ଅମିତାଭଙ୍କ ପରିବାରର ବାସଭବନ ସୋପାନକୁ ‘ନେଜୋନ୍ ଗ୍ରୁପ୍ ଅଫ୍ କମ୍ପାନି’ର ‘ସିଇଓ’ ଅବନୀ ବଦର୍ ଖରିଦ କରିଛନ୍ତି। ବହୁ ବର୍ଷ ଧରି ବଚ୍ଚନଙ୍କ ପରିବାର ସହ ତାଙ୍କର ପରିଚୟ ଅଛି।
News18 Odia Digital
ନୂଆ ଦିଲ୍ଲୀ: ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ମେଗାଷ୍ଟାର ଅମିତାଭ ବଚ୍ଚନ ଦକ୍ଷିଣ ଦିଲ୍ଲୀର ଗୁଲମୋହର ପାର୍କ ପାଖରେ ଅବସ୍ଥିତ ଥିବା ପୈତୃକ ଘର ‘ସୋପାନ’କୁ ନିକଟରେ ବିକ୍ରି କରିଛନ୍ତି। ୨୩ କୋଟି ଟଙ୍କାର ଚୁକ୍ତିରେ ଏହି ଘର ବିକିଛନ୍ତି ସେ।
ବିଗ୍ ବିଙ୍କ ପିତାମାତା, ବିଶିଷ୍ଟ ଭାରତୀୟ କବି ତଥା ଲେଖକ ହରିବଂଶ ରାୟ ବଚ୍ଚନ ଓ ତେଜି ବଚ୍ଚନ 'ସୋପାନ'ରେ ରହୁଥିଲେ। ଅମିତାଭଙ୍କ ପରିବାରର ବାସଭବନ ସୋପାନକୁ ‘ନେଜୋନ୍ ଗ୍ରୁପ୍ ଅଫ୍ କମ୍ପାନି’ର ‘ସିଇଓ’ ଅବନୀ ବଦର୍ କିଣିଛନ୍ତି। ବହୁ ବର୍ଷ ଧରି ବଚ୍ଚନଙ୍କ ପରିବାର ସହ ତାଙ୍କର ପରିଚୟ ଅଛି।
ଡିସେମ୍ବର ୭ ତାରିଖ ଦିନ ୪୧୮,୦୫ ବର୍ଗମିଟର୍ବିଶିଷ୍ଟ ଏହି ଜମିର ରେଜିଷ୍ଟ୍ରି କାର୍ଯ୍ୟ ସମ୍ପନ୍ନ ହୋଇଥିବା କଥା ବିଶେଷସୂତ୍ରରୁ ଜଣାପଡ଼ିଛି। ଏ ସଂକ୍ରାନ୍ତରେ ଏପର୍ଯ୍ୟନ୍ତ ଅମିତାଭ ବଚ୍ଚନ କୌଣସି ପ୍ରତିକ୍ରିୟା ବ୍ୟକ୍ତ କରି ନାହାନ୍ତି।
ଇକୋନୋମିକ୍ ଟାଇମ୍ସ କମ୍ ରିପୋର୍ଟରେ ଏହା ମଧ୍ୟ ଉଲ୍ଲେଖ କରାଯାଇଛି ଯେ ଅବନୀ ବଦର୍ ଗୁଲମୋହର ପାର୍କ ବିଲ୍ଡିଂକୁ ଭାଙ୍ଗିବା ଓ ନିଜ ଆବଶ୍ୟକତା ଅନୁଯାୟୀ ପୁନଃ ନିର୍ମାଣ କରିବାକୁ ଯୋଜନା କରିଛନ୍ତି।
ରିପୋର୍ଟରେ ଆହୁରି ମଧ୍ୟ କୁହାଯାଇଛି ଯେ ବଦର ପରିବାର ତୁରନ୍ତ 'ସୋପାନ' କିଣିଥିଲେ କାରଣ ସେମାନେ ବହୁ ବର୍ଷ ଧରି ରହୁଥିବା ଦକ୍ଷିଣ ଦିଲ୍ଲୀର ନିଜ ଘର ନିକଟରେ ଅତିରିକ୍ତ ସମ୍ପତ୍ତି କିଣିବାକୁ ଚାହୁଁଥିଲେ।
ପ୍ରକାଶ ଥାଉକି ବଚ୍ଚନ ପରିବାରର ମୁମ୍ବାଇରେ ପାଞ୍ଚଟି ପ୍ରସିଦ୍ଧ ବଙ୍ଗଳା ଅଛି। ଜଲସା ଓ ପ୍ରତୀକ୍ଷା ଦୁଇଟି ସବୁଠାରୁ ପ୍ରସିଦ୍ଧ ହୋଇଥିବାବେଳେ ଜନକ ଓ ଭାଟସା ଅନ୍ୟ ଦୁଇଟି ବଙ୍ଗଳା।
ଜଲସା ଯେଉଁଠାରେ ସମଗ୍ର ବଚ୍ଚନ ପରିବାର ବାସ କରନ୍ତି। ଆର୍ଥିକ ରାଜଧାନୀରେ ପ୍ରତୀକ୍ଷା ସେମାନଙ୍କର ପ୍ରଥମ ବଙ୍ଗଳା ଥିଲା ଯେଉଁଠାରେ ଅଭିଷେକ ବଚ୍ଚନ ଓ ଆଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କ ବିବାହ ଉତ୍ସବ ଅନୁଷ୍ଠିତ ହୋଇଥିଲା।
ଜନକ ପରିବାରର କାର୍ଯ୍ୟାଳୟ ଭାବରେ କାର୍ଯ୍ୟ କରୁଥିବା ଜଣାଯାଇଛି। ୨୦୧୩ରେ ଘରର କ୍ଷେତ୍ର ବିସ୍ତାର କରିବା ପାଇଁ ଜଲସା ପଛରେ ୮,୦୦୦ ବର୍ଗଫୁଟ ବଙ୍ଗଳା କିଣିଥିଲେ।
ଏହା ବ୍ୟତୀତ ଯଦି ଅମିତାଭଙ୍କ ଆଗାମୀ ଫିଲ୍ମ ବିଷୟରେ କଥା ହେବା ତାହାଲେ ସେ ଖୁବଶୀଘ୍ର ସ୍ପୋର୍ଟ୍ସ ଡ୍ରାମା ଫିଲ୍ମ ‘ଝୁଣ୍ଡ’ରେ ନଜର ଆସିବେ। ନିକଟରେ ଏହି ଫିଲ୍ମର ନୂଆ ପୋଷ୍ଟର ଜାରି କରି ଫିଲ୍ମର ରିଲିଜ ତାରିଖ ଘୋଷଣା କରିଥିଲେ ମେକର୍ସ । ଆସନ୍ତା ମାର୍ଚ୍ଚ ୪ରେ ଫିଲ୍ମ ରିଲିଜ ହେବାକୁ ଯାଉଛି। ସେହିପରି ଝୁଣ୍ଡ ବ୍ୟତୀତ ଅମିତାଭ ଫିଲ୍ମ ‘ବ୍ରହ୍ମାସ୍ତ୍ର’, ‘ରେନୱେ ୩୪’, ‘ଗୁଡବାଏ’ ଫିଲ୍ମରେ ନଜର ଆସିବେ।
Published by:Lipina Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।