‘ଦୋସ୍ତ ହୋ ତୋ ଏସା'; ଆମୀରଙ୍କୁ ନିଜର ଖାସ୍ ଜିନିଷ ଉପହାରରେ ଦେଲେ ଭାଇଜାନ

Salman-Aamir Khan Friendship: ଇଦର ସ୍ପେଶାଲ ଫଟୋ ପରେ ଏବେ ଭାଇରାଲ ହେଉଛି ଆମୀର ଖାନଙ୍କ ଏକ ଭିଡିଓ। ଯେଉଁଥିରେ ଫ୍ୟାନ୍ସଙ୍କୁ ଦେଖିବାକୁ ମିଳିଲା ଖାସ୍ ଜିନିଷ।

ଆମୀରଙ୍କୁ ନିଜର ଖାସ୍ ଜିନିଷ ଉପହାରରେ ଦେଲେ ସଲମାନ

ଆମୀରଙ୍କୁ ନିଜର ଖାସ୍ ଜିନିଷ ଉପହାରରେ ଦେଲେ ସଲମାନ

  • News18 Odia
  • Last Updated :
  • Odisha (Orissa), India
  • Share this:
New18 Odia Digital

Salman-Aamir Khan Friendship: ବଲିଉଡର (Bollywood) ଭାଇଜାନ ସଲମାନ ଖାନ (Salman Khan) ବିର୍ତ୍ତମାନ ନିଜର ଫିଲ୍ମ ‘କିସି କା ଭାଇ କିସି କି ଜାନ’କୁ ନେଇ ଚର୍ଚ୍ଚାରେ ଅଛନ୍ତି। ଇତିମଧ୍ୟରେ ଇଦର (Eid 2023) ଶୁଭେଚ୍ଛା ମଧ୍ୟ ଫ୍ୟାନ୍ସଙ୍କୁ ଜଣାଇଥିଲେ। ଏହାସହ ଫ୍ୟାନ୍ସଙ୍କୁ ଜବରଦସ୍ତ ସରପ୍ରାଇଜ୍ ଦେଇ ଚର୍ଚ୍ଚାରେ ଭାଇଜାନ।

ଦୀର୍ଘ ବର୍ଷର ଶତ୍ରୁତା ପରେ ଏବେ ସଲମାନ ଓ ବଲିଉଡର ମିଷ୍ଟର ପରଫେକ୍ସନିଷ୍ଟ ଆମୀର ଖାନଙ୍କ (Aamir Khan) ସହ ପୁଣି ଦୋସ୍ତି କରିଛନ୍ତି। ଆଉ ଇଦ ଅବସରରେ ଆମୀରଙ୍କ ସହ ଫଟୋ ପୋଷ୍ଟ କରି ନିଜ ବନ୍ଧୁତ୍ବର ସାକ୍ଷୀ ମଧ୍ୟ ଦେଇଛନ୍ତି।

ଏହି ଫଟୋ ପରେ ଆମୀର ଖାନଙ୍କ ଏକ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି। ଯାହାକୁ ଦେଖି ଫ୍ୟାନ୍ସ ସଲମାନଙ୍କ ବନ୍ଧୁତ୍ବକୁ ନେଇ ବେଶ୍ ପ୍ରଶଂସା କରୁଥିବାର ନଜର ଆସୁଛନ୍ତି।

କଥାଟି ହେଲା ଯେ ନିଜ ଦୋସ୍ତି ପକ୍କା କରିବା ପାଇଁ ସଲମାନ ନିଜର ସବୁଠାରୁ ମୂଲ୍ୟବାନ ଜିନିଷକୁ 'ବନ୍ଧୁତାର ଉପହାର' ଭାବରେ ଦେଇଥିଲେ? ପ୍ରଶଂସକମାନେ କହିଛନ୍ତି'ଦୋସ୍ତ ହୋ ତୋ ଏସା'।




ସଲମାନ୍‌ ଏବଂ ଆମୀର ଖାନ୍‌ଙ୍କ ଇଦ୍ ଖାସର ଫଟୋ ପରେ ଆମୀରଙ୍କର ଆଉ ଏକ ଭିଡିଓ ସାମ୍ନାକୁ ଆସିଛି ଯେଉଁଥିରେ ପ୍ରଶଂସକମାନେ ସଲମାନ ଓ ଆମୀରଙ୍କ ବନ୍ଧୁତ୍ୱକୁ ଦେଖିଛନ୍ତି।

ସଲମାନ୍‌ ଖାନ୍‌ ଓ ଆମୀର ଖାନ୍‌ଙ୍କର ଖାସ୍ ଇଦ୍‌

ସଲମାନ୍‌ ଇନଷ୍ଟାଗ୍ରାମରେ ଏକ ଫଟୋ ସେୟାର କରିଥିଲେ ପ୍ରଶଂସକମାନଙ୍କୁ ଇଦ୍‌ର ଅଭିନନ୍ଦନ ଜଣାଇଥିଲେ। ଏହି ଫଟୋଟିରେ ସଲମାନ ଆମୀର ଖାନ୍‌ଙ୍କ ସହ ନଜର ଆସିଥିଲେ। ଫଟୋଟି ସେୟାର କରିବାବେଳେ ସଲମାନ ଖାନ ଲେଖିଥିଲେ, 'ଚାନ୍ଦ ମୁବାରଖ'।

ଏହି ବିଶେଷ ଫଟୋରୁ ସ୍ପଷ୍ଟ ଜଣାପଡୁଛି ଯେ ସଲମାନ ଏବଂ ଆମୀରଙ୍କ ମଧ୍ୟରେ ବନ୍ଧୁତା ଗମ୍ଭୀର ହୋଇଛି ତେଣୁ ଉଭୟ ଏକତ୍ର ହୋଇ ଇଦ୍ ପାଳନ କରିଛନ୍ତି। ତେବେ ଏହି ଫଟୋ ଉପରେ ମନ୍ତବ୍ୟ ଦେଇ ଅନେକ ଲୋକ ଏହାକୁ 'ବେଷ୍ଟ ଇଦ୍‌' ବୋଲି କହିଥିଲେ।

ପଢ଼ନ୍ତୁ ଏହି ଖବର: ୫୦ ବର୍ଷରେ ମାଷ୍ଟରବ୍ଲାଷ୍ଟର; ସଚିନଙ୍କ ଏହି ରେକର୍ଡକୁ ଭାଙ୍ଗିନାହାଁନ୍ତି କୌଣସି କ୍ରିକେଟର

ସେହିପରି ଆମୀର ସେୟାର କରିଥିବା ଭିଡିଓରେ ତାଙ୍କ ହାତରେ ସଲମାନଙ୍କ ବ୍ଲୁ ବ୍ରେସଲେଟ୍ ଦେଖିବାକୁ ମିଳିଥିଲା।

ଆମୀର ସଲମାନଙ୍କ ଭଉଣୀ ଅର୍ପିତା ଖାନ ଏବଂ ଆୟୁଷ ଶର୍ମାଙ୍କ ସହ ଇଦ୍ ପାର୍ଟିରେ ଏନଜୟ କରିଥିଲେ। ସେଠାରେ ପ୍ରବେଶ କରିବା ପୂର୍ବରୁ ଆମୀର ଖାନ୍‌ ମିଡ଼ିଆ କ୍ୟାମେରାରେ ନଜର ଆସିଥିଲେ।
Published by:Lipina Das
First published: