ଅମିତାଭ ବଚ୍ଚନଙ୍କଠୁ ଏମିତି କଥା ଶୁଣି ଲାଜେଇ ଗଲେ ବଲିଉଡର ଭାଇଜାନ୍ ସଲମାନ ଖାନ

Amitabh Bachchan Advise to Salman Khan: ଫେମସ ହୋଷ୍ଟିଂ ଷ୍ଟାର ମନୀଷ ପଲ ସୋସିଆଲ ମିଡ଼ିଆରେ ବ୍ୟାଙ୍ଗ ଟୁରର ଏକ ଭିଡିଓ ଶେୟାର କରିଛନ୍ତି। ଯେଉଁଥିରେ ଅମିତାଭ ବଚ୍ଚନ ସଲମାନ ଖାନଙ୍କୁ ଏକ ପରାମର୍ଶ ଦେଉଥିବାର ନଜର ଆସୁଛନ୍ତି।

ଅମିତାଭ ବଚ୍ଚନଙ୍କଠୁ ଏମିତି କଥା ଶୁଣି ଲାଜେଇ ଗଲେ ବଲିଉଡର ଭାଇଜାନ୍ ସଲମାନ ଖାନ

ଅମିତାଭ ବଚ୍ଚନଙ୍କଠୁ ଏମିତି କଥା ଶୁଣି ଲାଜେଇ ଗଲେ ବଲିଉଡର ଭାଇଜାନ୍ ସଲମାନ ଖାନ

  • Share this:
News18 Odia Digital

ମୁମ୍ବାଇ: ବଲିଉଡ ସୁପରଷ୍ଟାର ସଲମାନ ଖାନ ଡିସେମ୍ବରରେ ଦ-ବ୍ୟାଙ୍ଗ ଟୁର୍ ରିଲୋଡ୍ ପାଇଁ ରିୟାଦ ଯାଇଥିଲେ । ଯେଉଁଠାରେ ଅନେକ ସେଲିବ୍ରିଟ୍ ତାଙ୍କ ସହିତ ଏହି ଟୁରର ଏକ ଅଂଶ ହୋଇଥିଲେ । ଏହି ଇଭେଣ୍ଟର ଅନେକ ଭିଡିଓ ଓ ଫଟୋ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଥିଲା । ଅଭିନେତା ମନୀଷ ପଲ ମଧ୍ୟ ସଲମାନ ଖାନଙ୍କ ସହ ଯାଇଥିଲେ। ମନୀଷ ତାଙ୍କ ୟୁଟ୍ୟୁବ୍ ଚ୍ୟାନେଲରେ ଏହି ଟୁରର ଏକ ଭିଡିଓ ଶେୟାର କରିଛନ୍ତି, ଯେଉଁଥିରେ ସେ ବ୍ୟାକ୍ ଷ୍ଟେଜ୍ ଠାରୁ ଇଭେଣ୍ଟରେ ମଜା ପର୍ଯ୍ୟନ୍ତ ପ୍ରଶଂସକଙ୍କ ସମସ୍ତ ଝଲକ ଦେଖାଇଛନ୍ତି।

ଏହି ଇଭେଣ୍ଟରେ ସଲମାନ ଖାନଙ୍କ ସହ ପ୍ରଭାସ ଦେବ, ଶିଳ୍ପା ଶେଟ୍ଟୀ, ଆୟୁଷ ଶର୍ମା ଓ ସାଇ ମାଞ୍ଜେରେକର ଅଭିନୟ କରିଥିଲେ। ଏହା ସହିତ ସୁନୀଲ ଗ୍ରୋଭର ମଧ୍ୟ ଏହି ଇଭେଣ୍ଟର ଏକ ଅଂଶ ହୋଇଥିଲେ। ମନୀଷ ତାଙ୍କ ଭିଡିଓରେ ସୁନୀଲ ଗ୍ରୋଭରଙ୍କ ସ୍କିଟର ଏକ ଅଂଶ ମଧ୍ୟ ଶେୟାର କରିଛନ୍ତି ଯେଉଁଥିରେ ସଲମାନ ଖାନ ବ୍ଲସ୍ କରୁଥିବାର ଦେଖାଯାଉଛନ୍ତି।

ଅମିତା ବଚ୍ଚନ ସାଜିଥିଲେ ସୁନୀଲ ଗ୍ରୋଭର

ଭିଡିଓରେ ମନୀଷ ପଲ ଅମିତାଭ ବଚ୍ଚନଙ୍କୁ ଡାକୁଛନ୍ତି। ଯାହା ପରେ ସୁନୀଲ ଗ୍ରୋଭର ବିଗ୍ ବି ରୂପରେ ଆସି ସଲମାନ ଖାନଙ୍କ ସହ ମଜାମସ୍ତି କରୁଥିବାର ଦେଖାଯାଉଛନ୍ତି। କୌନ ବାନେଗା କରୋଡପାତି ଗେମ୍ ଶୈଳୀରେ ସେ ସଲମାନ ଖାନଙ୍କୁ କହିଛନ୍ତି ଯେ ବିବାହ କଥା ଶୁଣିବା ମାତ୍ରେ ଆପଣଙ୍କ ସହିତ କ’ଣ ହେଉଛୁ? ଜଲଦି ବିବାହ କରନ୍ତୁ । ତାଙ୍କର ଏହି କଥା ଶୁଣି ସଲମାନ ଖାନ ବ୍ଲସ୍ କରିବା ଆରମ୍ଭ କରୁଛନ୍ତି ।

ଭିଡିଓ ଶେଷରେ ମନୀଷ ପଲ କହିଛନ୍ତି ଯେ ଦ-ବ୍ୟାଙ୍ଗ ଟୁର ବହୁତ ମଜାଦାର ଥିଲା। ରିୟାଦର ଲୋକଙ୍କ ଠାରୁ ବହୁତ ଭଲ ପାଇବା ପାଇଛୁ।

ଏହି ଇଭେଣ୍ଟରେ ସଲମାନ ଖାନ ମେନ୍ ପ୍ୟାର କିୟା, ହମ୍ ଆପକେ ହୈଁ କୌନ, ମୁଝସେ ଶାଦୀ କରୋଗେ ଓ କିକ୍ ଫିଲ୍ମର ଅନେକ ଗୀତରେ ଡ୍ୟାନ୍ସ କରିଥିଲେ । ସଲମାନ ଖାନଙ୍କ ଅଭିନୟ ଦେଖିବା ପରେ ପ୍ରଶଂସକମାନେ ପାଗଳ ହୋଇ ଉଠିଥିଲେ । ତାଙ୍କ ଅଭିନୟର ଭିଡିଓ ସୋସିଆଲ ମିଡ଼ିଆରେ ବହୁତ ଭାଇରାଲ ହୋଇଥିଲା।

ଯଦି ସଲମାନଙ୍କ କାମ ବିଷୟରେ କଥା ହେବା ତାହାଲେ ଆଜିକାଲି ରିୟାଲିଟି ସୋ ବିଗ୍ ବସ୍ ୧୫ର ହୋଷ୍ଟିଂ କରୁଥିବା ଦେଖିବାକୁ ମିଳୁଛି।
Published by:Lipina Das
First published: