ହୋମ୍ » ଓଡ଼ିଶା ନ୍ୟୁଜ୍ » ଏଣ୍ଟରଟେନମେଣ୍ଟ»ରିଲିଜ ପୂର୍ବରୁ IMDBରେ ଟପରେ ରହିଲା ସଲମାନ ଖାନଙ୍କ ଫିଲ୍ମ ‘ଅନ୍ତିମ’

ରିଲିଜ ପୂର୍ବରୁ IMDBରେ ଟପରେ ରହିଲା ସଲମାନ ଖାନଙ୍କ ଫିଲ୍ମ ‘ଅନ୍ତିମ’

ଆଗକୁ ଆସୁଛି ସଲମାନ ଖାନ ଓ ଆୟୁଷ ଶର୍ମାଙ୍କ ଫିଲ୍ମ ‘ଅନ୍ତିମ : ଦ ଫାଇନାଲ ଟ୍ରୁଥ୍’। ଏହାକୁ ନେଇ ଦର୍ଶକଙ୍କ ମଧ୍ୟରେ ଉତ୍ସାହ ଖେଳିଯାଇଛି। ଖୁବ ଶୀଘ୍ର ଏହି ଫିଲ୍ମ ରିଲିଜ ହେବ।

ରିଲିଜ ପୂର୍ବରୁ IMDBରେ ଟପରେ ରହିଲା ସଲମାନ ଖାନଙ୍କ ଫିଲ୍ମ ‘ଅନ୍ତିମ’
ଆଗକୁ ଆସୁଛି ସଲମାନଙ୍କ ଖାନଙ୍କ ଅନ୍ତିମ ଚଳଚ୍ଚିତ୍ର (ପ୍ରତୀକାତ୍ମକ ଛବି)
  • News18 Odia
  • Last Updated: October 18, 2021, 12:07 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News 18 Odia Digital

ନୂଆ ଦିଲ୍ଲୀ : ଅନେକ ସିନେପ୍ରେମୀ ସଲମାନ ଖାନଙ୍କ ପ୍ରୋଜେକ୍ଟକୁ ଚାହିଁ ବସିଥାନ୍ତି। ପରଦାକୁ ସଲମାନଙ୍କ ଫିଲ୍ମ ଆସିବା ମାତ୍ରେ ସେମାନେ ଖୁସିରେ ଆତ୍ମହରା ହୋଇପଡନ୍ତି। ଆଗକୁ ଆସୁଛି ସଲମାନ ଖାନ ଓ ଆୟୁଷ ଶର୍ମାଙ୍କ ଫିଲ୍ମ ‘ଅନ୍ତିମ : ଦ ଫାଇନାଲ ଟ୍ରୁଥ୍’। ଏହାକୁ ନେଇ ଦର୍ଶକଙ୍କ ମଧ୍ୟରେ ଉତ୍ସାହ ଖେଳିଯାଇଛି। ଖୁବ ଶୀଘ୍ର ଏହି ଫିଲ୍ମ ରିଲିଜ ହେବ। ତେବେ ବର୍ତ୍ତମାନ ଏହି ଫିଲ୍ମ ଆଇଏମଡିବିରେ ସବୁଠାରୁ ବହୁ ପ୍ରତୀକ୍ଷିତ ଫିଲ୍ମ ତାଲିକାରେ ପ୍ରଥମ ସ୍ଥାନ ଅଧିକାର କରିଛି। ଆଇଏମଡିବିର ରିୟଲ ଟାଇମ ପପୁଲାରିଟି ମିଟର ପେଜ ଭ୍ୟୁଜ ଅନୁସାରେ ପାଖାପାଖି ୧୫% ସ୍କୋର ଟ୍ରାକ କରିଛି।

ଏହା ସାଧାରଣ ଭାବରେ ଏକ ବଡ଼ ସଂଖ୍ୟା ହୋଇଥିବା ବେଳେ ପ୍ରଶଂସକ ଏବଂ ଦର୍ଶକମାନଙ୍କ ମଧ୍ୟରେ ଫିଲ୍ମ ପାଇଁ ଏକ ଉତ୍ସୁକତାର ଉଲ୍ଲେଖନୀୟ ଓ ଉଚ୍ଚସ୍ତରୀୟ ସଙ୍କେତ ମଧ୍ୟ। ବର୍ତ୍ତମାନ ପର୍ଯ୍ୟନ୍ତ ନିର୍ମାତା କେବଳ ସଲମନ ଖାନଙ୍କର ଫିଲ୍ମ ‘ଅନ୍ତିମ : ଦ ଫାଇନାଲ୍‌ ଟ୍ରୁଥ୍’ର ଏକ ଉଲ୍ଲାସପୂର୍ଣ୍ଣ ଉତ୍ସବ ଟ୍ରାକ ଓ ମୋଶନ ପୋଷ୍ଟର ଜାରି କରିଛନ୍ତି। ଏହା ଦର୍ଶକମାନଙ୍କ ଦ୍ୱାରା ଭଲ ଭାବେ ସ୍ୱାଗତ କରାଯାଇଥିବା ବେଳେ ଏହି ପୋଷ୍ଟର ଦର୍ଶକମାନଙ୍କ ଧ୍ୟାନ ଆକର୍ଷଣ କରିବା ସହିତ ସମୀକ୍ଷାର ଏକ ଉଚ୍ଚ ସ୍ତର ହାସଲ କରିଛି।

ଏହି ଫିଲ୍ମରେ ସଲମାନଙ୍କ ସହିତ ଆୟୁଷ ଶର୍ମା ମଧ୍ୟ ଅଭିନୟ କରିଛନ୍ତି। ଉଭୟ ବହୁତ ଅଦ୍ଭୁତ ଦେଖାଯାଉଥିଲେ ମଧ୍ୟ ଆକର୍ଷଣୀୟ ଲାଗୁଛନ୍ତି। ପୂର୍ବରୁ ଏହାର ଗୀତ ରିଲିଜ ହୋଇସାରିଥିବା ବେଳେ ବର୍ତ୍ତମାନ ଏହାର ମୋଶନ ପୋଷ୍ଟର ଦର୍ଶକମାନଙ୍କ ମଧ୍ୟରେ ଶୋ-ଷ୍ଟପର ହୋଇଯାଇଛି। ଏହି ଫିଲ୍ମ ଚଳିତ ବର୍ଷ ନଭେମ୍ବର ୨୬ରେ ପ୍ରେକ୍ଷାଳୟରେ ରିଲିଜ୍ ହେବା ନେଇ ପ୍ରସ୍ତୁତି ଚାଲିଛି। ଏହି ଫିଲ୍ମକୁ ମହେଶ ମାଞ୍ଜରେକର ନିର୍ଦ୍ଦେଶନା କରିଥିବା ବେଳେ ସଲମା ଖାନ ଦ୍ୱାରା ନିର୍ମିତ ଓ ସଲମାନ ଖାନ ଫିଲ୍ମ୍ସ ଦ୍ୱାରା ପ୍ରସ୍ତୁତ ହେଉଛି।

ଏହି ଫିଲ୍ମ ୨୦୧୮ରେ ରିଲିଜ ହୋଇଥିବା ମରାଠୀ ଫିଲ୍ମ ‘ମୁଲ୍ଶୀ’ ଉପରେ ଆଧାରିତ। ପୂର୍ବରୁ ନିର୍ଦ୍ଦେଶକ ମାଞ୍ଜରେକର କହିଥିଲେ ଯେ କରୋନାର ଦ୍ୱିତୀୟ ଲହରକୁ ଆଖି ଆଗରେ ରଖି ଏହାର ରିଲିଜ ତାରିଖକୁ ଘୁଞ୍ଚା ଯାଇଥିଲା। ଜାରି ହୋଇଥିବା ମୋଶନ ପୋଷ୍ଟରରେ ସଲମାନ ଖାନ ଶିଖ ଲୁକରେ ନଜର ଆସୁଛନ୍ତି। ଦୀର୍ଘ ଦିନର ଅବଧି ପରେ ସଲମାନଙ୍କୁ ଏହି ଫିଲ୍ମ ମାଧ୍ୟମରେ ଜଣେ ଶିଖ ଭୂମିକାରେ ଦେଖିବାକୁ ମିଳିବ।
Published by: Soumya Das
First published: October 18, 2021, 12:07 PM IST