News18 Odia Digital
Salman Gets Threat Letter: ରବିବାର ଦିନ ବଲିଉଡର ଭାଇଜାନ ସଲମାନ ଖାନଙ୍କୁ ହତ୍ୟା ଧମକ ମିଳିଥିଲା। ସଲମାନଙ୍କ ପିତା ସଲିମ ଖାନ ଯେତେବେଳେ ଜଗିଂ କରିବାକୁ ଯାଇଥିଲେ ସେତେବେଳେ ଏହି ଧମକପୂର୍ଣ୍ଣ ଚିଠି ପାଇଥିଲେ।
ଏହି ଚିଠି ପାଇବା ପରେ ପୋଲିସ ଅଜ୍ଞାତ ବ୍ୟକ୍ତିଙ୍କ ବିରୋଧରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ସୂଚନାନୁସାରେ, ବର୍ତ୍ତମାନ ମୁମ୍ବାଇ ପୋଲିସ ଏହି ମାମଲାରେ ସଲମାନ ଖାନ ଓ ତାଙ୍କ ପିତା ସଲିମ ଖାନଙ୍କ ସୁରକ୍ଷା ବୃଦ୍ଧି କରିଛି।
ପଞ୍ଜାବୀ ଗାୟକ ସିଦ୍ଧୁ ମୁସେୱାଲାଙ୍କ ମୃତ୍ୟୁ ପରେ ଏହି ଚିଠି ସଲମାନଙ୍କୁ ପଠାଯାଇଛି। ଯେତେବେଳେ ସଲିମ ଖାନ ସକାଳେ ଜଗିଂ କରିବାକୁ ଯାଇଥିଲେ, ଯେଉଁଠାରେ ସେ ବେଞ୍ଚରେ ବସିଥିଲେ, ସେତେବେଳେ ସେ ଏହି ଧମକପୂର୍ଣ୍ଣ ଚିଠି ପାଇଥିଲେ। ଏହି ଚିଠିରେ ଲେଖାଥିଲା ଯେ ସଲମାନ ଖାନଙ୍କୁ ମଧ୍ୟ ସିଦ୍ଧୁ ମୁସେୱାଲାଙ୍କ ଭଳି ହତ୍ୟା କରାଯିବ।
ସଲମାନ ଖାନଙ୍କୁ ଧମକପୂର୍ଣ୍ଣ ଚିଠି ପାଇବା ପରେ ତାଙ୍କ ପ୍ରଶଂସକମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି। ଯେଉଁଥିପାଇଁ ସେମାନଙ୍କ ସୁରକ୍ଷା ବୃଦ୍ଧି ପାଇଁ ନିଷ୍ପତ୍ତି ନିଆଯାଇଛି। ସମ୍ପ୍ରତି ପଞ୍ଜାବୀ ଗାୟକ ସିଦ୍ଧୁ ମୁସେୱାଲାଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା। ସେବେଠାରୁ ଇଣ୍ଡଷ୍ଟ୍ରିରେ ଶୋକ ପ୍ରକାଶ ପାଇଥିଲା।
ସଲମାନ ଖାନ ନିକଟରେ IIFA 2022 ଇଭେଣ୍ଟ ପାଇଁ ମୁମ୍ବାଇ ଫେରିଛନ୍ତି। ଏହି କାର୍ଯ୍ୟକ୍ରମ ଆବୁଧାବିରେ ଅନୁଷ୍ଠିତ ହୋଇଥିଲା। ସଲମାନ IIFA 2022ର ଆୟୋଜନ କରିଥିଲେ। ଇଭେଣ୍ଟ ଆୟୋଜନ କରୁଥିବା ତାଙ୍କ ଫଟୋ ଓ ଭିଡିଓ ସୋସିଆଲ ମିଡ଼ିଆରେ ବହୁତ ଭାଇରାଲ ହେବାରେ ଲାଗିଛ।
ପ୍ରକାଶ ଥାଉକି ଖୁବ୍ ଶୀଘ୍ର ସଲମାନ ଖାନଙ୍କୁ କ୍ୟାଟ୍ରିନା କୈଫଙ୍କ ସହ ଆକ୍ସନ ଫିଲ୍ମ ‘ଟାଇଗର ୩’ ରେ ଦେଖିବାକୁ ମିଳିବ। ଏହି ଫିଲ୍ମ ଆସନ୍ତା ବର୍ଷ ରିଲିଜ ହେବ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।