ଆସନ୍ତା ୩୦ ତାରିଖରୁ ତାଙ୍କୁ ହତ୍ୟା କରିବେ। କଲ କରିଥିବା ବ୍ୟକ୍ତି ନିଜକୁ ରକି ଭାଇ ଏବଂ ସେ ଯୋଧପୁରର ଗାଈରକ୍ଷକ ବୋଲି କହିଛନ୍ତି।
ସୋମବାର ରାତିରେ ପୋଲିସ କଣ୍ଟ୍ରୋଲ ରୁମରୁ ଏହି କଲ ଆସିଥିଲା। ସୋମବାର ରାତି ୯ଟା ସମୟରେ ମୁମ୍ବାଇ ପୋଲିସର କଣ୍ଟ୍ରୋଲ ରୁମରେ ସଲମାନ ଖାନଙ୍କୁ ହତ୍ୟା କରିବାର ଧମକ ଆସିଥିଲା।
ଏହି କଲ୍ ପରେ ପୁଣି ଥରେ ପୋଲିସ ବିଭାଗରେ ଆଲୋଡ଼ନ ସୃଷ୍ଟି ହୋଇଛି। ବର୍ତ୍ତମାନ ମୁମ୍ବାଇ ପୋଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି। ପୋଲିସ ପ୍ରତ୍ୟେକ ଦିଗରୁ ଏହି ଘଟଣାର ଅନୁସନ୍ଧାନ କରୁଛି ଏବଂ କଲ୍ କରୁଥିବା ବ୍ୟକ୍ତିଙ୍କ ନିକଟରେ ପହଞ୍ଚିବାକୁ ଚେଷ୍ଟା କରୁଛି।
ଲରେନ୍ସ ବିଷ୍ଣୋଇ ସଲମାନ ଖାନଙ୍କୁ ଧମକ ଦେଇଥିଲେପୂର୍ବରୁ ସଲମାନ ଖାନଙ୍କୁ ଅନେକ ଥର ଧମକ ମିଳିସାରିଛି। ଗତ ମାସରେ, ଏକ ସାକ୍ଷାତକାରରେ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇ ଖୋଲାଖୋଲି ଭାବେ କହିଥିଲେ ଯେ ସଲମାନ ଖାନଙ୍କୁ ହତ୍ୟା କରିବା ତାଙ୍କର ଉଦ୍ଦେଶ୍ୟ।
ସେ କହିଥିଲେ ଯେ ପିଲାଦିନରୁ ସଲମାନ ଖାନଙ୍କ ପାଇଁ ତାଙ୍କ ମନ କ୍ରୋଧରେ ପରିପୂର୍ଣ୍ଣ। ଏହି ସମୟରେ ଲରେନ୍ସ ଏହା ମଧ୍ୟ କହିଥିଲେ ଯେ ସଲମାନ ଖାନ ଆମ ଅଞ୍ଚଳକୁ ଆସି ଏକ କୃଷ୍ଣକାୟ ମୃଗକୁ ହତ୍ୟା କରିଥିଲେ ଏବଂ ଏଥି ପାଇଁ କ୍ଷମା ମଧ୍ୟ ମାଗି ନାହାଁନ୍ତି। ଏବେ ତାଙ୍କୁ ବିକାନେରରେ ଥିବା ଆମ ମନ୍ଦିରକୁ ଯାଇ କ୍ଷମା ମାଗିବାକୁ ପଡ଼ିବ। ଯଦି ସେ ତାହା କରନ୍ତି ନାହିଁ, ମୁଁ ଏକ ଠୋସ୍ ଉତ୍ତର ଦେବି।
ପଢ଼ନ୍ତୁ ଏହି ଖବର: Narmada Mata ନର୍ମଦା ନଦୀରେ ଚାଲିଲେ ନର୍ମଦା ଦେବୀ; ଭାଇରାଲ ଭିଡିଓ କଲା ସମସ୍ତଙ୍କୁ ଆଶ୍ଚର୍ଯ୍ୟସଲମାନ ଖାନଙ୍କୁ ଏକ ଧମକପୂର୍ଣ୍ଣ ଇମେଲ ମଧ୍ୟ ମିଳିଥିଲାଲରେନ୍ସଙ୍କ ଏହି ଧମକ ପରେ ସଲମାନ ଖାନଙ୍କୁ ଏକ ଧମକପୂର୍ଣ୍ଣ ଇମେଲ ମଧ୍ୟ ମିଳିଥିଲା। ଏହି ଇମେଲରେ ଏହା ଲେଖାଯାଇଥିଲା, 'ଗୋଲ୍ଡି ବ୍ରଙ୍କ ସହ ସଲମାନ ଖାନଙ୍କୁ କଥା ହେବାକୁ ପଡ଼ିବ। ଆପଣ ନିଶ୍ଚିତ ଭାବରେ ଲରେନ୍ସ ବିଷ୍ଣୋଇଙ୍କ ସାକ୍ଷାତକାର ଦେଖିଥିବେ। ଯଦି ତୁମେ ଏହା ଦେଖିନାହଁ ତେବେ ମୁଁ ଦେଖାଇ ଦେବି। ଯଦି ତୁମେ ମାମଲା ବନ୍ଦ କରିବାକୁ ଚାହୁଁଛ, ତେବେ ମାମଲା ସମାପ୍ତ କର। ଯଦି ଆପଣ ମୁହାଁମୁହିଁ କଥା ହେବାକୁ ଚାହାଁନ୍ତି ତେବେ ମୋତେ କୁହନ୍ତୁ। ବର୍ତ୍ତମାନ ଏହା ଠିକ ସମୟରେ ସୂଚିତ କରାଯାଇଛି, ପରବର୍ତ୍ତୀ ସମୟରେ କେବଳ ଝଟକା ଲାଗିବ।’’
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।