ଶୈଳେନ୍ଦ୍ର ଓ ଦିବ୍ୟାଙ୍କ ଲଭ୍ ଷ୍ଟୋରୀ 'ପ୍ରେମରେ ରିସ୍କ ହେଲା ମତେ ଇସ୍କ'

ଓଲିଉଡର ସୁନ୍ଦରୀ ଅଭିନେତ୍ରୀ ଦିବ୍ୟା ଓ ୟଙ୍ଗ ଷ୍ଟାର୍ ଶୈଳେନ୍ଦ୍ରଙ୍କ ଫ୍ୟାନଙ୍କ ପାଇଁ ଖୁସି ଖବର । ଲକ୍ଷ୍ମୀ ପୂଜାରେ ଆପଣ ଦେଖିବେ ଭିନ୍ନ ଏକ ପ୍ରେମ କାହାଣୀ ।

ଶୈଳେନ୍ଦ୍ର ଓ ଦିବ୍ୟାଙ୍କ ଲଭ୍ ଷ୍ଟୋରୀ 'ପ୍ରେମରେ ରିସ୍କ ହେଲା ମତେ ଇସ୍କ'

ଶୈଳେନ୍ଦ୍ର ଓ ଦିବ୍ୟାଙ୍କ ଲଭ୍ ଷ୍ଟୋରୀ 'ପ୍ରେମରେ ରିସ୍କ ହେଲା ମତେ ଇସ୍କ'

  • News18 Odia
  • Last Updated :
  • Bhubaneswar, India
  • Share this:
News 18 Odia Digital

ଭୁବନେଶ୍ୱର; ଲକ୍ଷ୍ମୀପୂଜାରେ ଆସୁଛି ନୂଆ ଓଡ଼ିଆ ସିନେମା । ୟୁଏସ ମୋସନ ପିକ୍ଚର୍ସ ଏବଂ କେ ମୁରଲୀ କ୍ରିଷ୍ଣା ଫିଲ୍ମସ ମିଳିତ ସହଯୋଗରେ ମୁକ୍ତିଲାଭ କରିବାକୁ ଯାଉଛି "ପ୍ରେମରେ ରିସ୍କ ହେଲା ମତେ ଇସ୍କ ।" ନିକଟରେ ଏହି ସିନେମାର ଅଡିଓ ରିଲିଜ ହୋଇସାରିଥିବା ବେଳେ ଲକ୍ଷ୍ମୀ ପୂଜାରେ ସିନେମାଟି ମୁକ୍ତିଲାଭ କରିବ । ଏନେଇ ପ୍ରଡକ୍ସନ ହାଉସ ସୂଚନା ଦେଇଛି ।

ୟୁଏସ ମୋସନ ପିକ୍ଚର୍ସ ବ୍ୟାନରରେ ନିର୍ମିତ ଏହି ଚଳଚ୍ଚିତ୍ରର ପ୍ରଯୋଜନା ଦାଇତ୍ୱରେ ରହିଛନ୍ତି ସଞ୍ଜୟ ପାତ୍ର ଓ ଉମେଶ ସାହୁ । ସିନେମାର ନିର୍ଦ୍ଦେଶନା ଦେଇଛନ୍ତି କେ ମୁରଲୀ କ୍ରିଷ୍ଣା । ଡ଼ଃ ରଜନୀ ରଞ୍ଜନ ସିନେମାର ସଂଳାପ ଲେଖିଥିବା ବେଳେ ସଞ୍ଜୟ ଓ ସିତୁ ସଂଗୀତ ନିର୍ଦ୍ଦେଶନା ଦେଇଛନ୍ତି । ହ୍ୟୁମାନ ସାଗର, କୁଳଦୀପ, ଅସୀମା ପଣ୍ଡା, ଅର୍ପିତା, ସତ୍ୟଜିତ, ନାଭ୍ୟା, ଲିପ୍ସା, ସୁଶାନ୍ତ ପ୍ରମୁଖ କଣ୍ଠଦାନ କରିଛନ୍ତି । ସତ୍ୟାନନ୍ଦ ନାୟକ, ଉମେଶ ସାହୁ, ଏମ ଜେବି ବଣ୍ଟି, ପିଣ୍ଟୁ ଗୀତ ରଚନା କରିଥିବା ବେଳେ ସୁରୟନ ରଥ ନୃତ୍ୟ ନିର୍ଦ୍ଦେଶନା ଦେଇଛନ୍ତି ।

ଶୈଳେନ୍ଦ୍ର ଓ ଦିବ୍ୟା ସିନେମାରେ ମୁଖ୍ୟ ଭୂମିକାରେ ନଜର ଆସିଛନ୍ତି । ଟୁଲୁ, ଶୁଭ୍ରାଂଶୁ, ଚିନ୍ତାମଣୀ, ଅଞ୍ଜନା, ରବି ମିଶ୍ର, ରତନ ମେହେର, କାଳିଆ ଷଣ୍ଢ ପ୍ରମୁଖ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି । ଆଗାମୀ ଲକ୍ଷ୍ମୀପୂଜାରେ ସିନେମା ମୁକ୍ତିଲାଭ କରିବ ବୋଲି କ୍ରିଏଟିଭ ହେଡ଼ ପ୍ରଣୟ ଜେଠୀ ସୂଚନା ଦେଇଛନ୍ତି ।
Published by:Soubhagya Mishra
First published: