୨ ବର୍ଷ ପରେ ରିୟାଙ୍କୁ ପୁଣି ମନେ ପଡ଼ିଲା ସୁଶାନ୍ତଙ୍କ କଥା; ସେୟାର କଲେ ରୋମାଣ୍ଟିକ ଫଟୋ

Rhea Chakraborty On SSR Death Anniversary: ସୁଶାନ୍ତ ସିଂ ରାଜପୁତଙ୍କ ଦେହାନ୍ତ ହେବାର ଦୁଇ ବର୍ଷ ବିତିଗଲାଣି। ଆଜିର ଏଭଳି ଦିନରେ, ତାଙ୍କ କଥିତ ପ୍ରେମିକା ରିୟା ଚକ୍ରବର୍ତ୍ତୀ ସୁଶାନ୍ତଙ୍କୁ ପୁଣି ଥରେ ମନେ ପକାଇଛନ୍ତି।

୨ ବର୍ଷ ପରେ ରିୟାଙ୍କୁ ପୁଣି ମନେ ପଡ଼ିଲା ସୁଶାନ୍ତଙ୍କ କଥା

୨ ବର୍ଷ ପରେ ରିୟାଙ୍କୁ ପୁଣି ମନେ ପଡ଼ିଲା ସୁଶାନ୍ତଙ୍କ କଥା

  • Share this:
News18 Odia Digital

ମୁମ୍ବାଇ: ବଲିଉଡ ଦିବଗଂତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଦେହାନ୍ତ ହେବାର ଦୁଇ ବର୍ଷ ବିତିଗଲାଣି। ଏଭଳି ପରିସ୍ଥିତିରେ ସମସ୍ତ ପ୍ରଶଂସକ ସୋସିଆଲ ମିଡ଼ିଆ ମାଧ୍ୟମରେ ତାଙ୍କୁ ମନେ ପକାଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛନ୍ତି। ଏହି ସମୟରେ ଅଭିନେତ୍ରୀ ତଥା ସୁଶାନ୍ତ ସିଂଙ୍କ ଗର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀ ମଧ୍ୟ ଇନଷ୍ଟାଗ୍ରାମରେ ସୁଶାନ୍ତଙ୍କୁ ମନେ ପକାଇ କିଛି ରୋମାଣ୍ଟିକ ଫଟୋ ସେୟାର କରିଛନ୍ତି।

ରିୟା ଚକ୍ରବର୍ତ୍ତୀ ଏହି ପୋଷ୍ଟ କରିଛନ୍ତି

ସୁଶାନ୍ତଙ୍କ ସହ ପୁରୁଣା ସ୍ମୃତି ସେୟାର କରି ରିୟା ଚକ୍ରବର୍ତ୍ତୀ ଲେଖିଛନ୍ତି, ‘‘ମୁଁ ତୁମଙ୍କୁ ପ୍ରତିଦିନ ମନେ ପକାଉଛି।’’ ଏହା ସହିତ ରିୟା ଏକ ହୃଦୟ ଇମୋଜି ମଧ୍ୟ ଦେଇଛନ୍ତି। ରିୟା ଚକ୍ରବର୍ତ୍ତୀଙ୍କ ଏହି ପୋଷ୍ଟ କିଛି ମିନିଟ୍ ମଧ୍ୟରେ ଭାଇରାଲ୍ ହୋଇଛି। ଏହି ଫଟୋଗୁଡ଼ିକରେ, ରିୟା ଓ ସୁଶାନ୍ତ ପରସ୍ପର ମଧ୍ୟରେ ହଜିଯାଇଥିବା ଓ ମଜା କରୁଥିବାର ନଜର ଆସୁଛନ୍ତି।




ପ୍ରଥମ ଫଟୋରେ ରିୟା ସୁଶାନ୍ତଙ୍କ ପଛରେ ବସି ଏକ ସୁନ୍ଦର ପୋଜ୍ ଦେଉଥିବାବେଳେ ସୁଶାନ୍ତଙ୍କ ମୁହଁରେ ନିରୀହ ହସ ଦେଖିବାକୁ ମିଳୁଛି।

ଅନ୍ୟପଟେ, ଦ୍ୱିତୀୟ ଫଟୋରେ ସୁଶାନ୍ତ ତାଙ୍କ କାନ ପଛରେ ଏକ ସୁନ୍ଦର ଫୁଲ ଲଗାଇ ପିଲା ପରି ପୋଜ୍ ଦେଇଛନ୍ତି। ସେପଟେ ତାଙ୍କ ନିକଟରେ ବସିଥିବା ରିୟା ତାଙ୍କ କାର୍ଯ୍ୟକୁ ପ୍ରଶଂସା କରୁଛନ୍ତି। ଉଭୟ ଖୋଲା ପଡ଼ିଆରେ ଏନଜୟ କରୁଥିବା ଦେଖାଯାଉଛନ୍ତି।

ସୁଶାନ୍ତ ଓ ରିୟାଙ୍କ ଅନସିନ ରୋମାଣ୍ଟିକ ଫଟୋ

ଅନ୍ୟ ପଟେ, ଯଦି ଆମେ ତାଙ୍କର ତୃତୀୟ ଫଟୋ ବିଷୟରେ କଥା ହେବା, ତେବେ ଏହା ଅତ୍ୟନ୍ତ ସ୍ପେଶାଲ। ଏହି ଫଟୋରେ ରିୟା ସୁଶାନ୍ତଙ୍କୁ କିସ କରୁଥିବାର ନଜର ଆସିଛନ୍ତି ଓ ସୁଶାନ୍ତ ହସୁଥିବା ସେଲ୍ଫି ନେଉଛନ୍ତି। ଉଭୟଙ୍କ ଏହି ବନ୍ଧନକୁ ପ୍ରଶଂସକମାନେ ବହୁତ ପସନ୍ଦ କରନ୍ତି। ଚତୁର୍ଥ ତଥା ଶେଷ ଫଟୋରେ ସୁଶାନ୍ତ ରିୟାଙ୍କୁ କୋଳରେ ଧରିଥିବାର ନଜର ଆସୁଛନ୍ତି।

ସୁଶାନ୍ତଙ୍କୁ ଶ୍ରଦ୍ଧାଞ୍ଜଳି ଦେଉଛନ୍ତି ଫ୍ୟାନ୍ସ

ରିୟାଙ୍କର ଏହି ପୋଷ୍ଟ ବହୁତ ଭାଇରାଲ ହେବାରେ ଲାଗିଛି ଓ ସୁଶାନ୍ତଙ୍କ ଏହି ଅନସିନ ଫଟୋ ପୁଣି ଥରେ ପ୍ରଶଂସକଙ୍କୁ ଭାବପ୍ରବଣ କରୁଛି। କମେଣ୍ଟ ସେକ୍ସନରେ ସମସ୍ତ ସୋସିଆଲ ମିଡ଼ିଆ ୟୁଜର୍ସ ସୁଶାନ୍ତଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛନ୍ତି।
Published by:Lipina Das
First published: