ଖୁବ୍ ଶୀଘ୍ର ସାମ୍ନାକୁ ଆସିବ ତବ୍ବୁ, କରୀନା ଓ କ୍ରିତିଙ୍କ ଫିଲ୍ମ ‘ଦି କ୍ରୁ’

ରିୟା କପୁରଙ୍କ ଚଳଚ୍ଚିତ୍ର ‘ଦ କ୍ରିଉ’ରେ ଅଭିନେତ୍ରୀ କରୀନା କପୁର ଖାନ, କ୍ରିତି ସାନନ ଏବଂ ତବୁ ନଜର ଆସିବେ।

ତବୁ, କରୀନା ଓ କ୍ରିତିଙ୍କ ଫିଲ୍ମ "ଦି କ୍ରୁ

ତବୁ, କରୀନା ଓ କ୍ରିତିଙ୍କ ଫିଲ୍ମ "ଦି କ୍ରୁ

  • News18 Odia
  • Last Updated :
  • New Delhi, India
  • Share this:
News 18 Odia Digital

ମୁମ୍ବାଇ: ରିୟା କପୁରଙ୍କ ଚଳଚ୍ଚିତ୍ର ‘ଦି କ୍ରୁ’ରେ ଅଭିନେତ୍ରୀ କରୀନା କପୁର ଖାନ, କ୍ରିତି ସାନନ ଏବଂ ତବ୍ବୁ ନଜର ଆସିବେ। ଏହି ଘୋଷଣା କରିବାକୁ କରୀନା ସୋସିଆଲ ମିଡିଆରେ ‘ଭୋଗ ଇଣ୍ଡିଆ’ ପାଇଁ କରିଥିବା ଏକ ଫଟୋସୁଟର ଭିଡିଓ ସେୟାର କରିଛନ୍ତି।

ଭିଡ଼ିଓ ଦେଖିଲାପରେ ଖୁବ୍ ଚର୍ଚ୍ଚାରେ ରହିଛି ଏବଂ ଅନେକ ପ୍ରକାରର ପ୍ରଶ୍ନ ମଧ୍ୟ ସାମ୍ନାକୁ ଆସିଛି। ଭିଡିଓରେ, ରିୟା ଏବଂ ଅଭିନେତ୍ରୀମାନେ ସେମାନଙ୍କର ଫଟୋସୁଟ ପାଇଁ ସେମାନଙ୍କର ମେକଅପ୍ ସାରିଥିବାବେଳେ ମଜା କରୁଥିବା ଦେଖିବାକୁ ମିଳିଛି।

ଭିଡିଓଟି ଆରମ୍ଭ ହୋଇଛି ଏମିତି, "ଆମେ କିପରି ଅନୁଭବ କରୁଛୁ," ଯେଉଁଥିରେ କରୀନା, କ୍ରିତି ଏବଂ ତବୁ ଉତ୍ତର ଦେଇଛନ୍ତି। ଭିଡିଓରେ ରିୟା କପୁର ପ୍ରକାଶ କରିଛନ୍ତି ଯେ ସେ ଚାପଗ୍ରସ୍ତ ଅଛନ୍ତି। ଫଟୋସୁଟ ପାଇଁ ଚାପଗ୍ରସ୍ତ ଅନୁଭବ କରି କରିନା କପୁର ରିୟା କପୁରଙ୍କୁ ପରିହାସ କରୁଥିବା ଦେଖିବାକୁ ମିଳିଛି।

କରୀନା କପୁର ଏବଂ କ୍ରିତି ସାନନ୍ ନିଜ ନିଜ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ସମାନ ପୋଷ୍ଟ ସେୟାର କରିଛନ୍ତି। ଏହି ଚଳଚ୍ଚିତ୍ରରେ କରୀନା କପୁର ଖାନ ଏବଂ ରିୟା କପୁରଙ୍କ ଦ୍ୱିତୀୟ ଫିଲ୍ମ। ସେମାନଙ୍କର ପ୍ରଥମ ଫିଲ୍ମ ଥିଲା ଭିରେ ଦି ୱେଡିଂ। କରିନା ଏକ ବିବୃତ୍ତିରେ କହିଛନ୍ତି, “ଭିରେ ଦି ୱେଡିଂ ଫିଲ୍ମ ମୋ ହୃଦୟରେ ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଛି। ରିୟା ଏବଂ ଏକତା ସହିତ କାମ କରିବା ଏକ ଅବିଶ୍ୱସନୀୟ ଯାତ୍ରା ଥିଲା। ତେଣୁ, ଯେତେବେଳେ ରିୟା ତାଙ୍କ ନୂଆ ପ୍ରୋଜେକ୍ଟ 'ଦି କ୍ରୁ' ସହିତ ମୋ ପାଖକୁ ଆସିଲେ ମୁଁ ବହୁତ ଆକର୍ଷିତ ହୋଇଥିଲି। ମୁଁ ଦୁଇ ତାରକା ଅଭିନେତ୍ରି ତବୁ ଏବଂ କ୍ରିତୀଙ୍କ ସହିତ ସ୍କ୍ରିନ୍ ସ୍ପେସ୍ ଅଂଶୀଦାର କରିବାକୁ ନେଇ ବହୁତ ଖୁସି ଅଛି।
Published by:Soumyashree Mishra
First published: