ରଣଭୀର ସିଂଙ୍କ ସହ ନଜର ଆସିଲେ ପାକିସ୍ତାନୀ ଅଭିନେତ୍ରୀ ସାଜଲ୍ ଅଲ୍ଲି; ସେଲଫି ହେଲା ଭାଇରାଲ

ପାକିସ୍ତାନୀ ଅଭିନେତ୍ରୀ ସଜଲ ଅଲ୍ଲି ଅଭିନେତା ରଣଭୀର ସିଂଙ୍କ ସହ ଏକ ଫଟୋ ସେୟାର କରିଛନ୍ତି। ଏହି ଫଟୋ ବର୍ତ୍ତମାନ ଚର୍ଚ୍ଚାର ବିଷୟ ପାଲଟିଛି।

ପାକିସ୍ତାନୀ ଅଭିନେତ୍ରୀ ସଜଲ ଅଲ୍ଲି

ପାକିସ୍ତାନୀ ଅଭିନେତ୍ରୀ ସଜଲ ଅଲ୍ଲି

  • News18 Odia
  • Last Updated :
  • New Delhi, India
  • Share this:
News 18 Odia Digital

ମୁମ୍ବାଇ: ପାକିସ୍ତାନୀ ଅଭିନେତ୍ରୀ ସାଜଲ୍ ଅଲ୍ଲି ଅଭିନେତା ରଣଭୀର ସିଂଙ୍କ ସହ ଏକ ଫଟୋ ସେୟାର କରିଛନ୍ତି। ଏହି ଫଟୋ ବର୍ତ୍ତମାନ ଚର୍ଚ୍ଚାର ବିଷୟ ପାଲଟିଛି। ଫିଲ୍ମଫେୟାର ମିଡିଲ୍ ଇଷ୍ଟ ଆଚିଭର୍ସ ନାଇଟ୍ ପୁରସ୍କାର ବିତରଣ ଉତ୍ସବରେ ଏହି ଫଟୋ ନିଆଯାଇଛି। ଏହି ଉତ୍ସବରେ ରଣଭୀର ସିଂଙ୍କୁ "ସୁପରଷ୍ଟାର ଅଫ୍ ଦି ଡିକେଡ୍" ପୁରସ୍କାର ପ୍ରଦାନ କରାଯାଇଛି।

ସାଜଲ୍ ଅଲ୍ଲିଙ୍କ ଦ୍ୱାରା ସେୟାର ହୋଇଥିବା ଏହି ଫଟୋକୁ ରଣଭୀର ସିଂ କ୍ଲିକ୍ କରିଥିଲେ। ରଣଭୀର ସିଂଙ୍କ ଏହି ସେଲଫି ସେୟାର କରି ସଜଲ ଲେଖିଛନ୍ତି, "ଉଫ! ରଣଭୀର"। ଫଟୋରେ ସାଜଲ୍ ଅଲ୍ଲି ଗୋଲାପୀ ରଙ୍ଗର ପୋଷାକରେ ଦେଖାଯାଇଛନ୍ତି। ବିଶେଷ କଥା ହେଉଛି ରଣଭୀର ସିଂକୁ ମଧ୍ୟ ଗୋଲାପୀ ରଙ୍ଗର ପୋଷାକରେ ଦେଖିବାକୁ ମିଳିଛି। ଏହି ଫଟୋର ସାଜଲଙ୍କ ଭାଇ ମହମ୍ମଦ ଅଲ୍ଲି ମଧ୍ୟ ଫଟୋରେ ନଜର ଆସିଛନ୍ତି।

ରଣଭୀର ସିଂଙ୍କ ସହ ଫଟୋ ସେୟାର କରିବା ପରେ ସାଜଲ ଅଲ୍ଲି ମଧ୍ୟ ଟ୍ରୋଲର ଶିକାର ହୋଇଛନ୍ତି। ଜଣେ ୟୁଜର ଲେଖିଛନ୍ତି, ସାଜଲ କେବେକେବେ ପାକିସ୍ତାନୀ ଲୋକଙ୍କ ସହ କଥା ହେବା ଆରମ୍ଭ କର। ହାମଜା ଅଖତର ନାମକ ଜଣେ ବ୍ୟକ୍ତି ଲେଖିଛନ୍ତି କି "ଭାରତୀୟମାନଙ୍କୁ ଏହିପରି ପ୍ରଶଂସା କରିବା ଠିକ୍ କି? ସାଜଲ ଅଲ୍ଲି ପାକିସ୍ତାନୀ ଇଣ୍ଡଷ୍ଟ୍ରିର ଏକ ବଡ ତାରକା। ସେ ସେଠାରେ ଟିଭି ଏବଂ ଚଳଚ୍ଚିତ୍ରରେ ମଧ୍ୟ ଅଭିନୟ କରନ୍ତି। ସାଜଲ ଶ୍ରୀଦେବୀଙ୍କ ଫିଲ୍ମ "ମମ୍" ସହିତ ବଲିଉଡରେ ଡେବ୍ୟୁ କରିଥିଲେ। ଏହି ଚଳଚ୍ଚିତ୍ରରେ ତାଙ୍କର ଅଭିନୟକୁ ବହୁତ ପ୍ରଶଂସା କରାଯାଇଥିଲା। ଇନଷ୍ଟାଗ୍ରାମରେ ସାଜଲ ଅଲ୍ଳିଙ୍କର ୯୨ ଲକ୍ଷରୁ ଅଧିକ ଫୋଲୋୟର୍ସ ଅଛନ୍ତି।
Published by:Soumyashree Mishra
First published: