ଡେଙ୍ଗୁରେ ଆକ୍ରାନ୍ତ ହେଲେ ଅଭିନେତା ସଲମାନ ଖାନ; ଏହି ସପ୍ତାହ ହୋଷ୍ଟ କରିବେନି ବିଗ୍ ବସ୍ ୧୬

ବଲିଉଡର ଭାଇଜାନ୍‌ ଡେଙ୍ଗୁରେ ଆକ୍ରାନ୍ତ। ଏଥିପାଇଁ ଆସନ୍ତା କିଛି ସପ୍ତାହ ବିଗ୍ ବସ୍ -୧୬ ହୋଷ୍ଟ କରିବେ ନାହିଁ ସେ।

ଡେଙ୍ଗୁରେ ଆକ୍ରାନ୍ତ ହେଲେ ଅଭିନେତା ସଲମାନ୍ ଖାନ୍

ଡେଙ୍ଗୁରେ ଆକ୍ରାନ୍ତ ହେଲେ ଅଭିନେତା ସଲମାନ୍ ଖାନ୍

  • News18 Odia
  • Last Updated :
  • New Delhi, India
  • Share this:
News 18 Odia Digital

ମୁମ୍ବାଇ: ବଲିଉଡର ଭାଇଜାନ୍‌ ଡେଙ୍ଗୁରେ ଆକ୍ରାନ୍ତ। ଏଥିପାଇଁ ଆସନ୍ତା କିଛି ସପ୍ତାହ ବିଗ୍ ବସ୍ -୧୬ ହୋଷ୍ଟ କରିବେ ନାହିଁ । ଅଭିନେତା ସଲମାନଙ୍କ ଅନୁପସ୍ଥିତିରେ କରନ ଜୋହର ବର୍ତ୍ତମାନ ଏହି ଶୋ ହୋଷ୍ଟ କରିବେ ବୋଲି ମଧ୍ୟ ଖବର ରହିଛି। ଗତ ଦୁଇ ସପ୍ତାହ ମଧ୍ୟରେ ସଲମାନ ଖାନ ତାଙ୍କର ଆଗାମୀ ଚଳଚ୍ଚିତ୍ର 'କିସି କା ଭାଇ କିସି କି ଜାନ'ର ସୁଟିଂ କରୁଥିଲେ। କ୍ରୁ ବର୍ତ୍ତମାନ ଚଳଚ୍ଚିତ୍ରର ଅନ୍ୟ କାଷ୍ଟଙ୍କ ସହ ସୁଟିଂ କରୁଛନ୍ତି ଏବଂ ସୁସ୍ଥ ହେବା ପରେ ସଲମାନ ଖାନ ସେମାନଙ୍କ ସହ ଯୋଗଦେବେ ବୋଲି ଆଶା କରାଯାଉଛି।

ଏପର୍ଯ୍ୟନ୍ତ ସଲମାନ ଖାନ କିମ୍ବା ନିର୍ମାତାଙ୍କ ବିଷୟରେ କୌଣସି ସଠିକ୍ ସୂଚନା ପ୍ରକାଶ କରାଯାଇ ନାହିଁ। ସୂଚନା ଅନୁଯାୟୀ କଲର୍ସ କରନଙ୍କୁ ଏକ ବଡ ଅଫର ଦେଇଥିଲେ। ଯାହାକୁ ସେ ମନା କରିପାରି ନାହାନ୍ତି। ଅର୍ଥାତ୍ ଶୋ’ର ଆୟୋଜନ ପାଇଁ ତାଙ୍କୁ ବହୁ ପରିମାଣର ଅର୍ଥ ଦେଇଛନ୍ତି। ଗତ ବର୍ଷ କରନ ଜୋହର ବିଗ୍ ବସ୍ OTT ର ପ୍ରଥମ ସିଜନ୍ ଆୟୋଜନ କରି ସମସ୍ତଙ୍କୁ ମନୋରଞ୍ଜନ କରିଥିଲେ। ସେ OTT ର ସମସ୍ତ ଏପିଶୋଡ ହୋଷ୍ଟ କରିଥିଲେ, ଯାହା ଭୁଟରେ ଷ୍ଟ୍ରିମ୍ ହୋଇଥିଲା। କରନ ବିଗ୍ ବସ୍ ୧୬ର ଏକ ସ୍ୱତନ୍ତ୍ର ଏପିସୋଡ୍ ପାଇଁ ସୁଟିଂ କରିଛନ୍ତି କାରଣ ଅଭିନେତା ସଲମାନ୍ ମଧ୍ୟ ସୁଟିଂ କରିପାରନ୍ତି ନାହିଁ।
Published by:Soumyashree Mishra
First published: