ସଲମାନଙ୍କୁ ମିଳିଲା ବନ୍ଧୁକ ଲାଇସେନ୍ସ,
- News18 Odia
- Last Updated :
- Guntakal
News 18 Odia Digital
ମୁମ୍ବାଇ: ନିଜ ସୁରକ୍ଷା ପାଇଁ ପାଖରେ ବନ୍ଧୁକ ରଖି ପାରିବେ ବଲିଉଡର ଦବଙ୍ଗ ଖାନ। ମୁମ୍ବାଇ ପୋଲିସ୍ ପକ୍ଷରୁ ତାଙ୍କୁ ମିଳିଛି ଗ୍ରୀନ୍ ସିଗନାଲ। ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ପକ୍ଷରୁ ହତ୍ୟା ଧମକ ମିଳିବା ପରେ ବନ୍ଧୁକ ଲାଇସେନ୍ସ ପାଇଁ ମୁମ୍ବାଇ ପୋଲିସ୍ ଦ୍ୱାରସ୍ଥ ହୋଇଥିଲେ ସଲମାନ୍ ଖାନ। ଗତ ଜୁନ୍ ମାସରେ ମୁମ୍ବାଇର ବାନ୍ଦ୍ରା ବ୍ୟାଣ୍ଡଷ୍ଟାଣ୍ଡ ପ୍ରୋମେନେଡ ନିକଟରେ ଏକ ଚିଠି ମିଳିଥିଲା। ସେହି ଚିଠିରେ ସଲମାନ୍ ଓ ତାଙ୍କ ପିତା ସଲିମ ଖାନଙ୍କୁ ହତ୍ୟା ଧମକ ମିଳିଥିଲା । ହିନ୍ଦୀ ଭାଷାରେ ଲେଖା ଯାଇଥିବା ଏହି ଚିଠିରେ ଉଲ୍ଲେଖ ଥିଲା ଯେ ଉଭୟ ସଲମାନ୍ ଖାନ ଓ ତାଙ୍କ ବାପା ସଲିମ୍ ଖାନ୍ ଖୁବ୍ ଶୀଘ୍ର ଗାୟକ ସିଦ୍ଧୁ ମୁସେୱାଲାଙ୍କ ପରି ସମାନ ଅବସ୍ଥା ଭୋଗିବେ।
ଏହାପରେ ସଲମାନ୍ ବନ୍ଧୁକ ରଖିବା ଲାଗି ଲାଇସେନ୍ସ ପାଇଁ ମୁମ୍ବାଇ ପୁଲିସ୍ ପାଖରେ ଆବେଦନ କରିଥିଲେ । ଗତ ମାସ ମୁମ୍ବାଇ ପୋଲିସ କମିଶନର ବିବେକ ବଂଶଲକରଙ୍କୁ ଭେଟି ଏନେଇ ସେ ଆଲୋଚନା ମଧ୍ୟ କରିଥିଲେ । ପରେ ପୋଲିସ ପକ୍ଷରୁ ଆବଶ୍ୟକୀୟ ଯାଞ୍ଚ କରାଯାଇ ତାଙ୍କୁ ଲାଇସେନ୍ସ ପ୍ରଦାନ କରାଯାଇଥିବା ମୁମ୍ବାଇ ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି
ଏହାବ୍ୟତୀତ ସଲମାନ ମଧ୍ୟ ତାଙ୍କ ଗାଡିକୁ ଅପଗ୍ରେଡ୍ କରିଛନ୍ତି ବୋଲି ଖବର ରହିଛି। ତାଙ୍କ କାର ଟୟୋଟା ଲ୍ୟାଣ୍ଡ କ୍ରୁଜରରେ କିଛି ଆର୍ମସ୍ ସହିତ କାର ବୁଲେଟ ପ୍ରୁଫ ତିଆରି କରିଛନ୍ତି। ଅର୍ଥାତ୍ ସଲମାନଙ୍କ କାର୍ ବର୍ତ୍ତମାନ ବୁଲେଟ୍ ପ୍ରୁଫ୍ ।
Published by:Soumyashree Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।