ହୋମ୍ » ଓଡ଼ିଶା ନ୍ୟୁଜ୍ » ଏଣ୍ଟରଟେନମେଣ୍ଟ»ରିଲିଜ ହେଲା ‘ଅନ୍ତିମ’ର ରୋମାଣ୍ଟିକ ସଙ୍ଗ୍ ‘ହୋନେ ଲଗା’; ମହିମାଙ୍କ ସହ ରୋମାନ୍ସ କଲେ ଆୟୁଷ

ରିଲିଜ ହେଲା ‘ଅନ୍ତିମ’ର ରୋମାଣ୍ଟିକ ସଙ୍ଗ୍ ‘ହୋନେ ଲଗା’; ମହିମାଙ୍କ ସହ ରୋମାନ୍ସ କଲେ ଆୟୁଷ

ବଲିଉଡର ଭାଇଜାନ ସଲମାନ ଖାନ ଓ ଆୟୁଷ ଶର୍ମାଙ୍କ ବହୁ ଚର୍ଚ୍ଚିତ ଫିଲ୍ମ ‘ଅନ୍ତିମ: ଦ ଫାଇନାଲ ଟ୍ରୁଥ୍‌’ର ନୂଆ ରୋମାଣ୍ଟିକ ଗୀତ ରିଲିଜ ହୋଇଯାଇଛି ।

ରିଲିଜ ହେଲା ‘ଅନ୍ତିମ’ର ରୋମାଣ୍ଟିକ ସଙ୍ଗ୍ ‘ହୋନେ ଲଗା’; ମହିମାଙ୍କ ସହ ରୋମାନ୍ସ କଲେ ଆୟୁଷ
ରିଲିଜ ହେଲା ‘ଅନ୍ତିମ’ର ରୋମାଣ୍ଟିକ ସଙ୍ଗ୍ ‘ହୋନେ ଲଗା’
  • News18 Odia
  • Last Updated: November 10, 2021, 11:40 AM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ମୁମ୍ବାଇ: ବଲିଉଡ ଆକ୍ଟର ସଲମାନ ଖାନ ଓ ଆୟୁଷ ଶର୍ମାଙ୍କ ଆକ୍ସନ ଫିଲ୍ମ ଅନ୍ତିମ: ଦ ଫାଇନାଲ ଟ୍ରୁଥ୍‌’ର ଦମଦାର ଟ୍ରେଲର ନିକଟରେ ରିଲିଜ ହୋଇଥିଲା । ଫିଲ୍ମର ଟ୍ରେଲର ଦେଖି ପୂରା ଫିଲ୍ମ ଦେଖିବାକୁ ଅପେକ୍ଷା କରିଛନ୍ତି ଦର୍ଶକ । ଇତିମଧ୍ୟରେ ଫିଲ୍ମର ରୋମାଣ୍ଟିକ ଗୀତ ରିଲିଜ କରି ସମସ୍ତଙ୍କ ଆକ୍ସସାଇଟ୍ ବଢ଼ାଇ ଦେଇଛନ୍ତି ମେକର୍ସ ।

ଆଜ୍ଞା ହଁ, ଫିଲ୍ମର ରୋମାଣ୍ଟିକ ଗୀତ ହୋନେ ଲଗା ଗୀତ ରିଲିଜ ହୋଇଯାଇଛି । ଯେଉଁଥିରେ ଆୟୁଷଙ୍କ ସହ ମହିମା ମକୱାନାଙ୍କ ଜବରଦସ୍ତ କେମେଷ୍ଟ୍ରି ଦେଖିବାକୁ ମିଳୁଛି । ସେହିପରି ଗୀତଟିକୁ ଗାଇଛନ୍ତି ଫେମସ ଗାୟକ ଜୁବିନ ନୌଟିଆଲ । ଆଉ ଗୀତର ଲିରିକ୍ସ ଲେଖିଛନ୍ତି ସବ୍ବୀର ଅହମ୍ମଦ । ବର୍ତ୍ତମାନ ଏହି ଗୀତକୁ ଖୁବ୍ ପସନ୍ଦ କରୁଛନ୍ତି ଦର୍ଶକ ।

ଫିଲ୍ମ ଅନ୍ତିମ ଜରିଆରେ ବଲିଉଡରେ ଡେବ୍ୟୁ କରୁଛନ୍ତି ମହିମା । ଏହା ପୂର୍ବରୁ ସେ ୨୦୧୭ପେ ଆସିଥିବା ଫିଲ୍ମ ‘ଭେଙ୍କଟପୁରମ’ ଜରିଆରେ ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିରେ ଡେବ୍ୟୁ କରିଥିଲେ । ଆସନ୍ତା ୨୬ ତାରିଖରେ ଫିଲ୍ମ ରିଲିଜ ହେବାକୁ ଯାଉଛି । ଏହା ପୂର୍ବରୁ ଫିଲ୍ମ ଦୀପାବଳି ଅବସରରେ ରିଲିଜ କରିବାକୁ ଯୋଜନା କରିଥିଲେ ମେକର୍ସ । ହେଲେ କିଛି ସମସ୍ୟା ପାଇଁ ଫିଲ୍ମର ରିଲିଜ ଘୁଞ୍ଚାଇ ୨୬ ତାରିଖ କରାଯାଇଛି ।

ଫିଲ୍ମରେ ସଲମାନ ପୋଲିସ ଅଫିସର ହୋଇଥିବା ବେଳେ ଗ୍ୟାଙ୍ଗଷ୍ଟାର ଭୂମିକାରେ ନଜର ଆସିବେ ତାଙ୍କ ଭିଣୋଇ ତଥା ଅଭିନେତା ଆୟୁଷ ।
Published by: Lipina Das
First published: November 10, 2021, 11:40 AM IST