News18 Odia Digital
ମୁମ୍ବାଇ: ସୈଫ ଅଲି ଖାନ ଓ କରୀନା କପୁର ଓ ତାଙ୍କ ପୁଅ ଜାହାଙ୍ଗୀର ଅଲି ଖାନ ସେମାନଙ୍କ ବାନ୍ଦ୍ରା ଆପାର୍ଟମେଣ୍ଟରେ ପହଞ୍ଚିଛନ୍ତି। ଏହି ସମୟରେ ସୋସିଆଲ ମିଡିଆରେ ଭିଡିଓଟି ଭାଇରାଲ ହେବାରେ ଲାଗିଛି। ଭିଡିଓରେ ଏହା ଦେଖିବାକୁ ମିଳେ ଯେ ସୈଫ କରୀନା ପରସ୍ପରକୁ ଚୁମ୍ବନ କରିଥିଲେ। ସୈଫ ନିଜେ ମଧ୍ୟ ଚୁମ୍ବନ ଦେବା ପରେ ହସୁଛନ୍ତି।
ଅନଲାଇନରେ ଆସିଥିବା ଏକ ଭିଡିଓରେ କରିନାଙ୍କୁ କାଜୁଆଲ୍ ଲୁକରେ ଦେଖିବାକୁ ମିଳିଥିଲା। ସେ କଳା ପ୍ୟାଣ୍ଟ ଏବଂ ଲାଲ୍ କ୍ୟାପ୍ ସହିତ ଏକ ଧୂସର ହୁଡି ପିନ୍ଧିଥିଲେ। ସେ କଲରେ କାହା ସହିତ କଥାବାର୍ତ୍ତା କରିବାରେ ବ୍ୟସ୍ତ ଥିଲେ। ଏହା ପରେ ସୈଫ ଅଲ୍ଲୀ ଖାନ ତାଙ୍କ କାନ୍ଧରେ ଜେହ ନେଇ ଘର ଭିତରକୁ ଯାଉଥିବାର ନଜର ଆସିଛନ୍ତି।
ଭିଡିଓରେ ଦେଖା ଯାଉଛି କରୀନା କିଛି ପ୍ରସଙ୍ଗ ବିଷୟରେ ସୈଫଙ୍କୁ ଫୋନ କରୁଛନ୍ତି, ଯାହା ଉପରେ ସେ ତାଙ୍କ ନିକଟକୁ ଯାଇ ତାଙ୍କ ଓଠରେ ମିଠା ଚୁମ୍ବନ ଦେଇଥିଲେ। ତା’ପରେ, ଦୁହେଁ ଜେହ ସହିତ ନିଜ କୋଠା ଭିତରକୁ ଗଲେ। ବର୍ତ୍ତମାନ ଏହି ଭିଡିଓକୁ ବହୁତ ପସନ୍ଦ କରିଛନ୍ତି ଓ ଅନେକ ମତାମତ ମଧ୍ୟ ଦେଉଛନ୍ତି।
ସୈଫ ଅଲି ଖାନ ଓ କରୀନା କପୁର ଖାନ ୧୬ ଅକ୍ଟୋବର ୨୦୧୨ ରେ ବିବାହ କରିଥିଲେ। ଏହି ଦମ୍ପତି ଦୁଇ ସନ୍ତାନର ପିତାମାତା। କୁ ପ୍ରଥମ ପୁତ୍ର ଭାବେ ତୈମୁର ଜନ୍ମ ଦେଇଥିଲେ। ତା’ପରେ ଦୁହେଁ ଦ୍ୱିତୀୟ ପୁତ୍ରଙ୍କୁ ଜେହଙ୍କ ରୂପରେ ସ୍ୱାଗତ କରିଥିଲେ। କରୀନା ଓ ସୈଫଙ୍କୁ ପୁଅ ସହିତ ପ୍ରାୟତ ଦେଖାଯାଏ। ପ୍ରଶଂସକମାନେ ଏହି ଦମ୍ପତିଙ୍କୁ ବହୁତ ପସନ୍ଦ କରନ୍ତି।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।