Throwback Photo: ପିତାଙ୍କ ପଖାରେ ଠିଆ ହୋଇଛନ୍ତି ବଲିଉଡର ଏହି ସୁପରଷ୍ଟାର; ଚିହ୍ନିବା ମୁସ୍କିଲ

ସୋସିଆଲ ମିଡ଼ିଆରେ ଏକ କୁନି ପିଲାର ଫଟୋ ଦିନକୁ ଦିନ ଭାଇରାଲ ହେବାରେ ଲାଗିଛି। ଭାଇରାଲ ହେଉଥିବା ଫଟୋରେ ନଜର ଆସୁଛନ୍ତି ଜଣେ ବଲିଉଡ ଷ୍ଟାର।

ପିତାଙ୍କ ପଖାରେ ଠିଆ ହେଉଛନ୍ତି ବଲିଉଡର ଏହି ସୁପରଷ୍ଟାର

ପିତାଙ୍କ ପଖାରେ ଠିଆ ହେଉଛନ୍ତି ବଲିଉଡର ଏହି ସୁପରଷ୍ଟାର

  • Share this:
News18 Odia Digital

ମୁମ୍ବାଇ: ଅନେକ ବଲିଉଡ ସେଲିବ୍ରିଟି ଅଛନ୍ତି, ଯାହାଙ୍କ ଚେହେରା ଆଜିକା ସମୟରେ ସମ୍ପୂର୍ଣ୍ଣ ବଦଳି ଯାଇଛି। ସେପଟେ,  ପ୍ରଶଂସକ ନିଜ ନିଜର ଫେଭରେଟ ଷ୍ଟାରଙ୍କ ପିଲାଦିନର ଫଟୋ  ଦେଖିବାକୁ ସବୁବେଳେ ଉତ୍ସାହିତ ରୁହନ୍ତି। ଇତିମଧ୍ୟରେ  ଏକ ଷ୍ଟାରଙ୍କ ଥ୍ରୋବ୍ୟାକ୍ ଫଟୋ ସୋସିଆଲ ମିଡ଼ିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି। ଏହି ଫଟୋରେ ଏହା ସେ ନିଜ ପିତାଙ୍କ ପାଖରେ ଠିଆ ହୋଇଥିବାର ନଜର ଆସୁଛନ୍ତି। ଯାହାଙ୍କୁ ଚିହ୍ନିବା ଟିକେ ଫ୍ୟାନ୍ସ ମୁସ୍କିଲ ହେବ।

ତାଙ୍କ ସହିତ ତାଙ୍କର ଭଉଣୀମାନେ ମଧ୍ୟ ଅଛନ୍ତି। ତେବେ ଏହି ଷ୍ଟାର ଜଣଙ୍କ ହେଲେ ବଲିଉଡର ଛୋଟେ ନୱାବ ସୈଫ ଅଲ୍ଲି ଖାନ। ଆଉ ତାଙ୍କ ସହ ଅଛନ୍ତି ସୋହା ଅଲ୍ଲି ଖାନ, ଯିଅ ପିତାଙ୍କ କୋଳରେ ବସିଛନ୍ତି। ସେହିପରି ସୈଫଙ୍କ ଆଉ ଏକ ଭଉଣୀ ସବା ଅଲ୍ଲି ଖାନ ମଧ୍ୟ ପିତାଙ୍କ ପାଖରେ ବସିଛନ୍ତି। ଏହି ଫଟୋଟିକୁ ସବା ନିଜ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି।

ପିତା ମନସୁର ଅଲ୍ଲି ଖାନଙ୍କ ସହ ପୁରା ପୌଟଦୀ ପରିବାର ଉପସ୍ଥିତ

ଯଦି ଆପଣ ସବା ପୌଟଦୀଙ୍କ ଇନଷ୍ଟାଗ୍ରାମ ପ୍ରୋଫାଇଲକୁ ଦେଖିବେ, ତେବେ ଆକାଉଣ୍ଟଟି ପୌଟଦୀ ପରିବାରର ଅନେକ ସ୍ମରଣୀୟ ଫଟୋରେ ପରିପୂର୍ଣ୍ଣ ଅଛି। ପୁଣି ଥରେ ସେ ତାଙ୍କ ଇନଷ୍ଟାରେ ପୌଟଦୀ ପରିବାରର ଏକ ପୁରୁଣା ବ୍ଲାକ ଆଣ୍ଡ ହ୍ବାଇଟର ଥ୍ରୋବ୍ୟାକ୍ ଫଟୋ ସେୟାର କରିଛନ୍ତି।

ଏହି ଫଟୋରେ ସୈଫ ଓ ସବାଙ୍କ ପିତା ତଥା ପୌଟଦୀ ପରିବାରର ନବାବ ମନସୁର ଅଲ୍ଲି ଖାନ ନଜର ଆସିଛନ୍ତି। ଫଟୋରେ, ଯେଉଁଠାରେ ଛୋଟ ସୈଫ ଅଲ୍ଲୀ ଖାନ ତାଙ୍କ ପିତାଙ୍କ ପାଖରେ ଠିଆ ହୋଇଥିବା ବେଳେ ସୁନ୍ଦର ସବା ପୌଟଦୀ ମଧ୍ୟ ନଜର ଆସୁଛନ୍ତି। ଯଦି ଆପଣ ଏହି ଫଟୋକୁ ଭଲ ଭାବେ ଦେଖ, ସୋହା ଅଲ୍ଲି ଖାନ ତାଙ୍କ ପିତାଙ୍କ କୋଳରେ ବସିଛନ୍ତି।

ଏହି ଥ୍ରୋବ୍ୟାକ୍ ଫଟୋ ସେୟାର କରି ସବା ପିତାଙ୍କ ପାଇଁ ଏକ ଭାବବିହ୍ବଳ କ୍ୟାପସନରେ ଲେଖିଛନ୍ତି, 'ଆବା ଶ୍ରେଷ୍ଠ ଥିଲେ। ଆମର ଏହି ପବୁତ ବହୁତ ରିଆର।’’








View this post on Instagram






A post shared by Saba (@sabapataudi)






ସେପଟେ ସୋସିଆଲ ମିଡ଼ିଆରେ ଏହି ଫଟୋ ଦେଖି ପ୍ରଶଂସକଙ୍କ ଅନେକ ପ୍ରକାରର ପ୍ରତିକ୍ରିୟା ଦେଖିବାକୁ ମିଳୁଛି। କମେଣ୍ଟ ବକ୍ସରେ ଜଣେ ପ୍ରଶଂସକ ଲେଖିଛନ୍ତି ଯେ ସୈଫ ଅଲ୍ଲି ଖାନ ଛୋଟ ବେଳେ ତୈମୁର ପରି ଦେଖାଯାଉଛି। ସେହିପରି ଅନ୍ୟ ଜଣେ ପ୍ରଶଂସକ କମେଣ୍ଟ ବକ୍ସରେ ଲେଖିଛନ୍ତି, ଅତି ସୁନ୍ଦର ପରିବାର।’’
Published by:Lipina Das
First published: