ପଡ଼ୋଶୀଙ୍କ ଉପରେ ବିରକ୍ତ ହେଲେ ସଲମାନ ଖାନ; ଦାୟର କଲେ ମାନହାନି ମକଦ୍ଦମା

Salman Khan Appeal against his Neighbour: ଲୋକେ ପ୍ରାୟତଃ ପଡ଼ୋଶୀଙ୍କ ଉପରେ ବିରକ୍ତ ହୁଅନ୍ତି। କିନ୍ତୁ ସଲମାନ ଖାନଙ୍କ ସହ ଏହା ଘଟିବ ବୋଲି କେହି ଭାବି ନଥିଲେ। ବର୍ତ୍ତମାନ ଅସୁବିଧାରେ ପଡ଼ିଥିବା ଦବଙ୍ଗ ଖାନ ହାଇକୋର୍ଟରେ ପହଞ୍ଚି ପଡୋଶୀଙ୍କ ବିରୋଧରେ ମାନହାନି ମକଦ୍ଦମା ଦାୟର କରିଛନ୍ତି।

ପଡ଼ୋଶୀଙ୍କ ଉପରେ ବିରକ୍ତ ହେଲେ ସଲମାନ ଖାନ

ପଡ଼ୋଶୀଙ୍କ ଉପରେ ବିରକ୍ତ ହେଲେ ସଲମାନ ଖାନ

  • Share this:
News18 Odia Digital

ମୁମ୍ବାଇ: ବଲିଉଡ ଭାଇଜାନ ସଲମାନ ଖାନଙ୍କୁ ନେଇ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। ଯାହାକୁ ନେଇ ବର୍ତ୍ତମାନ ସବୁ ମହଲରେ ଚର୍ଚ୍ଚା। ତାଙ୍କୁ ଦେଖି ସମସ୍ତେ ଚୁପ୍ ହୋଇଯାଉଥିବା ବେଳେ ସେ କିନ୍ତୁ ବର୍ତ୍ତମାନ ନିଜ ପଡ଼ୋଶୀଙ୍କୁ ନେଇ ଚିନ୍ତିତ ଅଛନ୍ତି। ଏହି କାରଣ ପାଇଁ ସେ ହାଇକୋର୍ଟର ଦ୍ବାରସ୍ଥ ମଧ୍ୟ ହୋଇଛନ୍ତି।

ଆଜ୍ଞା ହଁ, ସଲମାନଙ୍କ ପଡ଼ୋଶୀ ତାଙ୍କୁ ଏତେ ହଇରାଣ କରୁଛନ୍ତି ଯେ ସେ ତାଙ୍କ ଉପରେ ମାନହାନି ମକଦ୍ଦମା ଦାୟର କରିଛନ୍ତି।

ପୂର୍ବରୁ ସଲମାନ ଏହି ମାମଲାରେ ସିଭିଲ କୋର୍ଟରେ ଆବେଦନ କରିଥିଲେ କିନ୍ତୁ ସେଠାରେ ତାଙ୍କର ଆବେଦନ ପ୍ରତ୍ୟାଖ୍ୟାନ କରାଯାଇଥିଲା, ଯାହା ପରେ ସେ ବର୍ତ୍ତମାନ ହାଇକୋର୍ଟରେ ଆବେଦନ କରିଛନ୍ତି।

ପଡୋଶୀଙ୍କ ଉପରେ ସଲମାନ ଖାନ କାହିଁକି ବିରକ୍ତ ହେଉଛନ୍ତି?

ମିଳିଥିବା ସୂଚନା ଅନୁଯାୟୀ, ସଲମାନ ଖାନଙ୍କ ପନୱେଲ ଫାର୍ମ ହାଉସରେ ତାଙ୍କ ପଡ଼ୋଶୀ ହେଲେ କେତନ କକ୍କର। ଯିଏ ସୋସିଆଲ ମିଡ଼ିଆରେ ଏକ ଭିଡିଓ ପୋଷ୍ଟ କରିଛନ୍ତି। ଯଦି ସଲମାନଙ୍କୁ ବିଶ୍ୱାସ କରାଯାଏ, ସେହି ଭିଡିଓରେ ଥିବା ବିଷୟବସ୍ତୁ ସାମ୍ପ୍ରଦାୟିକ ସମନ୍ୱୟକୁ ନଷ୍ଟ କରିପାରେ।

ଏହା ବ୍ୟତୀତ ଭିଡିଓରେ ଏଭଳି କିଛି କଥା କୁହାଯାଇଛି ଯେଉଁଥିପାଇଁ ସଲମାନ ବହୁତ ଆଘାତ ପାଇଛନ୍ତି। ତେଣୁ ସେ କେତନ କକ୍କରଙ୍କ ବିରୋଧରେ ମାନହାନି ମକଦ୍ଦମା ଦାୟର କରିଛନ୍ତି। ଏହାପୂର୍ବରୁ ଏହି ଆବେଦନ ସିଭିଲ କୋର୍ଟରେ ଦାଖଲ କରାଯାଇଥିଲା। କିନ୍ତୁ କୋର୍ଟ ଏହି ଆବେଦନକୁ ପ୍ରତ୍ୟାଖ୍ୟାନ କରିଦେଇଥିଲେ। ବର୍ତ୍ତମାନ ଅଗଷ୍ଟ ୨୨ରେ ଏହି ମାମଲାର ଶୁଣାଣି ହେବ।

ନିକଟରେ ତାଙ୍କ ପଡ଼ୋଶୀ ମଧ୍ୟ ସଲମାନଙ୍କ ବିରୋଧରେ ଗମ୍ଭୀର ଅଭିଯୋଗ ଆଣିଥିଲେ

ପଡୋଶୀଙ୍କ ସହ ସଲମାନ ଖାନଙ୍କ ବିବାଦ ବହୁତ ପୁରୁଣା। କିଛି ସମୟ ପୂର୍ବରୁ, ତାଙ୍କ ପଡ଼ୋଶୀ ସଲମାନଙ୍କ ବିରୋଧରେ ବହୁତ ଗମ୍ଭୀର ଅଭିଯୋଗ ଆଣିଥିଲେ ମଧ୍ୟ ସେତେବେଳେ ଏହି ଘଟଣା ଚର୍ଚ୍ଚାର ବିଷୟ ପାଲଟିଥିଲା। କିନ୍ତୁ ଏଥର ସଲମାନ କୋର୍ଟରେ ମାମଲା ଉଠାଇଛନ୍ତି।

ପ୍ରକାଶ ଥାଉକି ସଲମାନ ଖାନଙ୍କ ପନୱେଲ ଫାର୍ମ ହାଉସ ବହୁତ ବଡ଼। ପ୍ରତ୍ୟେକ ବିଶେଷ ଉତ୍ସବରେ କିମ୍ବା ସେ କାମରୁ ଖାଲି ସମୟ ପାଇବା ମାତ୍ରେ ଏହି ଫାର୍ମ ହାଉସରେ ପହଞ୍ଚି ଶାନ୍ତି ଓ ଆରାମର କିଛି ସମୟ ବିତାଇଥା’ନ୍ତି। ଏହିଠାରେ ସଲମାନ ତାଙ୍କ ସାଙ୍ଗମାନଙ୍କ ସହିତ ଲକଡାଉନରେ ଅଧିକ ସମୟ ବିତାଇଥିଲେ। ଏଥର ସଲମାନ ଅନେକ ଏକର ଜମିରେ ବ୍ୟାପିଥିବା ଏହି ଫାର୍ମ ହାଉସରେ ନିଜ ଜନ୍ମଦିନ ପାଳନ କରିଥିଲେ।
Published by:Lipina Das
First published: