ଅତୁଲ ସହିତ ରିଙ୍କି ଓ ପିଙ୍କି; ଯାଆଁଳା ଭଉଣୀଙ୍କୁ ଜଣେ ବ୍ୟକ୍ତିଙ୍କ ସହ ହେଲା ପ୍ରେମ, ଧୁମ୍ ଧାମରେ ହେଲା ବିବାହ

ଆଇଟି ଇଞ୍ଜିନିୟର ଯାଆଁଳା ଭଉଣୀ ଶୁକ୍ରବାର ଦିନ ବିବାହ କରିଛନ୍ତି । ପୁଅ ଓ ଝିଅ ଉଭୟନଙ୍କ ପରିବାର ଏହି ବିବାହରେ ବହୁତ ଖୁସି ଅଛନ୍ତି ।

ଅତୁଲ ସହିତ ରିଙ୍କି ଓ ପିଙ୍କି; ଯାଆଁଳା ଭଉଣୀଙ୍କୁ ଜଣେ ବ୍ୟକ୍ତିଙ୍କ ସହ ହେଲା ପ୍ରେମ, ଧୁମ୍ ଧାମରେ ହେଲା ବିବାହ

ଅତୁଲ ସହିତ ରିଙ୍କି ଓ ପିଙ୍କି; ଯାଆଁଳା ଭଉଣୀଙ୍କୁ ଜଣେ ବ୍ୟକ୍ତିଙ୍କ ସହ ହେଲା ପ୍ରେମ, ଧୁମ୍ ଧାମରେ ହେଲା ବିବାହ

  • News18 Odia
  • Last Updated :
  • New Delhi, India
  • Share this:
News 18 Odia Digital

ନୂଆଦିଲ୍ଲୀ; ମହାରାଷ୍ଟ୍ରର ସୋଲାପୁରରୁ ବିବାହର ଏକ ନିଆରା ଭିଡିଓ ଭାଇରାଲ ହୋଇଛି । କୁହାଯାଉଛି ଯେ ଏଠାରେ ଦୁଇ ଯାଆଁଳା ଭଉଣୀ ଜଣେ ଯୁବକଙ୍କୁ ସେମାନଙ୍କ ଜୀବନ ସାଥୀ ଭାବରେ ବାଛିଛନ୍ତି ଓ ତାଙ୍କୁ ବିବାହ କରିଛନ୍ତି । ସୂଚନା ଅନୁଯାୟୀ, ମହାରାଷ୍ଟ୍ରର ସୋଲାପୁର ଜିଲ୍ଲାର ମାଲସିରାସ ତାଲୁକାରେ ଆଇଟି ଇଞ୍ଜିନିୟର ଯାଆଁଳା ଭଉଣୀ ଶୁକ୍ରବାର ଦିନ ବିବାହ କରିଛନ୍ତି । ପୁଅ ଓ ଝିଅ ଉଭୟନଙ୍କ ପରିବାର ଏହି ବିବାହରେ ବହୁତ ଖୁସି ଅଛନ୍ତି ।

ଅନ୍ୟପକ୍ଷରେ, ସୋସିଆଲ ମିଡିଆରେ ବିବାହ ଭିଡିଓ ଭାଇରାଲ ହେବା ପରେ ଉପଭୋକ୍ତାମାନେ ପଚାରୁଛନ୍ତି ଯେ ଏହି ବିବାହ ବୈଧ କି ନୁହେଁ? କୁହାଯାଉଛି ଯେ ଉଭୟ ଯାଆଁଳା ଭଉଣୀ ପିଙ୍କି ଓ ରିଙ୍କି ଆଇଟି ଇଞ୍ଜିନିୟର ଏବଂ ମୁମ୍ବାଇରେ କାମ କରନ୍ତି । ଉଭୟ ଭଉଣୀ ଅତୁଲ ନାମକ ଜଣେ ଯୁବକଙ୍କୁ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ । ପିଲାଦିନରୁ ଦୁହେଁ ଏକ ଘରେ ଏକାଠି ରହୁଥିଲେ ଏବଂ ଭବିଷ୍ୟତରେ ଉଭୟ ଏକାଠି ରହିବାକୁ ଚାହୁଁଥିଲେ । ସେତେବେଳେ ତାଙ୍କ ଜୀବନରେ ପ୍ରବେଶ କଲେ ଅତୁଲ ମଲସିରାସ । ଅତୁଲ ମାଲସିରାସ ତାଲୁକା ବାସିନ୍ଦା । ଏବଂ ତାଙ୍କର ମୁମ୍ବାଇରେ ଏକ ଟ୍ରାଭେଲ ଏଜେନ୍ସି ବ୍ୟବସାୟ ଅଛି । କିଛି ଦିନ ପୂର୍ବରୁ ଯେତେବେଳେ ପିତାଙ୍କର ଦେହାନ୍ତ ହେଲା, ଏହି ଯାଆଁଳା ଝିଅ ମାଲସିରାସ ତାଲୁକାରେ ନିଜ ମା'ଙ୍କ ସହିତ ରହିବାକୁ ଲାଗିଲେ ।

ଏହିପରି ହୋଇଥିଲା ପ୍ରେମ

ଥରେ ଯେତେବେଳେ ରିଙ୍କି ଓ ପିଙ୍କିଙ୍କ ମାଆ ଅସୁସ୍ଥ ହୋଇପଡିଥିଲେ, ଦୁହେଁ ଅତୁଲଙ୍କ କାର ବ୍ୟବହାର କରି ତାଙ୍କୁ ଡାକ୍ତରଖାନା ନେଇଥିଲେ । ଏହି ସମୟରେ ଅତୁଲ ଉଭୟ ଯାଆଁଳା ଭଉଣୀଙ୍କ ନିକଟତର ହୋଇଥିଲେ । ତା’ପରେ ଉଭୟ ଭଉଣୀ ଅତୁଲଙ୍କୁ ବିବାହ କରିବାକୁ ସ୍ଥିର କଲେ । ବିବାହ ପରେ ଏହି ତିନିଜଣ ଏହି ବିବାହରେ ବହୁତ ଖୁସି ଅଛନ୍ତି ।
Published by:Soubhagya Mishra
First published: