ଜାଣନ୍ତୁ ଭାଇଜାନଙ୍କ ଫେଭରେଟ୍ ସାଉଥ ଆକ୍ଟରଙ୍କ ବିଷୟରେ
News18 Odia Digital
ମୁମ୍ବାଇ: ଡିସେମ୍ବର ୨୭ ଅର୍ଥାତ୍ ଆଜି ବଲିଉଡ ସୁପରଷ୍ଟାର, ଭାଇଜାନ, ସଲୁ ମିଆଁ ସଲମାନ ଖାନ ୫୬ତମ ଜନ୍ମ ଦିନ । ସାରା ବିଶ୍ୱରେ ତାଙ୍କ ଫ୍ୟାନ୍ସ ଭାଇଜାନକୁ ନିଜ ହୃଦୟରେ ଅଭିନନ୍ଦନ ଜଣାଉଛନ୍ତି । ପୂର୍ବ ଦିନ ଏହି ଖବର ଆସିଥିଲା ଯେ ପନଭେଲ ଫାର୍ମହାଉସରେ ଦବଙ୍ଗ ଖାନଙ୍କୁ ସାପ କାମୁଡ଼ିଥିଲା, ପରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।
ତେବେ ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଭଲ ଅଛି ଓ ନିକଟରେ ସେ ପ୍ରଶଂସକଙ୍କ ସାମ୍ନାରେ ଏକ ଝଲକ ମଧ୍ୟ ଫ୍ୟାନ୍ସଙ୍କ ପାଇଁ ପୋଷ୍ଟ କରିଛନ୍ତି। ଆପଣ ସମସ୍ତେ ସଲମାନଙ୍କ ପ୍ରଶଂସକଙ୍କ ବିଷୟରେ ଜାଣିଛନ୍ତି କିନ୍ତୁ ଆପଣ ଜାଣନ୍ତି କି ତାଙ୍କର ପ୍ରିୟ ସାଉଥ ସୁପରଷ୍ଟାର କିଏ?
ଯେହେତୁ ଷ୍ଟାରଙ୍କ ପ୍ରଶଂସକମାନେ ତାଙ୍କର ପ୍ରତ୍ୟେକ ପସନ୍ଦ ଓ ନାପସନ୍ଦ ବିଷୟରେ ଜାଣିବାକୁ ଚାହାଁନ୍ତି ଓ ଏହି ଆର୍ଟିକିଲରେ ଆମେ ଭାଇଜାନଙ୍କ ପ୍ରିୟ ଦକ୍ଷିଣ ଭାରତୀୟ ତାରକା ବିଷୟରେ ସୂଚନା ଦେବାକୁ ଯାଉଛୁ ।
କଲିଉଡ ଏହି ସୁପରଷ୍ଟାରଙ୍କୁ ପସନ୍ଦ କରନ୍ତି ସଲମାନ ଖାନ
ଅନେକ ଲୋକ ଭାବିବେ ଯେ ସଲମାନଙ୍କ ପ୍ରିୟ ଦକ୍ଷିଣ ଭାରତୀୟ ସୁପରଷ୍ଟାର ହେଉଛନ୍ତି ମେଗାଷ୍ଟାର ଥାଲାଇଭା ତଥା ରଜନୀକାନ୍ତ ଯାହାକୁ ସିନେମାର ଭଗବାନ ମଧ୍ୟ କୁହାଯାଏ । କିନ୍ତୁ ସଲୁ ଭାଇଙ୍କର ପ୍ରିୟ ତାରକା ନା ରଜନୀ, ନା ରାମ ଚରଣ, ନା ମହେଶ ବାବୁ ନା ଜୁନିୟର ଏନଟିଆର।
ସେ ଏହି ସୁପରଷ୍ଟାରମାନଙ୍କୁ ପସନ୍ଦ କରନ୍ତି କିନ୍ତୁ ସେମାନଙ୍କ ମଧ୍ୟରୁ କେହି ମଧ୍ୟ ସେମାନଙ୍କର ପ୍ରିୟ ନୁହଁନ୍ତି । ତେବେ ସଲମାନଙ୍କ ପ୍ରିୟ ତାରକା ଟଲିଉଡର ନୁହେଁ ବରଂ କଲିଉଡର ଓ ତାଙ୍କ ନାମ ଅଜିତ କୁମାର, ଯିଏ ନିଜ ପ୍ରଶଂସକଙ୍କ ମଧ୍ୟରେ ଥାଲା ଅଜିତ ଭାବରେ ବେଶ୍ ଜଣାଶୁଣା ।
ତାମିଲ ଫିଲ୍ମ 'ୱାଲି'ର ହିନ୍ଦୀ ରିମେକରେ ଅଭିନୟ କରିବାକୁ ଚାହୁଁଛନ୍ତି ସଲମାନ
ଅଜିତ କୁମାରଙ୍କୁ ତାମିଲ ସିନେମାର ଶାହାରୁଖ ଖାନ କୁହାଯାଏ ଓ ସେ ହେଉଛନ୍ତି ସଲମାନଙ୍କ ପ୍ରିୟ ତାରକା । ଚେନ୍ନାଇରେ ତାଙ୍କ ଫିଲ୍ମ ‘ଦବଙ୍ଗ ୩’ ର ପ୍ରମୋସନ ସମୟରେ ଏକ 'ଚାଟ୍ ଶୋ'ରେ ସଲମାନ ନିଜେ ଏହି କଥାର ଖୁଲାସା କରିଥିଲେ।
ସେ ଏହା ମଧ୍ୟ କହିଥିଲେ ଯେ ତାଙ୍କର ପ୍ରିୟ ଦକ୍ଷିଣ ଭାରତୀୟ ଫିଲ୍ମ ହେଉଛି 'ୱାଲି' ଯେଉଁଥିରେ ଅଜିତ ଏକ ଡବଲ ଭୂମିକାରେ ଅଭିନୟ କରିଛନ୍ତି। ତାଙ୍କର ପ୍ରିୟ ଫିଲ୍ମ ‘ୱାଲି’କୁ ପ୍ରକାଶ କରିବା ସହିତ ସଲମାନ ଖାନ ମଧ୍ୟ କହିଛନ୍ତି ଯେ ଯଦି ଏହି ଫିଲ୍ମଟି ବଲିଉଡର ରିମେକ୍ ନିର୍ମାଣ ହୁଏ ତେବେ ସେ ଏଥିରେ ଅଭିନୟ କରିପାରିବାକୁ ଆଗ୍ରହ ଅଛନ୍ତି ।
Published by:Lipina Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।