News18 Odia Digital
କଟକ: ହକି ବିଶ୍ବକପ ଉଦଘାଟନୀ ଉତ୍ସବକୁ ନେଇ ସମସ୍ତେ ଉତ୍ସାହିତ। ଐତିହାସିକ ବାରବାଟୀ ଷ୍ଟାଡିୟମରେ ଅନୁଷ୍ଠିତ ହେବ ଏହି ଉଦଘାଟନୀ ଉତ୍ସବ। ଦର୍ଶକ ଓ ଖେଳାଳିଙ୍କ ପାଇଁ ହେବ ମନୋରଞ୍ଜନ କାର୍ଯ୍ୟକ୍ରମ। ସେହିପରି ଚର୍ଚ୍ଚିତ ସେଲିବ୍ରିଟି ଏହି ଉତ୍ସବରେ ସାମିଲ ହେବାକୁ ଯାଉଛନ୍ତି। ସେପଟେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉତ୍ସବରେ ସାମିଲ ହେବାକୁ ଅନୁରୋଧ କରିଛନ୍ତି।
ଇତିମଧ୍ୟରେ ଓଲିଉଡର ଲୋକପ୍ରିୟ କପଲ ଅର୍ଚ୍ଚିତା ସାହୁ ଓ ସବ୍ୟସାଚୀ ମିଶ୍ର କଟକ ବାରବାଟୀ ଷ୍ଟାଡିୟମରେ ପହଞ୍ଚି ନିଜ ଡ୍ୟାନ୍ସର ପ୍ରାକ୍ଟିକ୍ସ କରୁଥିବାର ନଜର ଆସିଛନ୍ତି। ଯାହାର ଭିଡିଓ ବର୍ତ୍ତମାନ ସୋସିଆଲ ମିଡ଼ିଆ ଦେଖିବାକୁ ମିଳୁଛି।
ଏହି ଭିଡିଓକୁ ନିଜେ ସବ୍ୟସାଚୀ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି। ଆଉ ଯାହାର କ୍ୟାପସନରେ ଲେଖିଛନ୍ତି, ‘‘ଆଜି ଖେଳ ଜମିବ।’’ ଅଭିନେତାଙ୍କ ଏହି ଭିଡିଓକୁ ବର୍ତ୍ତମାନ ଖୁବ୍ ପସନ୍ଦ କରାଯାଉଛି। ଏହି ପୋଷ୍ଟରେ ଏଯାବତ ୫୨ ହଜାରରୁ ଅଧିକ ଲାଇକ ମିଳିସାରିଲାଣି।
ସେହିପରି ଅନ୍ୟ କଳାକାରଙ୍କ ସହ ସେଲ୍ଫି ନେଇ ଏନୟଜ କରୁଥିବାର ଦେଖାଯାଉଛନ୍ତି ଏହି ଯୋଡି। ଖାଲି ଅର୍ଚ୍ଚିତା ଓ ସବ୍ୟସାଚୀ ନୁହେଁ ବରଂ ଓଲିଉଡର ସୁନ୍ଦରୀ ଅଭିନେତ୍ରୀ ଏଲିନା ସାମନ୍ତରାୟ ମଧ୍ୟ ବାରବାଟୀ ଷ୍ଟାଟିୟମରେ ପହଞ୍ଚି ନିଜ ଡ୍ୟାନ୍ସର ପ୍ରାକ୍ଟିକ୍ସ କରିଛନ୍ତି।
ସେ ମଧ୍ୟ ସୋସିଆଲ ମିଡ଼ିଆରେ ନିଜର ଏକ ଭିଡିଓ ପକାଇଛନ୍ତି। ଯାହାକୁ ନେଇ ବେଶ୍ ଚର୍ଚ୍ଚା।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।