ଶୀଘ୍ର ସୁସ୍ଥ ହୋଇ ଓଡ଼ିଶା ଫେରିବେ ଆମ ପିଣ୍ଟୁ ଭାଇ: ସବ୍ୟସାଚୀ ମିଶ୍ର

Sabyasachi Mishra on Pintu Nanda Health: ପିଣ୍ଟୁ ନନ୍ଦ ଲିଭର୍ ସିରୋସିସ୍ ରୋଗରେ ପୀଡିତ ଅଛନ୍ତି। ଅପରେସନ ପାଇଁ ବର୍ତ୍ତମାନ ସେ ଦିଲ୍ଲୀରେ ଅଛନ୍ତି। ଇତିମଧ୍ୟରେ ତାଙ୍କ ଆରୋଗ୍ୟ କାମନା କରିଛନ୍ତି ସବ୍ୟସାଚୀ ମିଶ୍ର।

ପିଣ୍ଟୁ ନନ୍ଦଙ୍କ ଆରୋଗ୍ୟ କାମନା କଲେ ସବ୍ୟସାଚୀ ମିଶ୍ର

ପିଣ୍ଟୁ ନନ୍ଦଙ୍କ ଆରୋଗ୍ୟ କାମନା କଲେ ସବ୍ୟସାଚୀ ମିଶ୍ର

  • News18 Odia
  • Last Updated :
  • Cuttack, India
  • Share this:
News18 Odia Digital

Sabyasachi Mishra on Pintu Nanda Health: ଓଲିଉଡର ଫେମସ ଅଭିନେତା ପିଣ୍ଟୁ ନନ୍ଦଙ୍କ ସ୍ଵାସ୍ଥ୍ୟ ଅବସ୍ଥା ବର୍ତ୍ତମାନ ଭଲ ନାହିଁ। ପିଣ୍ଟୁ ନନ୍ଦ ଚିକିତ୍ସା ପାଇଁ ଏବେ ଦିଲ୍ଲୀରେ ଅଛନ୍ତି। ସେଠାରେ ତାଙ୍କର ଅପରେସନ କରାଯିବ। ପିଣ୍ଟୁ ନନ୍ଦ ଲିଭର୍ ସିରୋସିସ୍ ରୋଗରେ ପୀଡିତ ଅଛନ୍ତି। ପୂର୍ବରୁ ସେ ଭୁବନେଶ୍ଵର ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ।

ଇତିମଧ୍ୟରେ ତାଙ୍କୁ ନେଇ ନିଜର ପ୍ରତିକ୍ରିୟା ରଖିଛନ୍ତି ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ର। ସେ ସୁସ୍ଥ ହୋଇ ଫେରିବେ ବୋଲି ସେ କହିଛନ୍ତି। ଗୁରୁବାର ଗଣ ମାଧ୍ୟମକୁ ସୂଚନା ଦେଇ ସବ୍ୟସାଚୀ କହିଥିଲେ ଯେ ଦିଲ୍ଲୀରେ ଅଛନ୍ତି ପିଣ୍ଟୁ ଭାଇ। ଆମ ସେଠାକାର ଡାକ୍ତରଙ୍କ ସହ କଥାବାର୍ତ୍ତା କରି ତାଙ୍କ ସ୍ବାସ୍ଥ୍ୟ ବିଷୟରେ ବୁଝୁଛୁ। ଆଶା କରୁଛୁ ସେ ଶୀଘ୍ର ସୁସ୍ଥ ହୋଇ ଆମ ପାଖକୁ ଫେରିଆସେ।

ସେହିପରି ନିକଟରେ ତାଙ୍କ ସ୍ଵାସ୍ଥ୍ୟ ଅବସ୍ଥା ଭଲ ନଥିବା ଜାଣି ଆକ୍ଟର ଜ୍ୟୋତି ରଞ୍ଜନ ନାୟକ ତାଙ୍କୁ ଦେଖା କରିବାକୁ ହସ୍ପିଟାଲ୍ ଯାଇଥିଲେ।

ଏହାପରେ କହିଥିଲେ ଯେ ଅଭିନେତା ପିଣ୍ଟୁ ନନ୍ଦଙ୍କର କିଛି ହେବନି ସେ ଭଲ ହୋଇ ଖୁବ୍ ଶୀଘ୍ର ଫେରି ଆସିବେ। ଆଗରୁ ଯେମିତି ଅଭିନୟ କରୁଥିଲେ ପୁଣି ସେମିତି ଅଭିନୟ କରିବେ। ସେ ହସ୍ପିଟାଲରେ ତାଙ୍କ ସହିତ ବହୁତ୍ ଭଲରେ କଥା ହୋଇଛନ୍ତି। ଆକ୍ଟର ଜ୍ୟୋତି ରଞ୍ଜନ ନାୟକ ଅଭିନେତା ପିଣ୍ଟୁ ନନ୍ଦଙ୍କୁ କହିଥିଲେ ଯେ ଦାଦା ଆପଣ ଶୀଘ୍ର ଭଲ ହୋଇ ଯାଆନ୍ତୁ। ଆମେ ପୁଣି ସାଙ୍ଗ ହୋଇ ସିନେମା କରିବା।

ପିଣ୍ଟୁ ନନ୍ଦଙ୍କର ଲିଭର ନଷ୍ଟ ହୋଇ ଯାଇଛି ଏବଂ ଦିଲ୍ଲୀରେ ତାଙ୍କର ଲିଭର ଟ୍ରାନ୍ସ୍ ପ୍ଲାଣ୍ଟ କରାଯିବ। ଅଭିନେତା ପିଣ୍ଟୁ ନନ୍ଦ ଜଣେ ଉଚ୍ଚକୋଟୀର କଳାକାର ଭାବରେ ବେଶ୍ ପରିଚିତ। ସେ ଜଣେ ଭର୍ସାଟାଇଲ୍ ଆକ୍ଟର। ସେ ସବୁ ପ୍ରକାରର ଚରିତ୍ରରେ ଶାନଦାର ଅଭିନୟ କରନ୍ତି। ସାଇଡ ହିରୋ ଭିଲିଆନ୍ ଏବଂ କମେଡି ସବୁ ଚରିତ୍ରରେ ସେ ନିଜର ଜବରଦସ୍ତା ଅଭିନୟ ଦେଖାଇସାରିଛନ୍ତି।
Published by:Lipina Das
First published: