ବକ୍ସ ଅଫିସ୍ ରେ ଧମାଲ୍ କରୁଛି ମାଧବନଙ୍କ ଚଳଚ୍ଚିତ୍ର ରକେଟ୍ରି : 'ଦି ନାମ୍ବି ଇଫେକ୍ଟ'

ଫିଲ୍ମର ସଫଳତା ପାଇଁ ନିର୍ମାତା ଆଶାବାଦୀ ।

ଫିଲ୍ମର ସଫଳତା ପାଇଁ ନିର୍ମାତା ଆଶାବାଦୀ ।

  • Share this:
News 18 Odia Digital

ମୁମ୍ୱାଇ ; ରକେଟ୍ରି 'ଦି ନାମ୍ବି ଇଫେକ୍ଟ' ଜୁଲାଇ ୧ ରେ ରିଲିଜ୍ ହୋଇସାରିଛି । ମାଧବାନଙ୍କ ଏହି ମୁଭି IMDb ରେ ୯.୩ ରେଟିଂ ପାଇଛି । ଏହି ଚଳଚ୍ଚିତ୍ର ହିନ୍ଦୀ, ତାମିଲ ଏବଂ ତେଲୁଗୁ, ମାଲାୟାଲାମ, କାନାଡା ଏବଂ ଇଂରାଜୀ ଭାଷାରେ ମୁକ୍ତିଲାଭ କରିଛି । ଫିଲ୍ମର ନିର୍ମାତା ଆଶା କରୁଛନ୍ତି ଯେ ଫିଲ୍ମଟି 'କାଶ୍ମୀର ଫାଇଲ୍ସ' ପରି ଦର୍ଶକଙ୍କ ମନକୁ ଛୁଇଁବ ।

ଏହି ଚଳଚ୍ଚିତ୍ରରେ ମାଧବନ୍ ISRO ର କ୍ରିଏଜେନିକ୍ସର ପୂର୍ବତନ ମୁଖ୍ୟ ତଥା ପଦ୍ମ ଭୂଷଣ ଇଞ୍ଜିନିୟର ନାମ୍ବି ନାରାୟଣନଙ୍କ ଭୂମିକାରେ ଅଭିନୟ କରିଛନ୍ତି । ୧୯୯୪ ରେ, ନାରାୟଣନଙ୍କୁ ଗୁପ୍ତଚର ଅଭିଯୋଗରେ ମିଥ୍ୟା ଆରୋପ ଲଗାଯାଇ ତାଙ୍କୁ ଗିରଫ କରାଯାଇଥିଲା । ଚାରି ବର୍ଷ ପରେ ସୁପ୍ରିମକୋର୍ଟ ତାଙ୍କ ବିରୋଧରେ ଆସିଥିବା ସମସ୍ତ ଅଭିଯୋଗକୁ ଖାରଜ କରିଦେଇଥିଲେ । ତାଙ୍କର ଜୀବନୀ ଉପରେ ଆଧାରିତ ଏହି ବାଇଓଗ୍ରାଫିକାଲ୍ ଚଳଚ୍ଚିତ୍ର ରକେଟ୍ରି: 'ଦି ନାମ୍ବି ଇଫେକ୍ଟ' ଦର୍ଶକଙ୍କ ନିକଟରେ ଆଦୃତ ହୋଇପାରିଛି । ଜୁଲାଇ ୨ ରେ, ଫିଲ୍ମ ଭଲ ରୋଜଗାର କରିଥିବା ଦେଖିବାକୁ ମିଳିଥିଲା ​​। ଆଗକୁ ମଧ୍ୟ ଦର୍ଶକଙ୍କ ମନକୁ ଛୁଇଁବା ସହ ଭଲ ଲାଭ ମିଳିବ ବୋଲି ଫିଲ୍ମ ନିର୍ମାତା ଆଶା ରଖିଛନ୍ତି ।

ମେଗାଷ୍ଟାର ରଜନୀକାନ୍ତ ଆର ମାଧବନଙ୍କ ‘ରକେଟ୍ରି: ଦି ନାମ୍ବି ଇଫେକ୍ଟ’ କୁ ପ୍ରଶଂସା ମଧ୍ୟ କରିଛନ୍ତି ଏବଂ ସେ ଟ୍ୱିଟରରେ ଶୁଭେଚ୍ଛା ଜଣାଇଛନ୍ତି । ଏହାକୁ ସମସ୍ତେ ନିଶ୍ଚୟ ଥରେ ଦେଖିବା ଉଚିତ୍ ବୋଲି କହିବା ସହ ଫିଲ୍ମର ନିର୍ଦ୍ଦେଶନା ପାଇଁ ମାଧବନଙ୍କୁ ପ୍ରଶଂସା କରିଛନ୍ତି । ସିମରନଙ୍କ ଚରିତ୍ର ମୀନା ରକେଟ୍ରିର ଅନ୍ୟତମ ମୁଖ୍ୟ ଆକର୍ଷଣ ଥିଲା । ସହଯୋଗୀ ଚରିତ୍ରମାନଙ୍କ ମଧ୍ୟରେ ଅରୁଣନ ଭୂମିକାରେ ଅଭିନୟ କରିଥିବା ମୁରଲୀଧରନ୍ ଏବଂ ଉନି ଭୂମିକାରେ ଅଭିନୟ କରିଥିବା ଶ୍ୟାମ ମୋହନଙ୍କ ଅଭିନୟ କୁ ବି ଲୋକ ମାନେ ଖୁବ୍ ପସନ୍ଦ କରିଛନ୍ତି ।

ଭାରତର ମହାକାଶ ଗବେଷଣା ପାଇଁ ନାମ୍ବି ନାରାୟଣନଙ୍କ ଅବଦାନ ନିକଟରେ ସ୍ୱୀକୃତିପ୍ରାପ୍ତ ହୋଇଥିଲା ଯେତେବେଳେ ତାଙ୍କୁ ୮୦ ବର୍ଷ ବୟସରେ ପଦ୍ମ ଭୂଷଣ ପୁରସ୍କାର ମିଳିଥିଲା । ମାଧବନଙ୍କ ବ୍ୟତୀତ ଅଭିନେତା ଶାହରୁଖ ଖାନ ଏବଂ ସୁରିଆ ମଧ୍ୟ ଫିଲ୍ମରେ ଅଭିନୟ କରିଛନ୍ତି। ଏହି ଚଳଚ୍ଚିତ୍ରରେ ଫିଲିସ୍ ଲୋଗାନ୍, ଭିନ୍ସେଣ୍ଟ ରିଓଟା ଏବଂ ରୋନ୍ ଡୋନାଚି ମଧ୍ୟ ଅଭିନୟ କରିଛନ୍ତି । ଏହି ଚଳଚ୍ଚିତ୍ରଟି ଭାରତ, ଫ୍ରାନ୍ସ, କାନାଡା, ଜର୍ଜିଆ ଏବଂ ସର୍ବିଆରେ ସୁଟିଂ କରାଯାଇଛି ।
Published by:Soubhagya Mishra
First published: