News18 Odia Digital
ମୁମ୍ବାଇ: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ଼ର (RIL) ସାଥୀ କମ୍ପାନୀ ରିଲାଏନ୍ସ ବ୍ରାଣ୍ଡ୍ସ ଲିମିଟେଡ୍ (Reliance Brands Limited) ଶୁକ୍ରବାର ଦିନ ଏକ ବଡ଼ ଡିଲ୍ କରିଛି । ରିଲାଏନ୍ସ ବ୍ରାଣ୍ଡ୍ସ ଲିମିଟେଡ୍ କହିଛି ଯେ ଏହା ମନୀଷ ମାଲହୋତ୍ରାଙ୍କ (Manish Malhotra) କମ୍ପାନୀ ଏମ୍.ଏମ୍. ଷ୍ଟାଇଲ୍ସ ପ୍ରାଇଭେଟ୍ ଲିମିଟେଡ଼ରେ (MM Styles Private Limited) ୪୦ ପ୍ରତିଶତ ଅଂଶଧନ କିଣୁଛି ।
ମନୀଷ ମାଲହୋତ୍ରାଙ୍କ ବ୍ରାଣ୍ଡରେ ଏହା ପ୍ରଥମ ଥର ପାଇଁ କୌଣସି ବାହ୍ୟ ବିନିଯୋଗ । ବର୍ତ୍ତମାନ ପର୍ଯ୍ୟନ୍ତ କେବଳ ମନୀଷ ମାଲହୋତ୍ରା ହିଁ ଏହି ଲ୍ୟାବଲରେ ବିନିଯୋଗ କରିଥିଲେ । ୨୦୦୫ରେ ମନୀଷ ମାଲହୋତ୍ରାଙ୍କ ଲ୍ୟାବଲ୍ ଲଞ୍ଚ୍ ହୋଇଥିଲା । ମନୀଷ ମାଲହୋତ୍ରାଙ୍କର ମୁମ୍ବାଇ, ନୂଆ ଦିଲ୍ଲୀ ଓ ହାଇଦ୍ରାବାଦରେ ଚାରିଟି ଫ୍ଲାଗସିପ୍ ଷ୍ଟୋର୍ ଅଛି । ଏହା ବ୍ୟତୀତ ଅନଲାଇନରେ ଏହି ଲ୍ୟାବଲର ୧.୨୦ କୋଟି ସାମାଜିକ ଅନୁସରଣକାରୀ (ସୋସିଆଲ୍ ଫଲୋଅର୍ସ) ଅଛନ୍ତି ।
ଏହା ବି ପଢ଼ନ୍ତୁ | ସଡ଼କ ଦୁର୍ଘଟଣାରୁ ରକ୍ଷା ପାଇବାରେ ବିଫଳତାକୁ ଅବହେଳା ବୋଲି ବିଚାର କରାଯିବନି: କହିଲେ ସୁପ୍ରିମ୍ କୋର୍ଟ୍ମନୀଷ ମାଲହୋତ୍ରାଙ୍କ ଦସ୍ତଖତ ଶୈଳୀ ବହୁତ ପ୍ରସିଦ୍ଧ । ଏହି ଲ୍ୟାବଲ୍ ଆରମ୍ଭ କରିବା ପୂର୍ବରୁ ମନୀଷ ମଲହୋତ୍ରା ୩୧ ବର୍ଷ କଷ୍ଟ୍ୟୁମ ଡିଜାଇନର୍ ଥିଲେ । ତା’ ସହିତ ଦେଶର ସର୍ବ ବୃହତ ଲଗ୍ଜରୀ ରିଟେଲ୍ ବ୍ୟବସାୟ ରିଲାଏନ୍ସ ବ୍ରାଣ୍ଡ୍ସ ଲିମିଟେଡ୍ ଗତ ୧୪ ବର୍ଷ ମଧ୍ୟରେ ଏକ ବିଶ୍ୱସ୍ତରୀୟ ଲଗ୍ଜରୀ ବ୍ରାଣ୍ଡରୁ ଏକ ପ୍ରିମିୟମ୍ ବ୍ରାଣ୍ଡରେ ପରିଣତ ହୋଇଛି ।
ଏହା ବି ପଢ଼ନ୍ତୁ | ଦେବୀଙ୍କ ମନ୍ଦିରକୁ ଦର୍ଶନ ପାଇଁ ଯାଇଥିଲା ପିଲାଟି, ତା’ ବେକକୁ କାମୁଡ଼ି ଝାମ୍ପି ନେଇଗଲା ଚିତାବାଘ‘‘ମନୀଷ ମାଲହୋତ୍ରାଙ୍କ ସହ ଆମର ଏହି ରଣନୀତିକ ଭାଗିଦାରୀ ଦ୍ୱାରା ଆମେ ଭାରତୀୟ କଳା ଓ ସଂସ୍କୃତିକୁ ପ୍ରୋତ୍ସାହିତ କରିବାକୁ ଲକ୍ଷ୍ୟ ରଖିଛୁ । ମନୀଷ ମାଲହୋତ୍ରା ଜଣେ ଉଦ୍ୟୋଗୀ ଭାବରେ ଏହି ବ୍ରାଣ୍ଡ୍ ଆରମ୍ଭ କରିଥିଲେ ଓ ସେ ସମୟଠାରୁ ଆଗକୁ ଚିନ୍ତା କରୁଥିଲେ,” ରିଲାଏନ୍ସ ବ୍ରାଣ୍ଡ ଲିମିଟେଡ଼ ଏକ ବିବୃତ୍ତିରେ କହିଛି ।
ଏହା ବି ପଢ଼ନ୍ତୁ | ସାମ୍ବାଦିକ ନବୀନ ଦାସଙ୍କ ପୁଅ ମନୀଷ ମୃତ୍ୟୁ ରହସ୍ୟ: ସେ ପାଣିରେ ପଡ଼ିବା ଆଗରୁ ମୃତ୍ୟୁ ହୋଇଥିଲା; ତାଙ୍କ ୨ ସାଙ୍ଗ ହୋଟେଲରେ ଲୁଚିଥିଲେରିଲାଏନ୍ସ ରିଟେଲ ଭେଞ୍ଚର୍ସ ଲିମିଟେଡର ନିର୍ଦ୍ଦେଶିକା ଇଶା ଅମ୍ବାନୀ (Isha Ambani) କହିଛନ୍ତି ଯେ କମ୍ପାନୀ ଏହି ଯାତ୍ରାରେ ମନୀଷ ମାଲହୋତ୍ରାଙ୍କ ସହ ଭାଗିଦାରୀ କରି ଖୁବ୍ ଉତ୍ସାହିତ ଅଛି । ରିଲାଏନ୍ସ ରିଟେଲ ଭେଞ୍ଚର୍ସ ଲିମିଟେଡ୍ ହେଉଛି ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ ଗୃପର ସବୁ ଖୁଚୁରା କମ୍ପାନୀର ହୋଲଡିଂ କମ୍ପାନୀ ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ VIDEO | VIDEO: ଦୁର୍ଗା ମେଢ଼ ବିସର୍ଜନ କରୁଥିବା ଲୋକଙ୍କ ଉପରେ ଚଢ଼ିଗଲା ବେକାବୁ କାର୍; ଜଣେ ମୃତ, ୨୦ ଆହତ(
ଡିସକ୍ଲେମର୍: News18 Odia Digital ରିଲାଏନ୍ସ ଇଣ୍ଡଷ୍ଟ୍ରିଜର କମ୍ପାନୀ ନେଟୱାର୍କ18 ମିଡ଼ିଆ ଆଣ୍ଡ ଇନଭେଷ୍ଟମେଣ୍ଟ ଲିମିଟେଡ଼ର ଏକ ଅଂଶ । ନେଟୱାର୍କ 18 ମିଡିଆ ଆଣ୍ଡ ଇନଭେଷ୍ଟମେଣ୍ଟ ଲିମିଟେଡର ମାଲିକ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ।)
Published by:Anand S.T. Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।