News 18 Odia Digital
ନୂଆ ଦିଲ୍ଲୀ : ବଲିଉଡରେ ସୁପରଷ୍ଟାର ଶାହାରୁଖ ଖାନ୍ ଫିଲ୍ମ ଛଡ଼ା ତାଙ୍କର ଆଉ ଏକ ପରିଚୟ ମଧ୍ୟ ରହିଛି। ସେ ସାମାଜିକ କାର୍ଯ୍ୟରେ ଜଡିତ ରହିଥାନ୍ତି । ଅଷ୍ଟ୍ରେଲିଆର ଲା ଟ୍ରୋବ ୟୁନିଭରସିଟିରେ ଭାରତୀୟ ଛାତ୍ରଛାତ୍ରୀଙ୍କ ପାଇଁ ଶାହାରୁଖ ଖାଙ୍କ ନାମରେ ଏକ ସ୍କଲାରସିପ୍ ଚାଲିଛି । ପିଏଚଡି କରିବାକୁ ଚାହୁଁଥିବା ଛାତ୍ରଛାତ୍ରୀମାନଙ୍କୁ ଏହି ସ୍କଲାରସିପ୍ ଜରିଆରେ ସାହାଯ୍ୟ ମିଳିଥାଏ।
ୟୁନିଭରସିଟି ସୂତ୍ରରୁ ମିଳଥିବା ସୂଚନା ଅନୁଯାୟୀ ଏହି ସ୍କଲାରସିପ ପାଇଁ ପ୍ରାୟ ୮୦୦ ଲୋକ ଆବେଦନ କରିଥିଲେ।ଆବେଦନ ତାରିଖ ବେଳକୁ ପୋଷ୍ଟ ଗ୍ରାଜୁଏସନର ୧୦ ବର୍ଷ ହୋଇଥିବା ଦରକାର। ସ୍କଲାରସିପ ପାଇବା ପାଇଁ ମନୋନୀତ ହୋଇଥିବା ଛାତ୍ରଛାତ୍ରୀଙ୍କୁ ପୂରା ୪ ବର୍ଷ ଯାଏ ପୂର୍ଣ୍ଣ ଖର୍ଚ୍ଚ ଦିଆଯାଏ ବୋଲି ଜଣାପଡ଼ିଛି।
ଏହାର ପଞ୍ଜୀକରଣ ଅଗଷ୍ଟ ୧୮ରୁ ଆରମ୍ଭ ହୋଇ ସେପ୍ଟେମ୍ବର ୨୩ ପର୍ଯ୍ୟନ୍ତ ଚାଲିବ। ମେଲବୋର୍ଣ୍ଣର ଇଣ୍ଡିଆନ୍ ଫିଲ୍ମ ଫେଷ୍ଟିଭାଲ୍ ଓ ଲା ଟ୍ରୋବ୍ ୟୁନିଭରସିଟି ସହ ସହଭାଗିତାରେ ଚାଲିଥିବା ଏହି ସ୍କଲାରସିପ୍ ଭାରତର ଜଣେ ଛାତ୍ରଙ୍କୁ ତାଙ୍କ ଅନୁସନ୍ଧାନରେ ବିଶ୍ୱକୁ ପ୍ରଭାବିତ କରିବାକୁ ଚାହୁଁଥିବା ସହାୟତା କରିବାକୁ ଲକ୍ଷ୍ୟ ରଖିଛି। ଏହି ବୃତ୍ତି ୨୦୧୯ରେ ଉତ୍ସବରେ ଘୋଷଣା କରାଯାଇଥିଲା ଯେଉଁଥିରେ ଶାହରୁଖ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ଅମିତାଭ ବଚ୍ଚନ ଓ ରାଜକୁମାର ହିରାନୀ ମଧ୍ୟ ଉପସ୍ଥିତ ଥିଲେ।
Published by:Soumyashree Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।