News18 Odia Digital
ନୂଆ ଦିଲ୍ଲୀ: ସଲମାନ ଖାନଙ୍କ (Salman Khan) ବହୁ ପ୍ରତୀକ୍ଷିତ ଫିଲ୍ମ ‘ଅନ୍ତିମ୍: ଦି ଫାଇନାଲ୍ ଟୃଥ୍’ର (Antim: The Final Truth) ଟ୍ରେଲର୍ ରିଲିଜ୍ ହୋଇଛି । ଏହି ଫିଲ୍ମରେ ସେ ନିଜ ଭିଣୋଇ ଆୟୁଷ ଶର୍ମାଙ୍କ (Ayush Sharma) ସହ ଫାଇଟିଂ କରୁଥିବା ଦେଖିବାକୁ ମିଳିବ । ଉଭୟ ସଲମାନ ଖାନ୍ ଓ ଆୟୁଷ ଶର୍ମା ନିଜ ନିଜ ଇନଷ୍ଟାଗ୍ରାମ୍ ଆକାଉଣ୍ଟରେ ଏକ ପୋଷ୍ଟ ମାଧ୍ୟମରେ ଏହି ଟ୍ରେଲର୍ ରିଲିଜ୍ ହେବା ବିଷୟରେ ସୂଚନା ଦେଇଛନ୍ତି ।
ଏହି ଫିଲ୍ମ ମାଧ୍ୟମରେ ଆୟୁଷ ପ୍ରଥମ ଥର ପାଇଁ ଜଣେ ଭିଲେନ୍ ଭୂମିକାରେ ଅଭିନୟ କରିବାକୁ ଯାଉଛନ୍ତି । ଏହି ଫିଲ୍ମରେ ସଲମାନ୍ ଖାନ୍ ହିରୋ ଅଛନ୍ତି । ଟ୍ରେଲର୍ ଦେଖିବା ପରେ କୌଣସି ସନ୍ଦେହ ରହିବ ନାହିଁ ଯେ ଆୟୁଷ ଶର୍ମା ନିଜ ଭୂମିକାରେ ବହୁତ ଭଲ ଅଭିନୟ କରିଛନ୍ତି । ଫିଲ୍ମରେ ସଲମାନ ଖାନଙ୍କୁ ସେ ଏକ ଖୋଲା ଚ୍ୟାଲେଞ୍ଜ ଦେଉଥିବାର ବି ନଜର ଆସିଛନ୍ତି (Antim trailer out)।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ ଫଟୋ | ଚାଞ୍ଚଲ୍ୟ: ଶିକ୍ଷୟତ୍ରୀ ମମିତା ମେହେରଙ୍କୁ ସ୍କୁଲ୍ ମାଲିକ ଗୋବିନ୍ଦ ସାହୁ ହତ୍ୟା କରି ପୋଡ଼ିବା ପରେ ପୋତି ଦେଇଥିଲାଏହି ଚଳଚ୍ଚିତ୍ରରେ ସଲମାନ ଖାନ୍ ସର୍ଦ୍ଦାର ଜଣେ ପୋଲିସ ଅଫିସର୍ ଭୂମିକାରେ ଅଛନ୍ତି । ଆୟୁଷ ଶର୍ମା ଜଣେ ଶକ୍ତିଶାଳୀ ଭିଲେନ୍ ଭୂମିକାରେ ଅଭିନୟ କରିଛନ୍ତି । ଟ୍ରେଲର ଦେଖି ଜଣା ପଡି଼ଛି ଯେ ଏଥର ଏହି ଦୁଇ ଜଣଙ୍କ ଯୋଡି଼ ପ୍ରେକ୍ଷାଳୟରେ ମନୋରଞ୍ଜନର ଏକ ବିସ୍ଫୋରଣ କରିବାକୁ ଯାଉଛି (Antim trailer video) ।
ଏଇଠି ଦେଖନ୍ତୁ ଟ୍ରେଲର୍:
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ ଫଟୋ | ମୋବାଇଲ୍ ଫୋନ୍ ହେଲା କାଳ; ଗେମ୍ ଖେଳିବାକୁ ନ ଦେବାରୁ ଫ୍ୟାନରେ ଝୁଲି ଆତ୍ମହତ୍ୟା କଲା ଅଷ୍ଟମ ଶ୍ରେଣୀ ଛାତ୍ରଚଳଚ୍ଚିତ୍ର ‘ଅନ୍ତିମ୍: ଦି ଫାଇନାଲ୍ ଟୃଥ୍’ ସିନେମା ହଲରେ ମୁକ୍ତିଲାଭ କରିବ । ନଭେମ୍ବର ୨୬, ୨୦୨୧ରେ ଏହି ଚଳଚ୍ଚିତ୍ର ବଡ଼ ପରଦାରେ ନିଜ ଯାତ୍ରା ଆରମ୍ଭ କରିବାକୁ ପ୍ରସ୍ତୁତ ହେଉଛି । ସଲମାନ ଖାନ, ଆୟୁଷ ଶର୍ମା ଓ ମହିମା ମକୱାଣା ଅଭିନୀତ ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ମହେଶ ମଞ୍ଜରେକର୍ (Antim trailer news)।
ଏହା ବି ପଢ଼ନ୍ତୁ | ଦେବୀଙ୍କ ମନ୍ଦିରକୁ ଦର୍ଶନ ପାଇଁ ଯାଇଥିଲା ପିଲାଟି, ତା’ ବେକକୁ କାମୁଡ଼ି ଝାମ୍ପି ନେଇଗଲା ଚିତାବାଘସଲମାନ୍ ଖାନ୍ ଫିଲ୍ମସ ଦ୍ୱାରା ଉପସ୍ଥାପିତ ଏହି ଫିଲ୍ମ ବିଷୟରେ ଦର୍ଶକମାନଙ୍କ ମଧ୍ୟରେ ଏତେ କ୍ରେଜ୍ ଅଛି ଯେ ଏହା IMDBର ‘ମୋଷ୍ଟ ଆଣ୍ଟିସିପେଟେଡ୍ ନ୍ୟୁ ଇଣ୍ଡିଆନ୍ ଫିଲ୍ମ ଆଣ୍ଡ୍ ଶୋ’ର ତାଲିକାରେ ଶ୍ରେଷ୍ଠ ତିନିଟିରେ ରହିଛି । ଆଇ.ଏମ୍.ଡି.ବି. ଅନୁଯାୟୀ ସଲମାନ୍ ଖାନଙ୍କ ଫିଲ୍ମ ‘ଅନ୍ତିମ୍: ଦି ଫାଇନାଲ୍ ଟୃଥ୍’ ଦର୍ଶକମାନଙ୍କ ମଧ୍ୟରେ ବେଶ୍ ଲୋକପ୍ରିୟ ହେବାକୁ ଯାଉଛି।
Published by:Anand S.T. Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।